Home ଜିଲ୍ଲା ପରିକ୍ରମା ଶ୍ରୀରାମ ମନ୍ଦିର ଶିଳାନ୍ୟାସ ଉତ୍ସବକୁ ସିପିଆଇର ପ୍ରତିବାଦ

ଶ୍ରୀରାମ ମନ୍ଦିର ଶିଳାନ୍ୟାସ ଉତ୍ସବକୁ ସିପିଆଇର ପ୍ରତିବାଦ

98

ବାଲେଶ୍ୱର, ୬-୮(ଓଡ଼ିଆ ପୁଅ/ଅଭୟ ଦାସ): ଭାରତ ଭଳି ଧର୍ମନିରପେକ୍ଷ ରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାମମନ୍ଦିର ଶିଳାନ୍ୟାସ ଦେବା କାର୍ଯ୍ୟକ୍ରମକୁ ସିପିଆଇ ପକ୍ଷରୁ ଦୃଢ଼ ପ୍ରତିବାଦ କରି ବାଲେଶ୍ୱର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନାଯୋଗ୍ୟ ଯେ ନିଜେ ପ୍ରଧାନମନ୍ତ୍ରୀ ଓ ତାଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର କରୋନା ମହାମାରୀ ନିୟନ୍ତ୍ରଣ ଆଳ ଦେଖାଇ ସମଗ୍ର ଭାରତରେ ସଟ୍‌ଡାଉନ୍‌, ଲକ୍‌ଡାଉନ୍‌, କଣ୍ଟେନମେଣ୍ଟ ନାମରେ ସମଗ୍ର ଦେଶରେ ସମସ୍ତ ରାଜନୈତିକ ଓ ଧର୍ମୀୟ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ଲଗାଇଛନ୍ତି। ଘରୁ ବାହାରିଲେ ଜରିମାନା, ମୁହଁରେ ତୁଣ୍ଡି ନବାନ୍ଧିଲେ ଜରିମାନା, ଜନଗଣଙ୍କ ଜୀବନ ଜୀବିକାର ଦାବି ଉଠାଇଲେ ମୋକଦ୍ଦମା ଓ ଜରିମାନା, ମୁହଁ ଖୋଲିଲେ ଜରିମାନା। କୋଟିକୋଟି ପ୍ରବାସୀ ଶ୍ରମିକଙ୍କ ଜୀବନ ଜୀବିକା ଛଡ଼ାଇନେଇ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ସେମାନେ ଘରବାହୁଡ଼ା ବେଳେ ତାଙ୍କ ଉପରେ କଟକଣା, ପୋଲିସ ଅତ୍ୟାଚାର ଓ ଜରିମାନା ନିଆଯାଇଛି। ଜନଗଣଙ୍କ ଜୀବନ ଜୀବିକାର ଦାବିନେଇ ସାଂକେତିକ ପ୍ରତିବାଦ ଅଥବା ଦାବି ଉପସ୍ଥାପନ ବେଳେ ରାଜନୈତିକ ଓ ସାମାଜିକ କର୍ମୀ ଶ୍ରମିକ ସଂଗଠନ କର୍ମୀ ଓ ଅନ୍ୟାନ୍ୟ ସଂଗଠନ କର୍ମୀଙ୍କ ବିରୋଧରେ ମୋକଦ୍ଦମା ସହ ସରକାରା ଜରିମାନା ଆଦାୟ କରୁଛନ୍ତି ବୋଲି ସିପିଆଇ କର୍ମୀମାନେ ଆରୋପ ଉଠାଇଛନ୍ତି। ସ୍ୱାସ୍ଥ୍ୟସେବାକୁ ଘରୋଇ କମ୍ପାନୀଙ୍କ ପାଦତଳେ ସମର୍ପିଦେଇ ଆବଶ୍ୟକୀୟ ଚିକିତ୍ସା ନଦେଇ ଗଣହତ୍ୟା କରୁଛନ୍ତି ସରକାର। ଠିକ୍ ଏହି ପୃଷ୍ଠଭୂମିରେ ଖୋଦ୍ ପ୍ରଧାନମନ୍ତ୍ରୀ ଆଜି ଅଗଷ୍ଟ ୫ରେ ଅଯୋଧ୍ୟାକୁ ୨ଶହରୁ ଅଧିକ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିବା ସହ ହଜାର ହଜାର ଭକ୍ତ ସମାଗମରେ ନିଜେ ଶିଳାନ୍ୟାସ କଲେ। ସମଗ୍ର ଦେଶରେ ନିଜ ଭକ୍ତଙ୍କ ଦ୍ୱାରା ଦିଆ ଜଳାଇବାର ରାଜନୈତିକ ଅଭିଯାନ ଚଳାଇଲେ। ମୋଦି ନେତୃତ୍ୱାଧୀନ ଏହି କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତି ତଥା ନରେନ୍ଦ୍ର ମୋଦିଙ୍କର ସାମ୍ବିଧାନିକ ପଦ ମର୍ଯ୍ୟାଦାର ଖୋଲା ଉଲ୍ଲଙ୍ଘନ ଅଟେ। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିକରି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆଜି ଏହି ବିକ୍ଷୋଭରେ ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଜୟନ୍ତ ଦାସ, ଜିଲ୍ଲା ସହସମ୍ପାଦକ ଭାଗବତ ପ୍ରତିହାରୀ, ସଦର ଅଞ୍ଚଳ ସମ୍ପାଦକ ଯତୀନ୍ ପାତ୍ର, ସହର କମିଟି ସମ୍ପାଦକ ଶ୍ୟାମସୁନ୍ଦର ଜେନା, ଉତ୍କଳ ମହିଳା ସମିତିର ବନ୍ଦନା ବିଶ୍ୱାସ, ଆବିଦ ଖାନ, ଦୀନବନ୍ଧୁ ସାହୁ, ମନୋରଞ୍ଜନ ବେହେରା, ଟିପିରୀ ସିଂ, ପ୍ରଭାସ ସିଂ, ମାନସ କୁମାର ଶିଅଳ, ଶଶିକାନ୍ତ ବେହେରା ପ୍ରମୁଖ ଏହି ବିକ୍ଷୋଭ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.