Home ଓଡ଼ିଶା ବଢୁଛି ତାତି-ଜମୁଛି ତରଭୂଜ, କାକୁଡି ବେପାର

ବଢୁଛି ତାତି-ଜମୁଛି ତରଭୂଜ, କାକୁଡି ବେପାର

529

କୋରାପୁଟ; ତା୧୬-୦୩-୧୯(ଓଡ଼ିଆ ପୁଅ/ରଂଜନ ଦାସ)କୋରାପୁଟ ସହର ଏବଂ ଏହାର ଆଖପାଖ ଅଂଚଳର ଖରାର ପ୍ରକୋପ ଦିନକୁ ଦିନ ବଢି ଚାଲିଛି। ଜିଲାରେ ସାଧାରଣତ ଏପ୍ରିଲ ଏବଂ ମଇ ମାସରେ ଖରାର ପ୍ରକୋପ ରହୁଥିବାବେଳେ ଗତ କିଛି ବର୍ଷ ହେବ ଜଙ୍ଗଲ କ୍ଷୟ, ପରିବେଶରେ ଅସନ୍ତୁଳନ, ଯାନ ବାହାନ ଚଳାଚଳ ବୃଦ୍ଧି ଏବଂ ବିଭିନ୍ନ କଳ କାରଖାନା ପ୍ରତିଷ୍ଠା ଯୋଗୁଁ ବହୁ ଆଗରୁ ଜିଲାରେ ତାତି ବଢିବା ଆରମ୍ଭ ହୋଇଛି। ବର୍ତମାନ ଜିଲା ସଦର ମହକୁମାରେ ତାପମାତ୍ରା ୩୦-୩୨ ମଧ୍ୟରେ ରହୁଥିବାବେଳେ ଜିଲାର ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ଜୟପୁରରେ ୩୫ଡିଗ୍ରୀ ରହୁଥିବା ଅନୁମାନ କରା ଯାଉଛି। କୋରାପୁଟ ସହର ଜିଲା ସଦର ମହକୁମା ହୋଇଥିବାରୁ ଜିଲାର ସବୁ ପ୍ରାନ୍ତରୁ ଲୋକେ ସେମାନଙ୍କ ବିଭିନ୍ନ କାମ ପାଇଁ ଆସି ଥାଆନ୍ତି। ପ୍ରବଳ ଗରମ ଯୋଗୁଁ ଲୋକେ ମଧ୍ୟାନରେ ଖାଇବା ପ୍ରତି ଏତେ ଗୁରୂତ୍ୱ ନଦେଇ କେବଳ ଥଣ୍ଡା ପାନୀୟ, ତରଭୂଜ, ଓ କାକୁଡି ଉପରେ ନିର୍ଭର କରୁଛନ୍ତି। ଲୋକଙ୍କ ଚାହିଦାକୁ ଦୃଷ୍ଟି ରଖି ଏବେ ଦୋକାନୀ ମାନେ କେବଳ

ତରଭୂଜ, କାକୁଡି ବେପାରରେ ମାତିଛନ୍ତି। ଥଣ୍ଡା ପାନୀୟ ଦୋକାନରେ ଲୋକଙ୍କ ଭିଡ ଜମି ରହୁଛି। ଥଣ୍ଡା ପାନୀୟ ମଧ୍ୟରେ ଆଖୁରସ, ଲସି, ଫଳରସ ଚାହିଦା ଥିବାବେଳେ ତରଭୂଜ ଏବଂ କାକୁଡିର ମଧ୍ୟ କିଛି କମ ଚାହିଦା ନାହିଁ। ବସଷ୍ଟାଣ୍ଡ, ରେଳଷ୍ଟେସନ, ଅଟୋଷ୍ଟାଣ୍ଡ, ବଜାର ଛକ, ସ୍କୁଲ କଲେଜ ନିକଟରେ ଏବଂ ବିଭିନ୍ନ୍ ସରକାରୀ କାର୍ଯ୍ୟାଳୟ ସମୁଖରେ ଅସ୍ଥାୟୀ ଦୋକାନ ଗଢି ଉଠିଥିବାବେଳେ କେତେକ ସ୍ଥାନରେ ବ୍ୟବସାୟୀମାନେ ଠେଲାଗାଡିରେ ବୁଲିବୁଲି ବେପାର କରୁଥିବା ଦେଖିବାକୁ ମିଳୁଛି। ଲୋକଙ୍କ ଚାହିଦାକୁ ଦେଖି ବ୍ୟବସାୟୀମାନେ ମଧ୍ୟ ଥଣ୍ଡା ପାନୀୟ ଏବଂ ଅନ୍ୟ ସାମଗ୍ରୀର ଦାମ ବଢେଇ ଦେଇଛନ୍ତି। କୋରାପୁଟ ବଜାରରେ ଏବେ ଗୋଟିଏ ଗ୍ଲାସ ଆଖୁରସ ୧୦ଟଙ୍କା, ଲସିର ଦାମ ୨୦ଟଙ୍କା ଥିବାବେଳେ ଫଳରସର ଦାମ ଗ୍ଲାସ ପିଛା ୩୦ଟଙ୍କା ରହିଛି। ସେହିପରି ତରଭୂଜ ଗୋଟାକର ଦାମ ୫୦-୭୦ଟଙ୍କା ରହିଥିବାବେଳେ ଗୋଟେ କାକୁଡି ୧୦ଟଙ୍କାରେ ବିକ୍ରି ହେଉଛି। ତେବେ ଲୋକେ ଦର ପ୍ରତି ଖାତିର ନକରି ଶୋଷ ଓ ଭୋକରୁ ନିସ୍ତାର ପାଇଁ କିଏ ଥଣ୍ଡା ପାନୀୟ ପିଉଛିତ ଆଉ କିଏ ତରଭୂଜ, କାକୁଡି ଖାଉଥିବା ଦେଖିବାକୁ ମିଳୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.