Home କୋରାପୁଟ ପରିବା ବୋଝେଇ ଟ୍ରକ ଓଲଟି ୮ ଆହତ

ପରିବା ବୋଝେଇ ଟ୍ରକ ଓଲଟି ୮ ଆହତ

127

କୋରାପୁଟ ; ତା୨୬-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଟାଉନଥାନା ଅନ୍ତର୍ଗତ ମାନବାର ଛକ ନିକଟରେ ଏକ ପରିବା ବୋଝେଇ ଟ୍ରକ ଓଲଟି ୮ ଜଣ ଆହତ ହୋଇଥିବା ଜଣାପଡିଛି ।କୁନ୍ଦୁଲିରୁ ପରିବା କ୍ରୟ କରି ରାଣିଗୁଡା ଦେଇ କୋଟପାଡର ବାସଲ ଯାଉଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା । କୋଟପାଡ ଥାନାର ଧନପତି ହରିଜନ , ଉାଆଁସି ଭତ୍ରା , ଗୁରୁବାରୀ ପୂଜାରୀ ପାର୍ବତୀ ଭତ୍ରା ,ରଜମା ଚାଲାନ ଓ ପ୍ରତିମା ଦିସାରୀ , ପଟ୍ଟାଙ୍ଗୀ ତାନାର ସମନାଥ ହନ୍ତାଲ ଓ ନବରଙ୍ଗପୁର ଜିଲ୍ଲାର ଡମାଇ ହରିଜନ ୮ ଜଣ ଆହତ ହୋଇ କୋରାପୁଟ ହସପିଟାଲରେ ଭର୍ତି ହୋଇଥିବା ଜଣାପଡିଛି ।କୋରାପୁଟ ହସପିଟାଲ ଫାଣ୍ଡିର ଏଏସଆଇ ମହେଶ ପାଇକ ହସପିଟାଲରେ ପହଂଚି ଆହତମାନଙ୍କର ଅନ୍ତଃବିଭାଗ ପଞିକରଣ କରିଥିଲେ ବୋଲି ଜଣାପଡିଛି ।ପୋଲିସର ଏପରି ସେବାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.