Home କୋରାପୁଟ ସେମିଲିଗୁଡା ଥାନାକୁ ଆଦର୍ଶ ଥାନା ଘୋଷିତ

ସେମିଲିଗୁଡା ଥାନାକୁ ଆଦର୍ଶ ଥାନା ଘୋଷିତ

78

କୋରାପୁଟ ; ତା୨୬-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାର ସେମିଲିଗୁଡା ଥାନା ଆଦର୍ଶ ଥାନାରେ ପରିଣତ ହୋଇଥିବା ଜଣାପଡିଛି ।ରାଜ୍ୟ ମୁଖ୍ୟମନ୍ତ୍ରୀ ନବିନ ପଟନାୟକ ଆଜି ଅପାରହ୍ନରେ ଭିଡିଓ କନଭେରେନ୍ସ ମାଧ୍ୟମରେ ସେମିଲିଗୁଡା ଥାନା ଆଦର୍ଶ ଥାନାରେ ପରିଣତ ହୋଇଥିବା ଘୋଷଣା କରିଥିଲେ ।ଏହି ଶୁଭ ଅବସରରେ ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ , ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଇଶ୍ୱର ପାଣିଗ୍ରାହୀ , ଜିଲ୍ଲା ପରିଷଦ ସଭାପତି ପ୍ରଭୁ ଜାନି , ପୂର୍ବତନ ବିଧାୟକ ରଘୁରାମ ପଡାଲ ,ରେଳବାଇର ଅତିରିକ୍ତ ଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ , କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂ , ଅତିରିକ୍ତ ଏସପି ଭି .ଆର.ରାଓ , ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ , ସୁନାବେଡା ଏସଡିପିଓ ନିରଞନ ବେହେରା , ସୁନାବେଡା ମ୍ୟନୁସିପାଲଟିର ଅଧ୍ୟକ୍ଷ ଶୁଭ୍ରଶ୍ରୀ ମଲ୍ଲିକ ,ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ ଓ ଉପସଭାପତି ଭରତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମକୁ ସେମିଲିଗୁଡା ଥାନା ଭାରପ୍ରାପ୍ତ ନିରୀକ୍ଷକ ସମ୍ବିତ କୁମାର ବେହେରା ଯୋଗଦେଇ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.