Home ଜିଲ୍ଲା ପରିକ୍ରମା ନୟାଗଡ଼ ଜିଲ୍ଳା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ତୃତୀୟ ସନ୍ଧ୍ୟା: ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଲା...

ନୟାଗଡ଼ ଜିଲ୍ଳା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ତୃତୀୟ ସନ୍ଧ୍ୟା: ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଲା ରସରକେଲୀକୁ ବେଲି ଡ୍ୟାନ୍ସ

107

ନୟାଗଡ଼, ୨୬ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଖେଳ ପଡ଼ିଆରେ ଆୟୋଜିତ ନୟାଗଡ଼ ଜିଲ୍ଲା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସ୍ୱାଗତ ସଙ୍ଗୀତ ସହିତ ନୟାଗଡ଼ ବନ୍ଦନାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ମୁଖ୍ୟଅତିଥିଭାବେ ଯୋଗଦେଇଥିଲାବେଳେ ଜିଲ୍ଳାପରିଷଦ ଅଧ୍ୟକ୍ଷ ବୈଜୟନ୍ତୀମାଳା ମହାନ୍ତି, ଜିଲାପାଳ ଡ.ଏନ୍ ତିରୁମାଳା ନାୟକ, ଅତିରିକ୍ତ ଜିଲାପାଳ ପ୍ରସନ୍ନ କୁମାର ଦାଶ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ.ପ୍ରମୋଦ କୁମାର ନାୟକ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ନୟାଗଡ଼ ଜିଲ୍ଲାର କଳା, ସଂସ୍କୃତି, ପର୍ଯ୍ୟଟନ ଓ କୃଷିର ବିକାଶ ଉପରେ ଗୁରୁତ୍ୱ ଦେବା ସହିତ ଜିଲ୍ଲା ମହୋତ୍ସବ ଭାଇଚାରାକୁ ସୃଦୃଢ କରିବା ଏବଂ ଭାବ ଆଦାନ ପ୍ରଦାନ ଓ ମହାମିଳନର ଏକ ପ୍ରକୃଷ୍ଠ ମାଧ୍ୟମ ବୋଲି ଅଭିହିତ କରିଥିଲେ। ଭରପୂର ଜନଗହଳୀର ଶୀତସନ୍ଧ୍ୟାରେ କେନ୍ଦୁଝର ବୀଣାପାଣି ଲୋକନୃତ୍ୟ ଅନୁଷ୍ଠାନ ଦ୍ୱାରା ପରିବେଷିତ ଡ୍ୟାନ୍ସ ଡ୍ରାମା, ଜଙ୍ଗଲ ନୃତ୍ୟ ଦର୍ଶକମାନଙ୍କ ମଧ୍ୟରେ ଏକ ନିଆରା ଚମକ ସୃଷ୍ଟି କରିଥିଲା। ଏତଦ୍ବ୍ୟତୀତ ଭାରତନାଟ୍ୟମ, ରବିନ୍ଦ୍ର ସଙ୍ଗୀତ ନୃତ୍ୟ ଏବଂ ରସରକେଲି ଓ ବେଲି ଡ୍ୟାନ୍ସକୁ ଦର୍ଶକ ମନଭରି ଉପଭୋଗ କରିଥିଲେ। କବି, ସାହିତ୍ୟକ, ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ସଭା ପରିଚାଳନା କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ତାଙ୍କୁ ସହଯୋଗ କରିଥିଲେ ଅଧ୍ୟାପକ ଗଣେଶ୍ୱର ମିଶ୍ର। ପଲ୍ଲିଶ୍ରୀ ମେଳାରେ ୧୬୦ଟି ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କରେ ବହୁତ ଜନଗହଳିର ଭିଡ଼ ଲାଗି ରହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.