Home ଜିଲ୍ଲା ପରିକ୍ରମା ମାଲକାନଗିରି ରାଜସ୍ୱ ସେବା ଅଧିକାରୀ ମାନେ ସମୂହ ଛୁଟିରେ,ଉନ୍ନୟନ କାର୍ଯ୍ୟରେ ବାଧା

ମାଲକାନଗିରି ରାଜସ୍ୱ ସେବା ଅଧିକାରୀ ମାନେ ସମୂହ ଛୁଟିରେ,ଉନ୍ନୟନ କାର୍ଯ୍ୟରେ ବାଧା

168

ମାଲକାନଗିରି,୨୬ା୧୨(ଓଡିଆ ପୁଅ ) ବିଭିନ୍ନ ଦାବି ନେଇ ରାଜ୍ୟ ରାଜସ୍ୱ ଅଧିକାରୀ ସଂଘ ଡାକରାରେ ମାଲକାନଗିରି ଜିଲ୍ଲାରେ କାର୍ଯ଼୍ୟରତ ସହକାରୀ ଜିଲ୍ଲାପାଳ,ଅତିରିକ୍ତ ତହସିଲଦାର,ଉପନିବନ୍ଧକ,ନିର୍ବାହି ଅଧିକାରୀ,ରାଜସ୍ୱ ସେବାଅଧିକାରୀ ମାନେ ଆଜି ଠାରୁ ସମୂହ ଛୁଟିରେ ଯାଇଥିବାରୁ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟରେ ବାଧାସୃଷ୍ଟି ହୋଇଛି । ଏହା ବ୍ୟତିତ ବିଭିନ୍ନ କାର୍ଯ୍ୟ ପାଇଁ ଅଫିସକୁ ଆସି ଗ୍ରାମବାସୀ ମାନେ ନିଜର କାର୍ଯ୍ୟ କରି ନପାରି ହତାସ ହୋଇ ଫେରି ଯାଇଥିବାର ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀଙ୍କ ତିନୋଟି ଆହ୍ୱାନ  ସ୍ୱଚ୍ଛତା,ପ୍ରଯୁକ୍ତି,ଟିମ ଓ୍ୟାର୍କ ମାଧ୍ୟମରେ ସାଧାରଣ ଜନତାକୁ ସଠିକ ସମୟରେ ସେବା ଯୋଗାଇଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ରାଜସ୍ୱ ସେବା ଅଧିକାରୀ ମାନଙ୍କ ପ୍ରତି ବୈମାତୃକ ଭାବନା ଯୋଗୁଁ ସେମାନେ ହତାସ ହୋଇପଡି ୨୬ତାରିଖ ରୁ ସମୂହ ଛୁଟିରେ ନେଇଛନ୍ତି । ଜିଲ୍ଲାର ୧୭ଜଣ ରାଜସ୍ୱ ସେବା ଅଧିକାରୀ ମାନେ ଏକ ସଙ୍ଗେ ସମୂହ ଛୁଟିରେ ରହିଥିବାରୁ  ଜିଲ୍ଲାରେ ସମସ୍ତ କାର୍ଯ୍ୟାଳୟରେ ଉନ୍ନୟନ କାର୍ଯ୍ୟ ଏକରକମର ଠପ୍ ହୋଇଯାଇ ଥିବାର ଜଣାପଡିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.