Home ଜିଲ୍ଲା ପରିକ୍ରମା ନିମ୍ନମାନର କାର୍ଯ୍ୟ ଯୋଗୁଁ ବୈତରଣୀ ନଦୀକୁ ଢଳିଲା ୨ ଶହ ଫୁଟ୍‌ର ଏନଏଚ ରାସ୍ତା, ସୁରକ୍ଷା...

ନିମ୍ନମାନର କାର୍ଯ୍ୟ ଯୋଗୁଁ ବୈତରଣୀ ନଦୀକୁ ଢଳିଲା ୨ ଶହ ଫୁଟ୍‌ର ଏନଏଚ ରାସ୍ତା, ସୁରକ୍ଷା ପାଚେରୀରେ ଫାଟ

44

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ଠାରୁ କୁଆଖିଆ ଭାୟା ଯାଜପୁରକୁ ଯାଇଥିବା ୨୦ ନଂ ଜାତୀୟ ରାଜପଥ ବୈତରଣୀ ନଦୀବନ୍ଧର ସୀମାଦେଇ ଯାଇଥିବାରୁ ଗତ ୬ ମାସ ତଳେ ଆସିଥିବା ବନ୍ୟାରେ ବୋଡକ ନିକଟରେ ପ୍ରାୟ ୪ ଶହ ଫୁଟ୍ ରାସ୍ତା ଦବିଯିବା ସହ ନଦୀକୁ ଢଳିପଡିଥିଲା। ଫଳରେ ଛୋଟବଡ ଗାଡି ଓ ଲୋକଙ୍କ ଯାତାୟତ ଠପ୍ ହୋଇଯାଇଥିଲା। ଏହି ସ୍ଥାନରେ ପୂର୍ବରୁ ବହୁବାର ଜାତୀୟ ରାଜପଥ ଦବିଯିବା ସହ ଫାଟ ସୃଷ୍ଟି ହେଉଥିବାରୁ ସ୍ଥାୟୀ ମରାମତି ନିମନ୍ତେ ଭଦ୍ରକ ଜିଲାପାଳଙ୍କ ତତ୍ତ୍ୱାବଧାନରେ ଏନଏଚ ଓ ଜଳସେଚନ ବିଭାଗର ଉଚ୍ଚ ପଦାଧିକାରୀଙ୍କ ସହ ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ôଚ କ୍ଷେତ୍ର ପରିଦର୍ଶନ କରି ସୁଦୃଢ ମରାମତି ନିମନ୍ତେ ଉଭୟ ଜଳସେଚନ ବିଭାଗ ଓ ଜାତୀୟ ରାଜପଥ ବିଭାଗକୁ ପରାମର୍ଶ ଦେଇଥିଲେ। ମାତ୍ର ତରବରିଆ ଭାବେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ସୁରକ୍ଷା ପାଚେରୀରେ ବଡ ବଡ ଫାଟ ଦେଖାଦେବା ସହ ପାଖାପାଖି ୨ ଶହ ଫୁଟ୍ ରାସ୍ତା ନଦୀଆଡକୁ ଢଳିପଡିଛି। ଯାହାକି ଯାତାୟତରେ ବାଧାପ୍ରାପ୍ତ ହୋଇଛି। ଏପରି ଘଟଣା ସଂପର୍କରେ ଜାତୀୟ ରାଜପଥ ବିଭାଗର ପାଣିକୋଇଲି କନିଷ୍ଟ ଯନ୍ତ୍ରୀ ଶକ୍ତିବ୍ରତ ଜେନାଙ୍କୁ ପଚାରିବାରୁ ରାସ୍ତା କାମ ହେଉଥିବା ସ୍ଥାନରେ ନଦୀ ରହିଥିବାରୁ ଜୁଆର ମାଡ ହୋଇ ରାସ୍ତା ଦବିଯାଇଛି। ତେଣୁ କାମ ଏବେ ବନ୍ଦ ରହିଛି। ବୈଷୟିକ ଟିମ୍ ଆସି ଘଟଣାର ତଦାରଖ କରିବା ପରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.