Home ଓଡ଼ିଶା ୪.୫ କୋଟି ଓଡିଆ ମୋର ପରିବାର ଓ ମୁଁ ସଦାସର୍ବଦା ଆପଣଙ୍କ ପାଖରେ ଅଛି ଓ...

୪.୫ କୋଟି ଓଡିଆ ମୋର ପରିବାର ଓ ମୁଁ ସଦାସର୍ବଦା ଆପଣଙ୍କ ପାଖରେ ଅଛି ଓ ରହିବି- ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ

729

ନବୀନଙ୍କ ମାରାଥନ ପ୍ରଚାର: ବିଜେପି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହି ଏମାନଙ୍କ ଓଡିଶା ପ୍ରତି ଦରଦ କେତେ ?

କୋରାପୁଟ ୦୫-୦୪(ଓଡିଆ ପୁଅ/ରଂଜନ କୁମାର ଦାସ )ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ସଭା କରି ଦଳୀୟ ପ୍ରାର୍ଥୀ ମାନଙ୍କ ନିମନ୍ତେ ପ୍ରଚାର କରିଛନ୍ତି। ପ୍ରାକୃତିକ ବିପପର୍ଯ୍ୟ ସମୟରେ ଓଡିଶାବାସୀ ଘୋର ସମସ୍ୟାରେ ପଡିଥିଲାବେଳେ କେନ୍ଦ୍ରର ଭାଜପା ନେତା କେଉଁଠି ଥିଲେ, ଏବେ ନିର୍ବାଚନରେ ଆସି ଭୋଟ ମାଗୁଛନ୍ତି ବୋଲି ନବୀନ ପ୍ରଶ୍ନ କରିବା ସହ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଚାଲିଥିବା କେନ୍ଦ୍ର ସରକାର ଓଡିଶା ପ୍ରତି ନିୟମିତ ଅବହେଳା କରୁଥିବା ଦର୍ଶାଇଥିଲେ। ଓଡିଶା ପାଇଁ କେନ୍ଦ୍ର ସରକାର କୁମ୍ଭିର କାନ୍ଦଣା କାନ୍ଦୁଥିବା ନବୀନ ବକ୍ତବ୍ୟ ରଖିବା ସହ ଆଦିବାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ କାଟ କରିବା, ପଛୁଆ ଜିଲାର ବିକାଶ ପାଇଁ ଥିବା ସ୍ୱତନ୍ତ୍ର ଅନୁଦାନ ବନ୍ଦ କରିବା କଥା କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ବର୍ଷିଥିଲେ। ୪.୫ କୋଟି ଓଡ଼ିଆ ମୋର ପରିବାର ଓ ମୁଁ ସଦାସର୍ବଦା ଆପଣଙ୍କ ପାଖରେ ଅଛି ଓ ରହିବ ବୋଲି କହିବା ସହ ଆର୍ଶିବାଦ ଭିକ୍ଷା କରିଥିଲେ। ପଟ୍ଟାଙ୍ଗି ବିଧାନସଭା କ୍ଷେତ୍ରର ଦଳେଇଗୁଡା ଗ୍ରାମ ନିକଟ ବାଙ୍ଗରୁମୁଣ୍ଡା ପଡିଆରେ ଏକ ବିରାଟ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ। ଜିଲା ସଭାପତି ଈଶ୍ୱର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନବୀନ ଜନସାଧାରଣଙ୍କୁ ଓଡିଆରେ ଜୟ ଜଗନ୍ନାଥ ସମ୍ବୋଧନ କରି ବିଧାୟକ ପ୍ରାର୍ଥୀ ପ୍ରୀତମ ପାଢି ଓ ସାଂସଦ ପ୍ରାର୍ଥିନୀ କୌଶଲ୍ୟା ହିକକାଙ୍କୁ ଶଂଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ।ଏଠାରେ ସିନେଷ୍ଟାର ପୁପିନ୍ଦର ସିଂ ଓ ଟିଭି କଳାକାର ମାନେ ଯୋଗଦେଇ ବିଜେଡି ପ୍ରାର୍ଥୀମାନଙ୍କୁ ଜୟଯୁକ୍ତ କରାଇବାକୁ ନିବେଦନ କରିଥିଲେ।ଏହି ସଭାରେ ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ, ଉପସଭାପତି ଭରତ ମଲ୍ଲିକ, ପ୍ରଭାତ ସୁତାର, ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା, ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ନନ୍ଦପୁର ବ୍ଲକର କଂଗ୍ରେସ ଅଧ୍ୟକ୍ଷ ମଧୁ ମୁଦୁଲିଙ୍କ ସହ ଅନେକ କଂଗ୍ରେସ ନେତା ବିଜେଡିରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଦଶମନ୍ତପୁର ବ୍ଲକ ଅଫିସ ନିକଟ ବଦଲିକୁଡମା ପଡିଆରେ ଆୟୋଜିତ ଜନ ସମାବେଶରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ବରିଷ୍ଠ ନେତା ଶିବ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ ବିଧାୟକ ପ୍ରାର୍ଥୀ ପ୍ରଭୂ ଯାନୀ ଏବଂ ସାଂସଦ ପ୍ରାର୍ଥୀନୀ କୌଶଲ୍ୟାଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଦଶମନ୍ତପୁର ବ୍ଲକ ସଦର ମହକୁମା ସହ ଦୁଆରଶୁମୀ ପଂଚାୟତକୁ ଯୋଗାଯୋଗ ନିମନ୍ତେ ମୁରାନ୍ ଡ୍ୟାମରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ। ଦଶମନ୍ତପୁରରେ ନିର୍ବାଚନୀ ପ୍ରଚାର ପରେ ନବୀନ ପଟ୍ଟନାୟକ କୋରାପୁଟ ବିଧାନସଭା କ୍ଷେତ୍ରର କୋରାପୁଟ-ସୁନାବେଡା ୨୬ ନଂ ଜାତୀୟ ରାଜପଥ କଡ ଡୁମୁରିପୁଟ ରାମ ମନ୍ଦିର ନିକଟ ପଡିଆରେ ଏକ ବିରାଟ ଜନସଭାକୁ ସମ୍ବୋଧନ କରିଥିଲେ। ଜିଲା ସଭାପତି ଶ୍ରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନବୀନ ପଟ୍ଟନାୟକ ଜନସମାବେଶକୁ ସମ୍ବୋଦ୍ଧିତ କରି ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ରଘୁଗାମ ପାଡାଲ୍ ଓ ସାଂସଦ ପ୍ରାର୍ଥିନୀ କୌଶଲ୍ୟା ହିକକାଙ୍କୁ ଭୋଟ ଦେଇ କୋରାପୁଟ ଜିଲାର ସେବା କରିବାକୁ ସୁଯୋଗ ଦିଅନ୍ତୁ ବୋଲି ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ, ବିଜେଡି ନେତା ମହମ୍ମଦ୍ ନକିମ୍, ବିଧାୟକ ପ୍ରାର୍ଥୀ ରଘୁରାମ ପାଡାଲ୍, ସାଂସଦ ପ୍ରାର୍ଥିନୀ କୌଶଲ୍ୟା ହିକକା, ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା, ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ ପାଙ୍ଗି, ଜିଲ୍ଲା ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ରୀତା ପାଣିଗ୍ରାହୀ, ସୁନାବେଡା ମ୍ୟୁନସିପାଲଟିର ଅଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକ ପ୍ରମୁଖ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ଡୁମୁରିପୁଟରେ କାର୍ଯ୍ୟକ୍ରମ ଶେଷ ପରେ ମୁଖ୍ୟମନ୍ତ୍ରୀ ଜୟପୁରରେ ପହଁଚି ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.