Home ଓଡ଼ିଶା ମୋଦିଙ୍କୁ ଜବାବ କି ! ନବୀନ ପଟ୍ଟନାୟକଙ୍କ ଫିଟନେସ ଭିଡିଓ ?

ମୋଦିଙ୍କୁ ଜବାବ କି ! ନବୀନ ପଟ୍ଟନାୟକଙ୍କ ଫିଟନେସ ଭିଡିଓ ?

1125

ମନେ ପକାନ୍ତୁ, ମୋଦିଙ୍କ “୧୦ କଦମ ଚାଲିବାକୁ ୧୦ ମିନିଟ ଲାଗିଯିବା” କହିବା କଥା..

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନ ପ୍ରଚାରକୁ ନେଇ ସରଗରମ ଲାଗି ରହିଥିବା ବେଳେ ଏବେ ଏକ ଭିଡିଓ ପଦାକୁ ଆସିଛି।ଅତ୍ୟନ୍ତ ଚତୁରତାର ସହ ଏଭଳି ଏକ ଭିଡିଓ ଜାରି କରାଯାଇଛି, ଯେଉଁଥିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି।ଫିଟ୍ ରହିବା ପାଇଁ ନବୀନଙ୍କ ଏଭଳି ଦିନଚର୍ଯ୍ୟାକୁ ଗତ ଦୁଇ ଦଶନ୍ଧି ମଧ୍ୟରେ କେହି ଦେଖିନଥିବେ।ଓଡ଼ିଶା ଲୋକଙ୍କ ପାଇଁ ଲଢ଼ିବା ନିମନ୍ତେ ନବୀନ ନିଜକୁ ବ୍ୟାୟାମ ମାଧ୍ୟମରେ ଫିଟ୍ ରଖିବାକୁ ଚାହୁଁଛନ୍ତି ବୋଲି ନିଜେ ଭିଡିଓ ଶେଷରେ ବାର୍ତ୍ତା ଦେଇଛନ୍ତି।ଭିଡିଓରେ ୭୩ ବର୍ଷୀୟ ନବୀନଙ୍କୁ ଶାରୀରିକ ବ୍ୟାୟାମ କରୁଥିବାର ଦେଖିବାକୁ ମିଳୁଛି।ନବୀନ ନିଜର ବାସଭବନ (ନବୀନ ନିବାସ) ଭିତରେ ଟ୍ରାକସୁଟ୍ ଓ ରାଉଣ୍ଡ ନେକ୍ ବ୍ୟାନିଅନ୍ ପିନ୍ଧି ଦୌଡ଼ୁଥିବାର ଦେଖିବାକୁ ମିଳୁଛି।ତା’ ସହିତ ନବୀନ ନିଜର ବାସଭବନ ଭିତରେ ଥିବା ଅତ୍ୟାଧୁନିକ ଜିମରେ ସାଇକେଲିଂଠୁ ଆରମ୍ଭ କରି ସବୁ ପ୍ରକାର ବ୍ୟାୟାମ କରୁଛନ୍ତି। ୭୩ ବର୍ଷ ବୟସରେ ଉପନୀତ ହୋଇଥିଲେ ମଧ୍ୟ ନବୀନ ଯେଭଳି ଢଙ୍ଗରେ ବ୍ୟାୟାମ କରୁଛନ୍ତି ସେଥିରେ ସେ ସମ୍ପୂର୍ଣ୍ଣ ଯୁବ ଅବସ୍ଥାରେ ଥିବା ଭଳି ଦେଖାଇବାକୁ ପ୍ରୟାସ କରାଯାଇଛି।

ତେବେ ପ୍ରଶ୍ନ ଉଠୁଛି ହଠାତ ଏପରି ଏକ ଭିଡିଓ କାହିଁକି?ଏବେ କିଛି ଦିନ ତଳେ ଭାରତୀୟ କ୍ରିକେଟର ବିରାଟ କୋହଲୀ ନିଜର ଫିଟନେସ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫିଟନେସ ଚ୍ୟାଲେଞ୍ଜ ଦେଇଥିଲେ।ମୋଦୀ ମଧ୍ୟ ଚ୍ୟାଲେଞ୍ଜ ଗ୍ରହଣ କରି ନିଜର ଫିଟନେସ ଭିଡିଓ ଜାରି କରିଥିଲେ।ଏହା ସହ ଆଉ କିଛି କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅନ୍ୟାନ୍ୟ ହସ୍ତୀ ଫିଟନେସ ଚ୍ୟାଲେଞ୍ଜ ଗ୍ରହଣ କରି ନିଜର ଫିଟନେସ ଭିଡିଓ ସେୟାର କରିଥିଲେ।ତେବେ ନବୀନଙ୍କୁ କାହିଁକି ଏବଂ ଏବେ ନିଜର ଫିଟନେସ ଭିଡିଓ ଜାରି କରିବାକୁ ପଡ଼ିଲା?

ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଅଛି ବୋଲି ଏକ ଆଲୋଚନା ହୁଏ।ବିଭିନ୍ନ କାର୍ଯ୍ୟକ୍ରମରେ ନବୀନଙ୍କର ଚାଲିଚଳଣୀରୁ ମଧ୍ୟ ସେହିପରି କିଛି ବି ସନ୍ଦେହ ସୃଷ୍ଟି ହୁଏ।ତେବେ ବିରୋଧୀ ଏହିପରି ଗୁଜବ ସୃଷ୍ଟି କରୁଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଉଛି।ତେବେ ଏ’ ଭିତରେ ଟିକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋରାପୁଟ ଗସ୍ତ କଥା ମନେ ପକାନ୍ତୁ।ମୋଦୀ ସିନା ନବୀନ ପଟ୍ଟନାୟକଙ୍କ ନାଁ ନେଲେନି।କିନ୍ତୁ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଥିଲେ।ତେବେ ଏଠି ମୋଦି ଗୋଟେ କଥା କହିଥିଲେ, “ଆପଣଙ୍କୁ କ’ଣ ଏମିତି ସରକାର ଦରକାର ଯାହାକୁ ୧୦ କଦମ ଚାଲିବା ପାଇଁ ପାଇଁ ୧୦ ମିନିଟ ଲାଗିଯିବ”?ତେବେ ମୋଦିଙ୍କର ଏହି ୧୦ କଦମ ପାଇଁ ୧୦ ମିନିଟ ଲାଗିଯିବା କଥା ସରକାର ପାଇଁ ଥିଲା? ନାଁ’ ଆଉ ନବୀନଙ୍କ ପାଇଁ ନ’ଥିଲା ତ’?ନବୀନ ଆଉ ତା’ର ଉତ୍ତର ଏହି ଫିଟନେସ ଭିଡିଓ ମାଧ୍ୟମରେ ଦେଇ ନାହାଁନ୍ତି ତ’??//ଦେବଦତ୍ତ ରଥ

https://twitter.com/odiapuanews/status/1114212050450780160?s=19

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.