Home ଜିଲ୍ଲା ପରିକ୍ରମା ଧାନମଣ୍ଡିରେ ଅବ୍ୟବସ୍ଥା ମିଲରମାନଙ୍କ ଚାଷୀମାରଣ ନିତୀକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଅଭିଯୋଗକଲେ ଚାଷୀ,ପିଟାକାଟା ମଣ୍ଡିରେ ସାତଦିନହେଲା...

ଧାନମଣ୍ଡିରେ ଅବ୍ୟବସ୍ଥା ମିଲରମାନଙ୍କ ଚାଷୀମାରଣ ନିତୀକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଅଭିଯୋଗକଲେ ଚାଷୀ,ପିଟାକାଟା ମଣ୍ଡିରେ ସାତଦିନହେଲା ୨୫ଶହ କ୍ବଣ୍ଟାଲ ଧାନପଡିଛି

112

ମାଲକାନଗିରି,୬ା୧୨ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାରେ ଖରିପଚାଷର ଧାନମଣ୍ଡି  ଗତ ୨୫ତାରିଖ ଠାରୁ  ଆରମ୍ଭ ହୋଇଥିଲେ ମଧ୍ୟ ଅନେକ ମଣ୍ଡିରୁ ଧାନ ଉଠାଯାଇ ନାହିଁ । ବିଶେଷ କରି ପିଟାକାଟା ଧାନମଣ୍ଡିରେ ମିଲର ମାନଙ୍କ ମନମୁଖି କାରବାର ଯୋଗୁ ଗତ ୩୦ତାରିଖ ଠାରୁ ୨୫ଶହକ୍ୱିଟାଂଲ ଧାନପଡିରହିଛି । ଏହି ଧାନମଣ୍ଡିରେ ଲାଗିରହିଥିବା ଅବ୍ୟବସ୍ଥା ଓ ମିଲରମାନଙ୍କ ଚାଷୀମାରଣ ନିତୀକୁ ବିରୋଧ କରି ଆଜି ଶତାଧିକ ଚାଷୀ ମାଲକାନଗିରି ଜିଲ୍ଲାପାଳ,ଉପଜିଲ୍ଲାପାଳ,ଜିଲ୍ଲାଯୋଗଣ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତୁମସାପାଲି ପଚାଂୟତର ଗ୍ରାମବାସୀ ମାନଙ୍କ ପାଇଁ ପିଟାକାଟା ହାଟପଦାଠାରେ ଏକ ଧାନମଣ୍ଡି ଖୋଲା ଯାଇଛି । ଏହି ଧାନମଣ୍ଡିରେ ୪୮୪ଜଣ ଚାଷୀଙ୍କ ଧାନକ୍ରୟ ନିମନ୍ତେ ନାମପଜିଂକରଣ ହୋଇଛି । ଗତ୩୦ତାରିଖରେ ଚାଷୀମାନେ ସେମାନଙ୍କ ଧାନ ବିକ୍ରୟ ନିମନ୍ତେ ମଣ୍ଡିକୁ ଧାନଆଣିଥିଲେ , ସରକାରି ନିୟମ ଅନୁସାରେ ସେମାନଙ୍କ ଧାନର ଏଫକ୍ୱିୟୁ ମାନନିରୁପଣ ହୋଇ ଗଲାପରେ ପ୍ରତି କ୍ୱିଟାଂଲରେ ୫ରୁ ୬କେଜି ଲେଖା ଧାନ କାଟି ଦେବା ପାଇଁ ମିଲର ମାନେ ଚାଷିମାନଙ୍କୁ କହିବାରୁ ଏଥିରେ ଚାଷୀ ମାନେ ରାଜି ହୋଇନଥିଲେ । ଚାଷୀମାନେ ମିଲରଙ୍କ ପ୍ରସ୍ଥାବରେ ରାଜି ନହେବାରୁ ମିଲରମାନେ ମଣ୍ଡିରୁ ଧାନ ଉଠାଇନଥିଲେ । ଯାହା ଫଳରେ କି ଦୀର୍ଘସାତ ଦିନହେଲା ୨୫ଶହକ୍ୱିଟାଂଲ ଧାନ ମଣ୍ଡିରେ ସେମିତି ପଡିରହିଛି,ଗରିବ ଖଟିଖିଆ ଚାଷୀ ମାନେ କେତେଦିନ ସେହି ଧାନକୁ ରାତି ଦିନ ଜଗିରହିବେ,ଖୋଲାରେ ପଡିରହିବାଦ୍ୱାରା ଗାଇଗୋରୁ ସେହି ଧାନକୁ ଖାଇବାକୁ ଲାଗିଲେଣି  ଏହି ସବୁ ଅବ୍ୟବସ୍ଥା ଯୋଗୁ  ଆଜି ତୁମସାପାଲି ପଚାଂୟତର ଶତାଧିକ ଚାଷୀ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଉପଜିଲ୍ଲାପାଳ ରାମେଶ୍ୱରପ୍ରଧାନ,ଜିଲ୍ଲାଯୋଗଣ ଅଧିକାରୀ ଅଭିମନ୍ୟୁ ମହାନ୍ତିଙ୍କୁ ଭେଟି ଧାନମଣ୍ଡିରେ ଲାଗିରହିଥିବା ବିଭିନ୍ନ ସମସ୍ୟା ଓ ସେମାନଙ୍କ ଧାନ ମିଲରମାନେ ତୁରନ୍ତ ଉଠାଇନେବା ପାଇଁ ଦାବିକରି ଦରଖାସ୍ତ ଦେଇଥିଲେ । ଆସନ୍ତା କାଲି ସୁଦ୍ଧା ପିଟାକାଟା ଧାନମଣ୍ଡିରେ ପଡିରିହଥିବା ଧାନ ଉଠାଯିବ ବୋଲି ଅଧିକାରୀ ଙ୍କ ଠାରୁ ପ୍ରତିସୃତୀ ପାଇବା ପରେ ଚାଷୀମାନେ ନିଜ ଗାଁକୁ  ଫେରିଯାଇଥିଲେ । କେବଳ ପିଟାକାଟା ଧାନମଣ୍ଡିରେ ଅବ୍ୟବସ୍ଥା ଲାଗିରହିନାହିଁ ଏହିପରି ଜିଲ୍ଲାର  ଅଧିକାଶଂ ମଣ୍ଡିରେ ଅବ୍ୟବସ୍ଥା ରହିଛି । ମିଲରମାନେ ବିଭାଗୀୟ ଅଧିକାରୀଙ୍କ ସହିତ ହାତମେଳାଇ ଏଫକ୍ୱିୟୁ ମାନ ଧାନକୁ ଖରାପ ଧାନର ଆଳଦେଖାଇ  ଚାଷୀମାନଙ୍କ ଠାରୁ ୫ରୁ ୬କେଜି ପ୍ରତି କ୍ୱିଟାଂଲରେ ଧାନକାଟି ରଖୁଥିବାର ଅଭି ଯୋଗହେଉଛି ।

ଧାନ ମଣ୍ଡିଉଦଘାଟନି ସମୟରେ ଜିଲ୍ଲାରେ ସୁଚାରୁ ଭାବେ ଚାଷୀମାନଙ୍କ ଠାରୁ ଧାନକ୍ରୟ କରି ଠିକ ସମୟରେ ଉପଯୁକ୍ତମୂଲ୍ୟ ଦେବାସହିତ ଚାଷୀମାନେ ଯେପରି ବାରମ୍ବାର ମଣ୍ଡିକୁ ଆସି ହଇରାଣ ନହୁନ୍ତି ସେଥିପ୍ରତି ଦୃଷ୍ଟିଦେବାପାଇଁ  ବିଭାଗୟୀ ଅଧିକାରୀ ମାନେ କହିଥିଲେ । ହେଲେ ୧୨ଦିନହେଲା ମଣ୍ଡି ଚାଲିଲାଣି କେତ କ ମଣ୍ଡିରେ ଏବେ ବି ଧାନ ପଡିରହିଛି ଓ ଚାଷୀ ମାନେ ସେମାନଙ୍କ ଧାନକୁ ଜଗିରହିଛନ୍ତି । ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ ୨୦ହଜାର କ୍ବିଟାଂଲ ଧାନ କ୍ରୟହେବା ପାଇଁ ନିସ୍ପତି ନିଆ ଯାଇଛି । ମାଲକାନଗିରି ଜିଲ୍ଲାରେ ଚଳିତବର୍ଷ ଖରିପ ଧାନସଂଗ୍ରହ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସାତଟି ଯାକ ବ୍ଲକରେ ମୋଟ ୬୧ଟି ମଣ୍ଡିଖୋଲା ଯାଇଛି,ଚାଷୀମାନଙ୍କ ଠାରୁ ଅଣ ଜଳସେଚିତ ଜମିରୁ ଏକର ପିଛା ୧୩କ୍ୱିଟାଂଲ ଓ ଜଳସେଚିତ ଜମିରୁ ୧୯କ୍ୱିଟାଂଲ ଧାନ କ୍ରୟକରାଯିବା ପାଇଁ ସରକାରଙ୍କ ପକ୍ଷରୁ ନିସ୍ପତି ନିଆ ଯାଇଛି । ଜିଲ୍ଲାର କାଲିମେଳା,ପଡିଆ, କୋରକୁଣ୍ଡା, ମାଲକାନଗିରି, ମାଥିଲି,ଚିତ୍ରକୋଣ୍ଡା, ଖଇରପୁଟ,ସାତଟି ଯାକ ବ୍ଲକରେ ୬୧ଟି ମଣ୍ଡିରେ ଧାନ କ୍ରୟ କରା ଯିବାପାଇଁ ନିସ୍ପତି ନିଆଯାଇ ୮ଟି ଲ୍ୟାମ୍ପସ  କୁ ଦାଇତ୍ୱ ଦିଆଯାଇଛି ଚଳିତବର୍ଷ ଖରିପରେ ସାଧାରଣ କିସମ ଧାନ କୁଇଟାଂଲ ପିଛି ୧୭୫୦ଟଙ୍କା ଓ ଗ୍ରେଡ ଏ  କିସମ ଧାନ ୧୭୭୦ଟଙ୍କା ସରକାରି ଦର ଧାର୍ଯ୍ୟ କରାଯାଇଛି । ଖରିପ ମଣ୍ଡି ନଭେମ୍ବର ମାସ ଠାରୁ ଏପ୍ରିଲ ମାସ୨୦୧୯ ପର୍ଯ୍ୟନ୍ତ ଚାଷୀଙ୍କ ଧାନ ବିକ୍ରୟ ସରିବା ପର୍ଯ୍ୟନ୍ତ ଚାଲିବ , ମାଲକାନଗିରି ଜିଲ୍ଲାରୁ ଚୋରା ବେପାରି ମାନେ ଚାଷୀଙ୍କ ଠାରୁ କମ ମୂଲ୍ୟରେ ଧାନକ୍ରୟକରି ଯେପରି ବାହର ରାଜ୍ୟକୁ ଚାଲାଣ ନକରନ୍ତି ସେଥିପ୍ରତି ଜିଲ୍ଲାପ୍ରଶାସନ ସଜାଗରହି ବା ପାଇଁ ବ୍ୟବସ୍ଥା କରାଯାଇଛି । ଗତ ୨୫ତାରିଖ ଠାରୁ ଚଳିତ ମାସ ୪ତାରିଖ ପର୍ଯ୍ୟନ୍ତ୧୭୧୨ଜଣ ଚାଷୀଙ୍କ ଠାରୁ ୪୮୬୩୬.୩୨୮କ୍ୱିଟାଂଲ ଧାନ କ୍ରୟ ହୋଇ ଧାନମଣ୍ଡିରୁ ମିଲରମାନେ ଉଠାଇ ନେଇଥିବାର ବିଭାଗୀୟ ସୁତ୍ରରୁ ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.