Home ଓଡ଼ିଶା ଡିସେମ୍ବର ୮ ରୁ ୪ ର୍ଥ କୋଣାର୍କ ଅନ୍ତର୍ଜାତୀୟ ସାଇକେଲ ଯାତ୍ରା

ଡିସେମ୍ବର ୮ ରୁ ୪ ର୍ଥ କୋଣାର୍କ ଅନ୍ତର୍ଜାତୀୟ ସାଇକେଲ ଯାତ୍ରା

145

କୋରାପୁଟ ; ତା୧୦-୧୧-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ଆସନ୍ତା ଡିସେମ୍ବର ମାସ ୮ ତାରିଖଠାରୁ ୪ ର୍ଥ କୋଣାର୍କ ଅନ୍ତର୍ଜାତୀୟ ସାଇକେଲ ଯାତ୍ରା ଆରମ୍ଭ କରାଯିବ ବୋଲି ରୁଟସ ର ପ୍ରତିଷ୍ଠାତା ସୁଧିର ଦାସ କୋରାପୁଟ ପ୍ରେସକ୍ଲବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରୁ ସାଇକେଲ ଯାତ୍ରା ଶୁବାରମ୍ଭ ହୋଇ କୋଣାର୍କର ସାତପଡା, ଚନ୍ଦ୍ରଗିରି, ବ୍ରହ୍ମପୁର, ପାରଳାଖେମୁଣ୍ଡି, ରାୟଗଡା ଦେଇ କୋରାପୁଟ ରେ ପହଂଚିବ ବୋଲି ସେ ସୂଚନା ଦେଇଥିଲେ।ଓଡିଶାର କଳା ଓ ସଂସ୍କୃତି, ପରିବେଶ ପର୍ଯ୍ୟଟନକୁ ବିଶ୍ୱ ଦରବାରେ ପହଂଚାଇବା ଏହାର ଲକ୍ଷ୍ୟ ବୋଲି ସେ ସୂଚନା ଦେଇଥିଲେ।ଓଡିଶାରେ ମାତୃମୃତ୍ୟୁହାର ସର୍ବାଧିକ ରହିଥିବା ବେଳେ ଏହାକୁ ହ୍ରାସ କରିବା ନିମନ୍ତେ ସାଇକେଲ ଯାତ୍ରା ସମୟରେ ଯୋଗଦେେଉଥିବା ଡାକ୍ତର ଅମିତ ସାମର୍ଥ ଲୋକମାନଙ୍କୁ ସଚେତନ କରିବେ ବୋଲି ଯୋଗେନ୍ଦ୍ର ସିଂ ସୂଚନା ଦେଇଥିଲେ।କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେଆଇସିର ସଂଯୋଜକ ମଧୁସୂଦନ ମିଶ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.