Home ଓଡ଼ିଶା ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ନେଇ ସାମ୍ବାଦିକ ସଂଘର ଧାରଣା: ଜନ ଅସନ୍ତୋଷ ବୃଦ୍ଧି ପାଉଛି

ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ନେଇ ସାମ୍ବାଦିକ ସଂଘର ଧାରଣା: ଜନ ଅସନ୍ତୋଷ ବୃଦ୍ଧି ପାଉଛି

107

ଟିଟିଲାଗଡ ୧୧-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସବଡିଭିଜନକୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବା ପାଇଁ ବାରମ୍ବାର ଦୀର୍ଘ ଦିନରୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବି ହୋଇ ଆସୁଥିଲେ ସୁଦ୍ଧା ସରକାର ନୀରବ ରହିବା ନେଇ ଜନ ଅସନ୍ତୋଷ ବଢି ଚାଲିଛି। ବିଗତ ଦିନରେ ପାଣି ଓ ଜିଲ୍ଲା ଦାବି ନେଇ ତତ୍କାଳୀନ ଏନ ଏ ସି ନିର୍ବାଚନ ମଧ୍ୟ ୧୨ ବର୍ଷ ଧରି ବର୍ଜନ ସହ ଆନ୍ଦୋଳନ କରାଯାଇଥିଲା। ତେଲ ନଦୀରୁ ଜଳ ଯୋଗାଣ ବ୍ୟବସ୍ଥା ସରକାର ମଞ୍ଜୁର କରିଥିବା ବେଳେ ଜିଲ୍ଲା ଘୋଷଣା କରି ନ ଥିଲେ। ବିଗତ ଦିନରେ ଜିଲ୍ଲା ଘୋଷଣା ବଦଳରେ ଏନ ଏ ସି କୁ ମୁନିସିପ।ଲଟି ଘୋଷଣା କରିଥିଲେ।ଆକାର ଓ ଆୟତନ, ଜନ ସଂଖ୍ୟ। ଦୃଷ୍ଟିରେ ଜିଲ୍ଲା ଦାବି ପାଇଁ ସଠିକ ଥିଲେ ହେଁ ଏହି ଦାବି କୁ ଅଣ ଦେଖା କରିବା ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଅନେକ ଦିନ ଧାରଣା ଦେଇ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରିଥିଲେ ସୁଦ୍ଧା ସୁଫଳ ମିଳି ନ ଥିଲା। ଏ ଦାବି ନେଇ ଓକିଲ ସଂଘ ଓ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଆରମ୍ଭ ସହ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଗାର ଦିନ ରେ ଧାରଣା ଦିଆ ଯାଇଥିବା ବେଳେ ବିଭିନ୍ନ ସଂଗଠନ ଯୋଗ ଦେଇଥିବା ବେଳେ ଆଜି ରିଲେ ଅନଶନ ରେ ବିପୁଳ ସଂଖ୍ୟା ରେ ଲୋକ ଯୋଗ ଦେଇଥିବା ବେଳେ ବିଭିନ୍ନ ବ୍ଲକ ଓ ଅଞ୍ଚଳ ର ସାମ୍ବାଦିକ ଧାରଣା ଦେଇଛନ୍ତି।ଏ ନେଇ ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଜନ ଅସନ୍ତୋଷ ଉଗ୍ର ରୂପ ନେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.