Home ଓଡ଼ିଶା ରାଜ୍ୟପାଳଙ୍କ ଗସ୍ତକୁ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ତତ୍ପର, ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା

ରାଜ୍ୟପାଳଙ୍କ ଗସ୍ତକୁ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ତତ୍ପର, ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା

125

ମାଲକାନଗିରି, ୧୧ା୧୧ (ଓଡିଆ ପୁଅ ) ଓଡିଶାର ନୂତନ ରାଜ୍ୟପାଳ ପ୍ରଫେସର ଶ୍ରୀ ଯୁକ୍ତ ଗଣେଶୀ ଲାଲଙ୍କ ପ୍ରଥମ ଥର କରି ମାଲକାନଗିରି ଜିଲ୍ଲା ଗସ୍ତ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୋମବାର ସକାଳ ୧୦.୩୦ରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ଲାଲ ମାଲକାନଗିରି ଏମଭି ୩ ଠାରେ ଥିବା ବିଏସଏଫ କ୍ୟାମ୍ପରେ ଅବତରଣ କରିବା ପରେ ବିଏସଏଫ ଉଚ୍ଚ ଅଧିକାରୀ, ଜିଲ୍ଲାପାଳ, ଏସପିଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ କୋରକୁଣ୍ଡା ବ୍ଲକ ଗସ୍ତକରି ସେଠାରେ ନିର୍ବାଚିତ ପ୍ରତିନିଧି ଓ ଜନସାଧାରଣମାନଙ୍କ ସହ ଆଲୋଚନା କରିବା ପରେ ବାଲିମେଳା ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କସହ କିଛି ସମୟ କଟାଇବାପରେ ବାଲିମେଳା ଗେଷ୍ଟ ହାଉସ ଠାରେ ଜିଲ୍ଲା ସ୍ତରୀୟ ଅଧିକାରୀ ବ୍ଲକ ସ୍ତରୀୟ ଅଧିକାରୀ ଓ ବାଲିମେଳା ଜନସାଧରଣଙ୍କ ସହିତ ଆଲୋଚାନ କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ମାଲକାନଗିରି ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ଏସପି ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ସହିତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ସମୀକ୍ଷା ଓ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ନୂତନ ରାଜ୍ୟପାଳ ଶ୍ରୀଯୁକ୍ତ ଲାଲଙ୍କ ମାଲକାନଗିରି ଜିଲ୍ଲାକୁ ଏହା ପ୍ରଥମ ଗସ୍ତ ଥିବାରୁ ଜିଲ୍ଲା ସଦର ମହକୁମା ମୁଖ୍ୟ ରାସ୍ତାରେ ଥିବା ଡିଭାଇଡରରେ ରଙ୍ଗ ଦେବା ସହ ସର୍କିଟ ହାଉସ ପାଚେରିରେ ଆଦିବାସୀ ପରମ୍ପରାର ବାଦ୍ୟ ଓ ନୃତ୍ୟ ଚିତ୍ର, ଡିଆରଡିଏ ସଭାଗୃହ, କୋରକୁଣ୍ଡା ବ୍ଲକ, ବାଲିମେଳା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ସୁନ୍ଦର ଭାବେ କାରୁ କାର୍ଯ୍ୟ ସହ ସାଜସଜା କରାଯାଇଛି। ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଏସପି ଜଗମୋହନ ମୀନା, ଉପ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଜିଲ୍ଲା ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ମାନସ କୁମାର ମିଶ୍ର, ସହକାରି ଜିଲ୍ଲାପାଳ ଶଶାଙ୍କ ଶେଖର ମିଶ୍ର, ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲା ସଦର ମହକୁମା ଓ କୋରକୁଣ୍ଡା, ବାଲିମେଳା ଠାରେ ଆୟୋଜିତ ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମ କିପରି ସୁଚାରୁ ଭାବେ ହେବ ସେନେଇ ତଦାରଖ କରିବା ସହିତ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରଥମ ଥର କରି ନୂତନ ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତଙ୍କ ଗଣେଶ ଲାଲ ମାଲକାନଗିରି ଜିଲ୍ଲାକୁ ଗସ୍ତକରୁଥିବାରୁ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଚଳଚଚଂଳ ହୋଇପଡି କାମରେ ଲାଗିଯାଇଥିବା ବେଳେ ନୂତନ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଜିଲ୍ଲାବାସୀ ଙ୍କ ମନରେ ଉତ୍ସାହ ଦେଖା ଦେଇଛି। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାକୁ ରାଜ୍ୟପାଳ ପ୍ରଥମ ଥରକରି ଗସ୍ତକରୁଥିବାରୁ ଜିଲ୍ଲାପୁଲିସ ପ୍ରଶାସନ ପକ୍ଷରୁ ଆନ୍ଦ୍ରପ୍ରଦେଶ, ଛତିଶଗଡ ରାଜ୍ୟ ସୀମାନ୍ତ ସିଲକରି ଯାନବାହନ ଜାଚଂ ସହ ବ୍ୟାପକ ଖାନତଲାସି, କମ୍ବିଂ ଓ ସର୍ଚ୍ଚ ଅରେସନ ଆରମ୍ଭ କରିଦେଇ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.