Home ଓଡ଼ିଶା ଟିକଟ ଦୌଡ଼ରେ ଦଳୀୟ ନେତା ଓ କର୍ମୀ: ବିଧାୟକ ଟିକଟ ନ ମିଳିବା ଜାଣି ବିରୋଧ:...

ଟିକଟ ଦୌଡ଼ରେ ଦଳୀୟ ନେତା ଓ କର୍ମୀ: ବିଧାୟକ ଟିକଟ ନ ମିଳିବା ଜାଣି ବିରୋଧ: କଂଗ୍ରେସରେ କନ୍ଦଳ

403

ଟିଟିଲାଗଡ଼ ୨୦-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଇତି ମଧ୍ୟରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଲା ବେଳେ ଟିକଟ ପାଇବା ପ୍ରତିଦ୍ବନ୍ଦିତା ବଢ଼ିଚାଲିଛି। ସେହିପରି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ଦଳ ତରଫରୁ ବିଜେଡି ଦଳ ଉପସଭାପତି ଥିବା ଅଭିମନ୍ୟୁ ସାହୁ ଙ୍କ ମୃତ୍ୟୁ ପରେ ବେଶ ଲୋକପ୍ରିୟତା ଯୋଗୁଁ ତାଙ୍କ ସ୍ତ୍ରୀ ଟୁକୁନି ସାହୁ ବିରୋଧୀ ଦଳ ନେତା ସୁରେନ୍ଦ୍ର ସିଂ ଭୋଇ ଙ୍କୁ ଏକ ହଜାର ଭୋଟ ଅଧିକ ପାଇ ଜୟଲାଭ କରିଥିଲେ। ତେବେ ଚଳିତ ନିର୍ବାଚନ ମଇଦାନ କୁ ବିଜେଡ଼ି ଦଳ ତରଫରୁ ଉକ୍ତ ଟୁକୁନି ସାହୁ ଙ୍କୁ ଟିକଟ ପ୍ରଦାନ କରାଯାଇଛି। ଏହି ନିର୍ବାଚନ ମଇଦାନକୁ କଂଗ୍ରେସ ଦଳ ତରଫରୁ ପୂର୍ବତନ ବିଧାୟକ ଥିବା ଓ ଜଙ୍ଗଲ ମନ୍ତ୍ରୀ ରହିଥିବା ଶ୍ରୀ ସୁରେନ୍ଦ୍ର ସିଂ ଭୋଇ ନିଜ ସଂଗଠନ କୁ ବେଶ ସୁଦୃଢ କରି ରହିଥିବା ବେଳେ ତାଙ୍କ ସ୍ଥାନରେ କଂଗ୍ରେସ ନେତା ଶରତ ପଟ୍ଟନାୟକ ଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଟିକଟ ଦେବା ଶୁଣି ଅସନ୍ତୋଷ ଦେଖାଦେଇଛି। ଏପରି କି ଟିକଟ ନ ପାଇବା ବିରୋଧ କରି ଆଜି ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ତୀବ୍ର ବିରୋଧ କରିଛନ୍ତି। ଏପରିକି ଆଦିବାସୀ ସଂଘ ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ତେବେ ଶରତ ପଟ୍ଟ ନାୟକ ଙ୍କ ଏହି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ରେ ସଂଗଠନ ଓ ସମର୍ଥନ ନ ଥିବା ଚର୍ଚ୍ଚା ହେଉଛି। ବିଧାୟିକା ଟୁକୁନି ସାହୁ ନିର୍ବାଚନ ପୂର୍ବରୁ ଦେଇ ଥିବା ବିଭିନ୍ନ ପ୍ରତିଶ୍ରୁତି ମାନ ପୂରଣ କରି ପାରିନଥିବା ବେଳେ ଲୋକ ପ୍ରିୟତା ହରାଇଥିବା ଆଲୋଚନା ହେଉଛି। ସେହିପରି ବିଜେପି ଦଳ ତରଫରୁ ଅନେକ ଦାବିଦାର ରହିଥିବା ବେଳେ ଦକ୍ଷତା ର ଅଭାବ ରହିଛି ବୋଲି ଆଲୋଚନା ହେଉଛି। ହେଲେ କିଛି ଘୋଷଣା ପ୍ରକାଶ ନ ପାଇ ଥିବା ବେଳେ କଂଗ୍ରେସ ପକ୍ଷରୁ ଶ୍ରୀ ସିଂ ଭୋଇ ଙ୍କୁ ଟିକଟ ନ ମିଳେ ତେବେ ବିଜେପି ଦଳ ରୁ ଅବା ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରିବା ପ୍ରକାଶ ପାଇଛି। ଏହି ଅସନ୍ତୋଷ ମଧ୍ୟରେ ପୂର୍ବତନ ନଗରପାଳ ତଥା ଟିଟିଲାଗଡ଼ କୁ ପାନୀୟ ଜଳଯୋଗାଣ ଓ ଜିଲ୍ଲା ମାନ୍ୟତା ପ୍ରଦାନ ନିମନ୍ତେ ତଥା ବେଶ ପରିଚିତ ଲୋକପ୍ରିୟ ପ୍ରତିନିଧି ଭାବେ ତାଙ୍କ ଦକ୍ଷତା ହାସଲ କରିଥିବା ବେଳେ ସେ କୌଣସି ଦଳ ତରଫରୁ ପ୍ରତିଦ୍ୱନ୍ଦିତା ନ କରି ନିଜେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବା ବେଶ ଚର୍ଚ୍ଚାର ପରିସରକୁ ଆସିଛି। ତେବେ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ ହୋଇନଥିଲା ବେଳେ ଜଣେ ଦକ୍ଷ ପ୍ରାର୍ଥୀଙ୍କ ଆବଶ୍ୟକତା ରହିଛି। ଟିଟିଲାଗଡ଼କୁ ଜିଲ୍ଲାର ମାନ୍ୟତା ମୁଖ୍ୟ ପ୍ରସଙ୍ଗ ଥିବା ବେଳେ ଏ ନେଇ କିଏ କଣ କରିବ ସମୟ କହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.