Home ଓଡ଼ିଶା ସାଧାରଣ ନିର୍ବାଚନ ୨୦୧୯ : ପରିସ୍ଥିତି ଜଟିଳ ହେବାକୁ ଯାଉଛି

ସାଧାରଣ ନିର୍ବାଚନ ୨୦୧୯ : ପରିସ୍ଥିତି ଜଟିଳ ହେବାକୁ ଯାଉଛି

736

– ଦେବପ୍ରସାଦ ମିଶ୍ର
ନିର୍ବାଚନ ତାରିଖ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦଳୀୟ ଟିକେଟ ବାଣ୍ଟିବା ପାଇଁ କାର୍ଯ୍ୟପନ୍ଥା ଆରମ୍ଭ ହୋଇ କତେକ ପର୍ଯାୟର ପ୍ରାର୍ଥି ତାଲିକା ପ୍ରକାଶ ପାଇଲାଣି, ଏହା ନିର୍ବାଚନ ପକ୍ରିୟାର ପ୍ରାଥମିକ ପର୍ଯ୍ୟାୟ ଏହି ପ୍ରାଥମିକ କାର୍ଯ୍ୟକୁ ଅନୁଧ୍ୟାନ କଲା ବେଳେ ଘଟଣାସ୍ଥଳରୁ ଓ ଗଣମାଧ୍ୟମରୁ ଯେଉଁ ସୂଚନା ସାଧାରଣ ଭୋଟର ପାଖୁ ଯାଉଛି ଲୋକେ ଏହା ଉପରେ କଣ କୁହାକୁହି ହେଉଛନ୍ତି ଏହାହିଁ ତୁଣ୍ଡବାଇଦ ଏହି ତୁଣ୍ଡବାଇଦ ହିଁ ଅନେକଟା ସତ୍ୟରେ ପରିଣତ ହୋଇଥାଏ। ଦୁଇଦିନ ପୂର୍ବରୁ ବିଜେଡିରୁ ଜଣେ ବହିଷ୍କୃତ ନେତା ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଜଣେ ଟାଣୁଆ ନେତା ଡକ୍ଟର ଦାମୋଦର ରାଉତ ବିଜେପିରେ ଯୋଗଦେଇ ଭୁବନେଶ୍ୱର ଫେରିବା ପରେ ଯେଉଁ ବିବୃତ୍ତି ବା ମନ୍ତବ୍ୟ ଗଣମାଧ୍ୟମରେ ଦେଇଛନ୍ତି ତାକୁ ନେଇ ସାଧାରଣରେ ଆଲୋଚନା ପୁଣି ତା ସାଙ୍ଗକୁ ନୀଳଗିରିର ବିଜେଡି ବିଧାୟକ ଦଳରୁ ଇସ୍ତଫା ଦେବା ଘଟଣା ଖାଲି ଭୁବନେଶ୍ୱର କାହିଁକି ଏହା ସବୁଆଡେ ଆଲୋଚନା, କିଛିଦିନ ତଳେ ସାଲେପୁର-ମାହାଙ୍ଗା ନିର୍ବାଚନ ମଣ୍ଡଳୀ କର୍ମୀ ସଭାରେ ବିଜେଡିର ଜଣେ ନେତା ଭୋଟରଙ୍କୁ କହିଥିଲେ ସର୍ବାଧିକ ଭୋଟ ଯେଉଁମାନେ ଦେବେ ସେ ବୁଥକୁ ଆର୍ଥିକ ପୁରସ୍କାର ପୁଣି ତାହା ବିଧାୟକ ପାଣ୍ଠିରୁ ହିଁ ଦିଆଯିବା ଘୋଷଣା ସମଗ୍ର ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ଯେତିକି ଅପମାନିତ କରିଛି ତା ସାଙ୍ଗକୁ ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏହା ପ୍ରଭାବ ପକାଇଛି ବିଜେଡି ନେତା ଆଜିଠାରୁ ଭୋଟରଙ୍କ ମୁଲ୍ୟ ନିର୍ଦ୍ଧାରଣ କରି ସାରିଲେଣି ଯେଉଁ ନେତା ଏଭଳି ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଛି ସେ ନିର୍ବାଚନ ସମୟରେ ନିର୍ବାଚନ ମଣ୍ଡଳୀର ଭୋଟ ପ୍ରଚାର ପାଇଁ ଗଲାବେଳେ ସେ ଯେମିତି କେନ୍ଦ୍ରାପଡା ଏମ.ପି ବୈଜୟନ୍ତ ପଣ୍ଡାଙ୍କୁ ଅପଦସ୍ତ କରି ତାଙ୍କ ଉପରକୁ ଅଣ୍ଡା ମାଡ କରାଇଥିଲେ ତାଙ୍କୁ ସେହି ଦଶା ହିଁ ଭୋଗିବାକୁ ପଡିବ ବୋଲି ଆଜିଠାରୁ ପ୍ରଚାର ହେଲାଣି ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେଲା ପରେ ଏବେ ସେ ନିର୍ବାଚନ ମଣ୍ଡଳୀରେ ଅନେକ ବିଜେଡି କର୍ମୀ ବିଜେପିର ସମର୍ଥକ ପାଲଟିବାରେ ଲାଗିଛନ୍ତି କେତକ ପୁରାପୁରି ସାମନା କୁ ନଆସିଲେ ମଧ୍ୟ ଭିତରେ ଭିତରେ ବିଜେପି ପାଇଁ କାର୍ଯ୍ୟ କରିବେ, ଏଥରକ ନିର୍ବାଚନରେ ବିଜେଡିରେ ଆଭ୍ୟନ୍ତରୀଣ ଗଣ୍ଡଗୋଳ, ପରଷ୍ପର ମଧ୍ୟରେ ମନାନ୍ତର, ମତାନ୍ତର ଘଟଣା ବୃଦ୍ଧି ପାଇବ ଓ କେତକ ସ୍ଥାନରେ ଏହା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଚିନ୍ତାଶୀଳ ବ୍ୟକ୍ତି ମତ ଦେବାକୁ ଆରମ୍ଭ କଲେଣି। ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ବେଳେ ଅନେକ ପୁରୁଣା ମୁହଁକୁ ବାଦଦେଇ ନୂତନ ପ୍ରାର୍ଥୀ ଦେବା ଏହା ଜଣାଶୁଣା କଥା ତଥାପି ସେ ପୁରୁଣା ପ୍ରାର୍ଥୀଙ୍କର ଯଦି ଜିତିବାର ସମ୍ଭାବନା ଥାଏ ତାକୁ ମଧ୍ୟ ବିଚାରକୁ ନେବା ଉଚିତ ଜଣେ ନିର୍ବାଚିତ ପ୍ରତିତ୍ନଧିଙ୍କଠାରୁ ନିର୍ବାଚନରେ କମ ଭୋଟ ପାଇ ହାରିଥିବା ପ୍ରାର୍ଥୀଙ୍କୁ ନୂତନ ଭାବେ ଦଳରେ ମିଶାଇଲେ ସେଠାରେ ମନାନ୍ତର ମତାନ୍ତର ହେବା ସ୍ୱାଭାବିକ ତେଣୁ ତାକୁ ଦଳ ମଧ୍ୟରେ ସେ ସମସ୍ୟାକୁ ସମାଧାନ ପାଇଁ ଅଭିଜ୍ଞ ନେତା ଉଦ୍ୟମ କରି ସମାଧାନ କରିଥାନ୍ତି କିନ୍ତୁ ଏବେ ବିଜେଡିରେ ତାହା ଦେଖିବାକୁ ମିଳୁନାହିଁ କେତକ ଅପରିପକ୍କ ଅନଭିଜ୍ଞ ଯୁବ ନେତା ଏ ଦାୟିତ୍ୱ ନେଇଥିବାରୁ ଏ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ବେଳୁ ହିଁ ବିଜେଡିରେ ଅର୍ନ୍ତଦ୍ୱନ୍ଦ ଆରମ୍ଭ ହୋଇଗଲାଣି। ଦୁଇଜଣ ନେତା ସୁକାନ୍ତ ନାଏକ ଏବଂ ବଳଭଦ୍ର ମାଝି ଓ ଅନ୍ୟମାନଙ୍କ କ୍ଷେତ୍ରରେ ଏହା ଘଟିଲାଣି ତେବେ ବିଜେଡି ଯେଉଁ ୩୩ଭାଗ ଟିକେଟ ନିର୍ବାଚନରେ ମହିଳାଙ୍କୁ ଦେବବୋଲି ନିଷ୍ପତ୍ତି ନେଇଛି ସେଥିପାଇଁ ଏପରି କରୁଥାଏ ତେବେ ବି ଏଥିରେ ରିସ୍କ ଅଛି ବୋଲି ସେହି ଦଳରେ ଆଲୋଚନା ହେଉଛି ୨୦୧୪ ପରଠାରୁ ଏବେ ଆଉ ବିଜେଡି ଟିକେଟରେ ପ୍ରାର୍ଥୀ ନିଶ୍ଚେ ଜିତିବ ବୋଲି ଯେଉଁ ଭରସା ଥିଲା ଏବେ ୨୦୧୯ ନିର୍ବାଚନ ବେଳକୁ ସେ ସମୟ ବଦଳି ଗଲାଣି ବୋଲି ସାଧାରଣରେ ଆଲୋଚନା ହେଲାଣି ରାଜ୍ୟ ପ୍ରଶାସନ ଓ ରାଜନୀତିରେ ସରକାରୀ କର୍ମଚାରୀଙ୍କ ହସ୍ତକ୍ଷେପ ଚୁଗୁଲିଆ, କାନକୁହା ଯୁବଗୋଷ୍ଠୀ ଅପରିପକ୍କ ନେତାଙ୍କ ରାଜନୀତିରେ ହସ୍ତକ୍ଷେପ ଦୁର୍ନୀତି ପି.ସି କାରବାର ଆଦି ଅନେକ ପ୍ରସଙ୍ଗ ଉପରେ ଆଲୋଚନା ତା ସାଙ୍ଗକୁ ନାରୀ ନିର୍ଯ୍ୟାତନା ବେବିନା, କୁନ୍ଦୁଲି, ଇତିଶ୍ରୀଙ୍କ ପରି ମହିଳାଙ୍କ ଉପରେ ଧର୍ଷଣ ପରେ ହତ୍ୟା ଏଥିନେଇ ଜଣେ ମନ୍ତ୍ରୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବିଦା ଆଦି ସବୁଠାରୁ ବେଶୀ ସମାଜରେ ଥିବା ଆଉ ଗୋଟିଏ ଗୋଷ୍ଠୀ ଯେଉଁମାନେ ବିପିଏଲ ଧାରୀଙ୍କ ଠାରୁ ଟିକେ ଉଚ୍ଚରେ ଏମାନେ ମଧ୍ୟବିତ୍ତ ଶ୍ରେଣୀର ମଧ୍ୟ କିନ୍ତୁ ଏଭୋଟରମାନେ ସ୍ୱାଭିମାନୀ ଏମାନେ ସହଜରେ ମନକଥା କୁହନ୍ତିନି କିନ୍ତୁ ସଠିକ ସମୟରେ ଏମାନେ କାର୍ଯ୍ୟକାରୀ କରିଥାନ୍ତି ଏହି ଗୋଷ୍ଠୀର ମତ ଯେ ସରକାର ଗରିବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଭୋଟକୁ ହାତେଇବା ପାଇଁ ଯେଉଁ ବିପିଏଲ ବର୍ଗ ସୃଷ୍ଟି କରିଛନ୍ତି ଏମାନେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସବୁ ସୁବିଧା ପାଉଛନ୍ତି ସରକାର ପରୋକ୍ଷରେ ଏକ ନିକମା ଗୋଷ୍ଠୀ ସୃଷ୍ଟିକରି ସେମାନଙ୍କଠାରୁ ଭୋଟ ହାତଉଛନ୍ତି କିନ୍ତୁ ଏମାନେ ସ୍ୱାବଲମ୍ବୀ ହେବା ପରେ ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଉଦ୍ୟମ ହେଉନାହିଁ କେବଳ ଭୋଟ ହାତେଇବା ପାଇଁ ଏପରି କରାଯାଉଛି ଏହି ଗୋଷ୍ଠୀ ବାହାରକୁ ଚୁପଚାପ ରହନ୍ତି କିନ୍ତୁ ଭୋଟ ବେଳେ କାମ ଦେଖାନ୍ତି ଏଥରକ ଏ ଗୋଷ୍ଠୀ ସହରାଞ୍ଚଳରେ ନିଶ୍ଚେ ତାଙ୍କ କରାମତି ଦେଖାଇବେ ବୋଲି ମଧ୍ୟ ଆଲୋଚନା।

ରାଜ୍ୟରେ ଜଣେ ଟାଣୁଆ ପୁରୁଖା ନେତା ଡକ୍ଟର ଦାମୋଦର ରାଉତ ସେ ବିଜେପିରେ ଯୋଗଦେବାକୁ ନେଇ ଆଲୋଚନା ଯେ ଏ ବ୍ୟକ୍ତି ରାଜ୍ୟ ଶାସନରେ ଦୀର୍ଘକାଳ ଲୋକପ୍ରତିତ୍ନଧି ହୋଇ ମନ୍ତ୍ରୀ ପଦ ପରି ଅନେକ ପଦପଦବୀରେ ରହି ପୁଣି ଦଳରୁ ବିଦା ହେଲାବେଳେ ମନ୍ତ୍ରୀ ଥାଇ ସେ ଯେଉଁ ଚାରା ଘୋଟାଲା ସମବାୟରେ ଦୁର୍ନୀତି ଆଦି ଘଟଣାକୁ ଲୋକଲୋଚନ କୁ ଅଣିଲେ ତାକୁ ମୁଖ୍ୟମନ୍ତ୍ରୀଙ୍କ ପାଖେ ଥିବା ଅଣଓଡିଆ ଅଫିସର ଘଣ୍ଟ ଘୋଡାଇଲେ ସେଇ ସମୟରୁ ଶାସନରେ ଦୁର୍ନୀତି ଓ ସେଥିରେ ମୁଖ୍ୟମନ୍ତ୍ରୀଙ୍କ ପାଖେଥିବା ଅଣଓଡିଆ ଅଫିସର ଘଟଣାକୁ ଚାପିଦେଲେ ତା ପରଠାରୁ ପ୍ରଶାସନରେ ଦୁର୍ନୀତିକୁ ପ୍ରଶୟ ଦିଆଯାଇଛି ଏବଂ ବମିଖାଲ ଓଭରବ୍ରିଜ ଭୁଷୁଡିବା ଏବଂ ଠିକା ନେଇଥିବା ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ପିସି କାରବାର କଥା ଲୋକଙ୍କ ମନରେ ପଶିଲା ଧୀରେ ଧୀରେ ଲୋକେ ଜାଣିବାକୁ ପାଇଲେ ଯେ ବିଜେଡି ଶାସନରେ ଦୁର୍ଣୀତି ବ୍ୟାପିଛି କୁଜି ନେତାଙ୍କଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ସମସ୍ତେ ବଡ ବଡ ଦାମୀ ମୋଟରଗାଡି ବ୍ୟବହାରକୁ ଦେଖି ଲୋକଙ୍କ ମନରେ ନବୀନ ଶାସନରେ ବ୍ୟାପକ ଦୁର୍ନୀତି ଚାଲିଛି କଥାକୁ ଏବଂ ଅଧିକାଂଶ ଲୋକପ୍ରତିତ୍ନଧିଙ୍କ ଅହଂ ଓ ଗର୍ବଭାବ ସାଧାରଣ ଭୋଟରଙ୍କ ସମସ୍ୟାର ଅଣଦେଖା ଏବଂ ଅଧିକାଂଶ ସମୟରେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ନରହିବା ଘଟଣା ଏଥରକ ନିର୍ବାଚନରେ ଏମାନଙ୍କୁ ପ୍ରତ୍ୟାକ୍ଷାନ କରିବା ପୂର୍ବାଭାସ ପାଇ ଏଥରକ ଅନେକ ନିର୍ବାଚନ ମଣ୍ଡଳୀରେ ବିଜେଡି ନୂଆ ମୁହଁ ଦେବ ବୋଲି ନିଷ୍ପତ୍ତି ନେଇଥିବାର ଅନୁମାନ କରାଯାଉଛି ଯାହାର ପୂର୍ବାଭାସ ବର୍ତ୍ତମାନ ନିର୍ବାଚନ ପ୍ରାଥମିକ ସ୍ତରରୁ ଦେଖିବାକୁ ମିଳିଲାଣି। ଆଉ ଜଣେ ବିଜେଡି ଦଳର ସଭ୍ୟ ଓ ଲୋକସଭାର ସଭ୍ୟ ପଦବୀରେ ଥାଇ ଦଳ ଯେପରି ହଠାତ ତାଙ୍କ ପ୍ରତି ବୈମାତୃକ ମନୋଭାବ ଘୋଷଣା କଲା ତାହା ସମଗ୍ର ରାଜ୍ୟବାସୀଙ୍କୁ ମର୍ମାହତ କଲା ସେ ଏମ.ପି ପାଣ୍ଠିରୁ ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରିବାକୁ ଯିବା ବେଳକୁ ଦଳୀୟ କର୍ମୀ ଅଣ୍ଡା, ଢେଲାମାଡ କରିବା ତାଙ୍କ ପରିବାର ଦ୍ୱାରା ପରିଚାଳିତ କାରଖାନା ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କାରଖାନା ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବା ଉଦ୍ୟମ ଏପରିକି ସେ ବ୍ୟବହାର କରୁଥିବା ହେଲିକେପ୍ଟରକୁ ନାନା ଆଳ ଦେଖାଇ ଜବତ କରି ରଖିବା ସମସ୍ତ ବେ-ଆଇନ କାର୍ଯ୍ୟକଳାପକୁ ଦେଖି ଲୋକେ ଅନୁଭବ କଲେ ପ୍ରକୃତରେ ନବୀନ ବାବୁ ଆଉ ରାଜ୍ୟକୁ ଶାସନ କରୁନାହାନ୍ତି କେତେଜଣ ରାଜ୍ୟ ବାହାରର ଅଣ ଓଡିଆ ଅଫିସର ରାଜ୍ୟକୁ ଶାସନ କରୁଛନ୍ତି, ନବୀନ ବାବୁ ଓ ତାଙ୍କ ଦଳ ଏତେ ନିମ୍ନ ସ୍ତରକୁ ଖସିଗଲେ ଯେ ସେହି ଏମ.ପି ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ବାପା ଯେ କି ଓଡିଶାର ବିଜୁବାବୁଙ୍କ ପରି ଅଗ୍ରଣୀ ଶିଳ୍ପପତି ଶ୍ରୀଯୁକ୍ତ ବଂଶୀଧର ପଣ୍ଡା ଯେ ରାଜ୍ୟରେ ପ୍ରଥମ ଆଦିବାସୀ ଅଞ୍ଚଳରେ ବୃହତ ଶିଳ୍ପ ପ୍ରତିଷ୍ଠା କରି ଆଦିବାସୀଙ୍କୁ ପ୍ରଥମେ କାରଖାନାରେ କାମ ଦେଇଥିଲେ ନିଜେ ବୈଜୟନ୍ତ ପଣ୍ଡା ବିଜୁଜନତା ଦଳ ପ୍ରତିଷ୍ଠାରେ ମୁଖ୍ୟ ଆୟୋଜକ ତାଙ୍କ ବାପାଙ୍କ ମୃତ୍ୟୁ ସମୟରେ ନବୀନବାବୁ ନିଜେ କି, ତାଙ୍କ ଦଳର କେହି ଟିକେ ଯାଇ ଶୋକପ୍ରକାଶ ନ କରିବା ତାହା ରାଜ୍ୟବାସୀଙ୍କୁ ବିଶେଷ ମର୍ମାହତ କରିଥିଲା ବଂଶୀଧର ବାବୁ ମଧ୍ୟ ବିଜୁବାବୁଙ୍କ ଜଣେ ପରମ ବଂଧୁ ଥିଲେ। ଏସବୁ କଥାକୁ ଲୋକେ ଏବେ ବି ମନେ ରଖିଛନ୍ତି, ଯେଉଁମାନଙ୍କ କଥାରେ ନବୀନବାବୁ ଓ ଶାସନ ବର୍ତ୍ତମାନ ଚାଲୁଛି ସେମାନଙ୍କୁ ଆସନ୍ତା ନିର୍ବାଚନରେ ଉଚିତ ଜବାବ ଦେବେ ବୋଲି ଭୋଟରଙ୍କ ମଧ୍ୟରେ ଏବେଠାରୁ ଆଲୋଚନା ଚାଲିଲାଣି।ନିର୍ବାଚନ ବେଳକୁ ନବନିର୍ମାଣ କୃଷକ ସଂଗଠନର ଚାଷୀମାନେ ତାଙ୍କ ଅଭିଯୋଗ ଜଣାଇବା ପାଇଁ ରାଜଧାନୀ ଗଲାବେଳେ ବିଭିନ୍ନ ସ୍ଥାନରେ ଅଧାବାଟରୁ ସେମାନଙ୍କୁ ପୁଲିସ ଲଗାଇ ମାଡମାରି ଗିରଫ କରିବାର ଘଟଣା ସବୁକୁ ଏବେଠାରୁ ଭିଡିଓ କରି ନେତା ଭୋଟରଙ୍କୁ ଦେଖାଇଲେଣି ଯାହା ସାଧାରଣରେ ଭୋଟରଙ୍କ ମଧ୍ୟରେ ଆଲୋଚନା ଯେ ଏଥରକ ରାଜ୍ୟରେ ନିର୍ବାଚନ ବଡ ଜଟିଳ ପରିସ୍ଥିତି ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ସହରାଞ୍ଚଳରେ ଭୋଟରଙ୍କ ମଧ୍ୟରେ ଆଲୋଚନା ଯେ ଆଗରୁ ବିଜେଡି ନେତା ଓ ଦଳର ପ୍ରବକ୍ତା ପୂର୍ବରୁ ଯେଉଁ ବାହାସ୍ପୋଟ ମାରୁଥିଲେ ରାଜ୍ୟର ୪ କୋଟି ଭୋଟର ନବୀନଙ୍କ ସାଥିରେ ଅଛନ୍ତି ଏଥରକ ଆଉ ସେ ପରିସ୍ଥିତି ନାହିଁ ଏ ଯେଉଁ ତ୍ରି-କୋଣିୟ ବା ଟ୍ରାଙ୍ଗୁଲାର ପ୍ରତିଦ୍ୱନ୍ଦିତା ହେବାକୁ ଯାଉଛି ଏଥିରେ “ଏକ ଆରକଠୁ ବଳି” ବୋଲି ଆଲୋଚନା କରୁଛନ୍ତି ତେବେ ହଠାତ କଂଗ୍ରେସ ଦଳରେ ଯଥେଷ୍ଟ ଉନ୍ନତି ଘଟିବା ତାର ମଧ୍ୟ ଆଜିଠାରୁ ସାଧାରଣରେ ଆଲୋଚନା ହେବାକୁ ଲାଗିଲାଣି, କେତକ କହନ୍ତି ବିଜେଡି, ବିଜେପି ମଧ୍ୟରେ ଯେଉଁ ଛକା ପଞ୍ଝା ପୁଣି ପ୍ରାର୍ଥୀତ୍ୱ ନେଇ ଆଭ୍ୟନ୍ତରୀଣ ଗଣ୍ଡଗୋଳ ତହିଁରେ ଅଧିକାଂଶ କର୍ମୀ ନିଜ ନିଜ ଦଳ ଉପରେ ଆକ୍ରୋଶ ରଖି ହୁଏତ ନୋଟ୍ା ଉପରେ ନଚେତ କଂଗ୍ରେସରେ ମୋହର ମାରିବା ଘଟଣାକୁ ଏଡାଇ ଦିଆଯାଇନପାରେ । ବର୍ତ୍ତମାନ ବିଜେଡି ତରଫରୁ ଯେଉଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଗଲା ତହିଁରେ ଦଳ ଭିତରେ ଯେଉଁ ଅସନ୍ତୋଷ ତାଙ୍କ ଦଳରୁ ଆରମ୍ଭ ହେଲାଣି ତାହା ନିର୍ବାଚନ ବେଳକୁ କି ରୂପ ନେବ ତାହା ସମୟ ହିଁ କହିବ ! କିନ୍ତୁ ଯେତେ କହିଲେ ବି ଏଥରକ ୨୦୧୯ ନିର୍ବାଚନ ବଡ ଜଟିଳ ହେବ ଏଥିରେ ସନ୍ଦେହ ନାହିଁ। ତେବେ ଖାଲି ବିଜେଡି କାହିଁକି, ଅନ୍ୟାନ୍ୟ ଦଳରେ ମଧ୍ୟ ଏପରି ବିଶୃଙ୍ଖଳା ମଧ୍ୟ ଦେଖାଦେଲାଣି।

ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.