Home ଜିଲ୍ଲା ପରିକ୍ରମା ଜଗନ୍ନାଥପାଲ୍ଲୀ ହାଇସ୍କୁଲରେ ଉଡ୍ରାପ ଟିମର ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କର୍ମଶାଳା

ଜଗନ୍ନାଥପାଲ୍ଲୀ ହାଇସ୍କୁଲରେ ଉଡ୍ରାପ ଟିମର ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କର୍ମଶାଳା

179

ମାଲକାନଗିରି,୧୩ ।୨ (ଓଡିଆ ପୁଅ ) ମାଲାକନଗିରି ବ୍ଲକସ୍ଥ ଏମଭି୭ ଗ୍ରାମ ଠାରେ ଥିବା ଜଗନ୍ନାଥପାଲ୍ଳୀ ହାଇସ୍କୁଲ ପରିସରରେ କୋରାପୁଟ ଉଡ୍ରାପ ଟିମ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ସଂପର୍କରେ ତାଲିମ ଦିଆ ଯାଇଛି ,ହାଇସ୍କୁଲପରିସରରେ ମାଲକାନଗିରି ସହକାରି ଜିଲ୍ଲାପାଳ ତଥା ଜରୁରୀକାଳିନ ଅଧିକାରୀ ପ୍ରମୋଦକୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କର୍ମଶାଳାରେ କୋରାପୁଟର ଉଡ୍ରାପଟିମ ବନ୍ୟା,ବାତ୍ୟା,ଦୁର୍ଘଟଣା, ଘରପୋଡି ଆଦି ପ୍ରକୃତିକ ବିପର୍ଯ୍ୟୟ ସମୟରେ କିପରି ନିଜକୁ ରକ୍ଷାକରି ଅନ୍ୟକୁ ସୁରକ୍ଷା ଯୋଗାଇ ଦିଆ ଯାଇପାରିବ ସେ ସଂପର୍କରେ ସେମାନେ ମକଡ୍ରିଲ କରିବାସହିତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ତାଲିମ ଦେଇଥିଲେ । ଏହି କର୍ମଶାଳାରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରକଳ୍ପ ଅଧିକାରୀ ସୁଧାସୁଂଶେଖର ପୃଷ୍ଟି, ହାଇସ୍କୁଲର ପ୍ରଧାନଶିକ୍ଷକ ଇଶ୍ୱର ରାଓ,ଅନ୍ୟାନ ଶିକ୍ଷକ ଶିକ୍ଷୟତ୍ରୀ ଓ ଶତାଧିକ ଛାତ୍ର ଛାତ୍ରୀ ମାନେ ଯୋଗଦେଇ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.