Home କୋରାପୁଟ ଚାଷୀ ସମାବେଶ ନିମନ୍ତେ ଜିଲ୍ଲାରୁ ୨୮ ଟି ବସରେ ୧୪୦୦ ଚାଷୀ ପୂରୀ ଗଲେ

ଚାଷୀ ସମାବେଶ ନିମନ୍ତେ ଜିଲ୍ଲାରୁ ୨୮ ଟି ବସରେ ୧୪୦୦ ଚାଷୀ ପୂରୀ ଗଲେ

988

କୋରାପୁଟ ; ତା୨୪-୦୧-୧୯(ଓଡିଆପୁା/ରଂଜନ କୁମାର ଦାସ)ଆସନ୍ତାକାଲି ପୂରୀଠାରେ କାଳିଆ ଯୋଜନାରେ ହେଉଥିବା ଚାଷୀ ସମାବେଶରେ ଯୋଗଦେବାକୁ କୋରାପୁଟ ଜିଲ୍ଲାରୁ ୨୮ ଟି ବସରେ ୧୪୦୦ ଚାଷୀ ଯାଇଥିବା ଜଣାପଡିଛି ।କୋରାପୁଟ କୃଷି ବିଭାଗ କାର୍ଯ୍ୟାଳୟଠାରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଚାଷୀମାନଙ୍କ ନିମନ୍ତେ ସମସ୍ତ ପ୍ରକାର ବନେ୍ଦାବସ୍ତ କରାଯାଇଥିବା ସେ ସୂଚନା ଦେଇଥିଲେ ।ପୂରୀଠାରେ ଜିଲ୍ଲାର ଅଧିକାରୀମାନେ ଯାଇ ପହଂଚିଯାଇଥିବା ସେ ପ୍ରକାଶ କରିଥିଲେ ।ପ୍ରତ୍ୟେକ ବସରେ ୨ ଜଣ ଲେଖାଏଁ ନୋଡାଲ ଅଧିକାରୀ ରହିଥିବା ସେ ସୂଚନା ଦେଇଥିଲେ ।ନବିନ ପଟନାୟକ ସରକାର ଚାଷୀମାନଙ୍କ ସହାୟତା ନିମନ୍ତେ ୫ ଟି କିସ୍ତିରେ ୨୫ ହଜାର ଟଙ୍କା ଅର୍ଥ ପ୍ରଦାନ କରିବାର ବନେ୍ଦାବସ୍ତ କରିଥିବାରୁ ମୁଁ ବହୁତ ଖୁସି ବୋଲି ପୂରୀ ଯାଉଥିବା ଲଙ୍କାପୁଟ ଗ୍ରାମର ଚାଷୀ ଡି .ମୁଦୁଲି ପ୍ରକାଶ କରିଥିଲେ ।ଶୁଭାରମ୍ଭ ବେଳେ କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି , ବିଡିଓ ନରେନ୍ଦ୍ର ନାୟକ , କୃଷି ଅଧିକାରୀ ସୁବ୍ରତ ରଥ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଉପସ୍ଥିତ ଥିଲେ ।କୋରାପୁଟ କୃଷି ବିଭାଗର ରମେଶ ଚନ୍ଦ୍ର ମହାପାତ୍ର ,କିଶୋର ଚନ୍ଦ୍ର ମହାପାତ୍ର , ଶ୍ରୀମତୀ କୃଷ୍ଣପ୍ରୀୟା ମହାନ୍ତି ଓ ଦିଲିପ କୁମାର ମହାପାତ୍ର ନୋଡାଲ ଅଧିକାରୀ ଭାବେ ପୁରୀ ଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.