Home କୋରାପୁଟ ବୀର ସୁରେନ୍ଦ୍ର ସାଏ ପାଠାଗାରର ବାର୍ଷିକ ଉତ୍ସବ ପାଳିତ

ବୀର ସୁରେନ୍ଦ୍ର ସାଏ ପାଠାଗାରର ବାର୍ଷିକ ଉତ୍ସବ ପାଳିତ

391

କୋରାପୁଟ ; ତା୨୪-୦୧-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ସଦର ବ୍ଲକ ପଦ୍ମପୁର ପଂଚାୟତ ଡୁମୁରୀପୁଟ ସ୍ଥିତ ବୀର ସୁରେନ୍ଦ୍ର ସାଏ ପାଠାଗାରର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାପତି ଏମ.ସୁରେଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କୋରାପୁଟ ବିଡିଓ ନରେନ୍ଦ୍ର କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠାଗାର ଦ୍ୱାରା ଆୟୋଜନ କରାଯାଉଥିବା ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ବର୍ତମାନର ଗୁଗୁଲ ଦୁନିଆରେ ମଧ୍ୟ ଯୁବ ସମାଜ ପାଠାଗାରର ଆବଶ୍ୟକତା କରୁଥିବା ସମାଜ ପାଇଁ ଏକ ଶୁଭ ସଙ୍କେତ ବୋଲି ସମ୍ମାନୀତ ଅତି ସହକାରୀ ଜିଲାପାଳ ଆଲୋକ କୁମାର ଅନୁଗୁଲିଆ କହିଥିଲେ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓରିଶା ସୋସିଅଲୋଜି ବିଭାଗ ମୁଖ୍ୟ ସହକାରୀ ପ୍ରାଧ୍ୟାପକ ଡଃ.କପୀଳ ଖେମୁଣ୍ଡୁ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଡୁମୁରୀପୁଟ ଅଂଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ରାଜେନ୍ଦ୍ର କୁମାର ସାହୁଙ୍କୁ ପାଠାଗାର ତରଫରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରା ଯାଇଥିଲା। ଅନ୍ୟ ପକ୍ଷରେ ପଦ୍ମପୁର ପଂଚାୟତର ୨୦୦ ବୃଦ୍ଧବୃଦ୍ଧାଙ୍କୁ ପାଠାଗାର ପକ୍ଷରୁ କମ୍ବଳ ପ୍ରଦାନ କରା ଯାଇଥିଲା। ଉପ-ସଭାପତି କର୍ପୂର ହନ୍ତାଳ ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ଜଗଦିଶ ଚନ୍ଦ୍ର ଖୋସ୍ଲା ବାର୍ଷିକ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ତ୍ରିପତି ପାଣିଗ୍ରାହିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସମାରୋହ ଆୟୋଜନରେ କାର୍ଯ୍ୟକାରୀ ସଦସ୍ୟ ଜୀତେନ୍ଦ୍ର କୁମାର ସାହୁ.ସୁକାନ୍ତ ନାୟକ, ଧର୍ମେନ୍ଦ୍ର ବେହେରା, ସୁରଜୀତ ବାଘ, ସନ୍ତୋଷ ଶତପଥି, ସୂର୍ଯ୍ୟ ନାରାୟଣ ସାହୁ, ମଧୁ ସୂଦନ ଖେମୁଣ୍ଡୁ, ସନ୍ତୋଷ ଦାଶ, ବସନ୍ତ ରାଓ, ଅରୁଣ ପାଳ, ପ୍ରମୋଦ ପଟ୍ଟନାୟକ, ପ୍ରଦୀପ ଗୌଡ, ପ୍ରମୁଖ ସହଯୋଗ କରିଥିଲେ। ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ନାଟ୍ୟକାର ପ୍ରଦୀପ ମହାନ୍ତିଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ନାଟକ ‘ଏଠି ସବୁ ମିଛ’ ମଂଚସ୍ଥ ହୋଇଥିଲା। ଦିଲ୍ଲୀପ କୁମାର ସାମନ୍ତରାୟ ଏବଂ ସୁବୋଧ କୁମାର ଚେଟ୍ଟୀ ମଂଚ ପରିଚାଳନା କରିଥିବାବେଲେ ଶେଷରେ ସହ-ସମ୍ପାଦକ ବିଷ୍ନୁ ପ୍ରସାଦ ଦାସ ଧନ୍ୟବାଦ ଅର୍ପର୍ଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.