Home ଜିଲ୍ଲା ପରିକ୍ରମା ଗୋଟିଏ ଦିନରେ ୩ଟି ସ୍ଥାନରେ ସଡକ ଦୁର୍ଘଟଣା,୫ଜଣ ଆହତ ଜଣେ ଗୁରୁତର

ଗୋଟିଏ ଦିନରେ ୩ଟି ସ୍ଥାନରେ ସଡକ ଦୁର୍ଘଟଣା,୫ଜଣ ଆହତ ଜଣେ ଗୁରୁତର

118

ମାଲକାନଗିରି,୧୮ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଆଜି ଗୋଟିଏ ଦିନରେ ତିନୋଟି ସ୍ଥାନରେ ଦୁର୍ଘଟଣା ଘଟି ୫ଜଣ ଆହତ ହେବା ସହିତ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଆଜି ସକାଳେ ସୁକୁମା ଜିଲ୍ଲାସ୍ଥ ପୁଷପାଲି ଗ୍ରାମରୁ ଏକ ବାଇକ ଯୋଗେ ଭାଗିରଥୀ ବାଗେଲ ତାଙ୍କ ମା ଦିଶେଇ ବାଗେଲ ଓ ରତନ ଦରୁଆ ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ କିଆଙ୍ଗ ଗ୍ରମକୁ କୁ ଆସୁଥିଲେ । ସାରଦାପୁଟ ଗ୍ରାମ ନିକଟରେ ହଟାତ ବାଇକଟି ସ୍ଲିପକରି ରାସ୍ତାକଡକୁ ପଡି ଯାଇଥିଲା । ବାଇକରେ ବସିଥିବା ତିନିଜଣ ଦୁରକୁ ଛିଟିକି ପଡି ଆହତ ହୋଇଥିଲେ ।ନିକଟସ୍ଥ ଗ୍ରାମବାସୀ ମାନେ ୧୦୮ ଆମ୍ବୁଲାନ୍ସକୁ ଫୋନକରି ଆହତ ତିନିଜଣଙ୍କୁ ମାଲକାନଗିରି ଜିଲ୍ଲାହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଛନ୍ତି । ଠିକ  ସେହିପରି ଏମଭି୯୦ ଗ୍ରାମର ବିଜନଦାସ ନାମକ ଯୁବକ କାଲିମେଳା ବଜାରରୁ ଘରୁକ ଫେରୁଥିବା ସମୟରେ ହଟାତ ଏକ ବାଇକ ତାଙ୍କୁ ପିଟି ଦେଇ ଦୃତଗତିରେ ପଳାଇଥିଲା । ବିଜନ ବାଇକସହିତ ତଳେ ପଡି ଆହତ ହୋଇଥିଲେ,ନିକଟରେ ଥିବା ଲୋକମାନେ ତାଙ୍କୁ କାଲିମେଳା ହସପିଟାଲକୁ ନେଇଚିକିତ୍ସା କରିଥିଲେ । ତାଙ୍କ ଅବସ୍ଥା ସେଠାରେ ଗରୁତର ହେବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆଜି ସକାଳେ ମାଲକାନଗିରି ଥାନାସ୍ଥ ପ୍ରଧାନିଗୁଡା ରାସ୍ତାରେ ଏକ ଅଟୋ ଗାଡି ସହ ବାଇକ ଧକ୍କାଲାଗି ବାଇକ ଆରୋହି ପଲିଟେକନୋଲୋଜି କଲେଜର ଛାତ୍ର ଇଶ୍ୱର ଖୁରାମି ଗୁରୁତର ଭାବେ ଆହତ ହୋଇଛନ୍ତି ,ତାଙ୍କୁ ପୁଲିସ ମାଲକାନଗିରି ଜିଲ୍ଲାହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରି ଦୁର୍ଘଟଣା ସଂପର୍କରେ ତଦନ୍ତ ଚଳାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.