Home ଓଡ଼ିଶା କ୍ରିଦାଶପୁର, ବାଲୁଗାଁ ଓ ଶରଧାପୁର ପଂଚାୟତରେ ବିଜେଡିର ପଦଯାତ୍ରା

କ୍ରିଦାଶପୁର, ବାଲୁଗାଁ ଓ ଶରଧାପୁର ପଂଚାୟତରେ ବିଜେଡିର ପଦଯାତ୍ରା

158

ନୟାଗଡ଼, ୬ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) :ନୟାଗଡ଼ ବ୍ଳକର କ୍ରିଦାଶପୁର, ବାଲୁଗାଁ ଓ ଶରଧାପୁର ପଂଚାୟତରେ ବିଜେଡିର ଜନସମ୍ପର୍କ ପଦାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କ୍ରିଦାଶପୁର ପଂଚାୟତର କୋଡ଼ିଏକାହାଣିଆଠାରୁ ପଦଯାତ୍ରା ଆରମ୍ଭ ହୋଇ କଂଚନବିଲି, ଜେମାଦେଇପୁର, କ୍ରିଦାଶପୁର, ଗୋଡ଼ିପାଟଣା ଦେଇ ଶୋଭାଯାତ୍ରା ଯାଇଥିବାବେଳେ ବାଲୁଗାଁ ପଂଚାୟତର କଂଟାବଣିଆଗେଟ୍ ଠାରୁ ପଦଯାତ୍ରା ଆରମ୍ଭ ହୋଇ ବାଲୁଗାଁ ଗଡ଼ଭିତରସାହି, ଜୟମଙ୍ଗଳପ୍ରସାଦ, ଖେଡ଼ପଡ଼ା, ପାଣିପୋଇଲା, ଖଡ଼ଗପ୍ରସାଦ, କାଦୁଆ, ଘଂଟାସାହି ଓ ଶରଧାପୁର ପଂଚାୟତରେ ପଦଯାତ୍ରା ଶେଷ ହୋଇଥିଲା। ସ୍ଥାନୀୟ ବିଧାୟକ ଡ.ଅରୁଣ କୁମାର ସାହୁଙ୍କ ନେୃତ୍ୱରେ ଆରମ୍ଭ ହୋଇଥିବା ଏହି ଜନସମ୍ପର୍କ ପଦଯାତ୍ରାରେ ୨ହଜାରରୁ ଉର୍ଦ୍ଧ୍ୱ ମହିଳା ପୁରୁଷ ସାମିଲ ହୋଇଥିଲାବେଳେ ବିଜେଡିର ଜୟଧ୍ୱନୀରେ ଗାଁ ଦାଣ୍ଡ ଯେମିତି ଉତ୍ସବ ମୁଖର ହୋଇ ପଡ଼ୁଥିଲା। ଏହି ଜନସମ୍ପର୍କ ପଦଯାତ୍ରାରେ ବିଧାୟକ ଶ୍ରୀ ସାହୁଙ୍କ ସମେତ କ୍ରିଦାଶପୁର, ବାଲୁଗାଁ ଓ ଶରଧାପୁର ସରପଂଚ, ସମିତିସଭ୍ୟ, ୱାର୍ଡ଼ ସଭ୍ୟ, ଅନ୍ୟାନ୍ୟ ବିଜେଡି ନେତା, ବିଜେଡି ଶୁଭେଚ୍ଛୁ ଓ ଶହ ଶହ ସଂଖ୍ୟାରେ ମହିଳା ପୁରୁଷ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.