Home ଓଡ଼ିଶା ପ୍ରଧାନ ଶିକ୍ଷକଙ୍କ ଅମାନବୀୟତା ; ଛାତ୍ରଙ୍କୁ ଖୁଆଇଲେ କୁକୁର କଲିଜା

ପ୍ରଧାନ ଶିକ୍ଷକଙ୍କ ଅମାନବୀୟତା ; ଛାତ୍ରଙ୍କୁ ଖୁଆଇଲେ କୁକୁର କଲିଜା

118

କୋରାପୁଟ;ତା୦୭-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଜଣେ ଶିକ୍ଷକ କୁକୁର କାମୁଡିଥିବା ଛାତ୍ରକୁ ଚିକିତ୍ସା ବଦଳରେ ସେହି କୁକୁରର କଲିଜା ଖୁଆଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାଟି ଘଟିଛି ଲକ୍ଷ୍ମୀପୁର ବ୍ଲକ ତୟାପୁଟ ଆଶ୍ରମ ବିଦ୍ୟାଳୟରେ। ସୂଚନା ମୁତାବକ ରାୟଗଡା ଜିଲା କାଶିପୁର ବ୍ଲକ ଅଣ୍ଡରାକଂଜ ଗ୍ରାମର ପୂର୍ତି ନାୟକଙ୍କ ପୁଅ ଚନ୍ଦ୍ର ନାୟକ ତୟାପୁଟ ଆଶ୍ରମ ବିଦ୍ୟାଳରେ ନବମ ଶ୍ରେଣୀରେ ପଢୁଛନ୍ତି। ଗୁରୁବାର ସଂନ୍ଧ୍ୟାରେ ଏକ ପାଗଳ କୁକୁର ଚନ୍ଦ୍ରକୁ କାମୁଡି ଦେଇଥିଲା। ତେବେ କାମୁଡିଥିବା କୁକୁରର କଲିଜା ଖାଇଲେ ବିଷ କାଟିବନି ବୋଲି ପ୍ରଧାନ ଶିକ୍ଷକଙ୍କ ମନରେ ଅନ୍ଧ ବିଶ୍ୱାସ ରହିଥିବାରୁ ସେ ତୂରନ୍ତ ଅନ୍ୟ ଛାତ୍ର ମାନଙ୍କୁ ଲଗେଇ କୁକୁରଟିକୁ ମାରି ଦେଇଥିଲେ। କୁକୁରକୁ ମାରିବା ପରେ ତାର କଲିଜା ବାହାର କରି ରୋଷେଇ କରି ଚନ୍ଦ୍ରକୁ ଖୁଆଇ ଥିଲେ। ସେ ଡାକତ୍ରଖାନା ଯିବାକୁ କହିବାରୁ ପ୍ରଧାନ ଶିକ୍ଷକ ନିଜେ ତାକୁ ହସ୍ପିଟାଲ ନନେଇ ଚନ୍ଦ୍ରକୁ ୫୦ ଟଙ୍କା ଦେଇ ଶୁକ୍ରବାର ସକାଳେ ହସ୍ପିଟାଲ ଯିବାକୁ କହିବା ସହ ଚନ୍ଦ୍ରର ବାପାଙ୍କୁ ଫୋନ୍ ଯୋଗେ ଘଟଣା ସମ୍ପର୍କରେ ସୂଚନା ଦେଇ ଲକ୍ଷ୍ମୀପୁର ହସ୍ପିଟାଲ ଯିବାକୁ କହିଥିଲେ। ସେଠାରେ ଚନ୍ଦ୍ର କୁକୁର କାମୁଡା ଇଂଜେକସନ ନେଇ ସ୍କୁଲକୁ ନଫେରି ବାପାଙ୍କ ସହ ନିଜ ଘରକୁ ଚାଲି ଯାଇଛନ୍ତି। ଶିକ୍ଷକ ସମାଜର ମାର୍ଗ ଦର୍ଶକ, ସେ ଯଦି ଏପରି ଅନ୍ଧ ବିଶ୍ୱାସରେ ବଶବର୍ତି ହେବେ ତାହେଲେ ସମାଜ ତାଙ୍କଠାରୁ କଣ ଶିଖିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ଗରଡାଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଚନ୍ଦ୍ର ନାୟକ କୁକୁର କଲିଜା ଖାଇଥିବା ସ୍ୱୀକାର କରିଛନ୍ତି। ହେଲେ ସେ କୁକୁର କଲିଜା ଖାଇବାକୁ ଦେଇନଥିଲେ ବରଂ କୁକୁର କାମୁଡିଲେ କାମୁଡିଥିବା କୁକୁରର କଲିଜା ଖାଇଲେ ବିଷ କାଟେ ନାହିଁ, ମୋ ଭଉଣୀ ମଧ୍ୟ ଖାଇଥିଲା ବୋଲି କହିବାରୁ ପିଲାମାନେ ମିଶି କୁକୁରକୁ ମାରି କଲିଜା ରୋଷେଇ କରି ଖୁଆଇଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.