Home କୋରାପୁଟ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ କ୍ଷୁଦ୍ର ଅସ୍ତ୍ରୋପଚାର କକ୍ଷରେ ତାଲା...

କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ କ୍ଷୁଦ୍ର ଅସ୍ତ୍ରୋପଚାର କକ୍ଷରେ ତାଲା ;ରୋଗୀ ହନ୍ତସନ୍ତ

199

କୋରାପୁଟ ; ତା୨୧-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର କ୍ଷୁଦ୍ର ଅସ୍ତ୍ରୋପଚାର କକ୍ଷରେ ତାଲା ପଡିଥିବାରୁ ରୋଗୀମାନେ ହନ୍ତସନ୍ତ ହୋଇ ଘରକୁ ଫେରିଯାଇଥିବା ଜଣାପଡିଛି ।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏଠାରୁ ଷ୍ଟାଫ ନର୍ସ , ସୁଇପର ଓ ସହାୟକ ସମୁଦାୟ ୨୮ ଜଣକୁଂ ଜୟପୁରକୁ ବଦଳି କରିଥିବାରୁ ଏପରି ଅସୁବିଧା ହୋଇଥିବା ଜଣାପଡିଛି । ଏ ସଂପର୍କରେ ଅଧିକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧି କିଛି କହିବାକୁ ମନା କରିଦେଇଥିଲେ ।ସମସ୍୍ୟା ସମାଧାନ କରାଯାଉଛି ବୋଲି ପ୍ରକାଶ କରିଥିଲେ ।ହସପିଟାଲରେ ଆବଶ୍ୟକ ସଂଖ୍ୟକ ଷ୍ଟାଫ ନ ଥିବା ସତ୍ୱେ କିପରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବଦଳି କଲେ ତାହା ଏବେ ଚିନ୍ତାର ବିଷୟ ହୋଇପଡିଛି ।ହସପିଟାଲ କିପରି ଚାଲିବ ତାହାକୁ ନେଇ ଜନସାଧାରଣ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିବା ବେଳେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି ହେଉଛି । ସକାଳରୁ ଆସି ତାଲା ପଡିଥିବା ଦେଖିବା ପରେ ଅଧୀକ୍ଷକଙ୍କୁ ଜଣାଇଥିଲେ ସୁଦ୍ଧା କିଛି ସୁବିଧା କରାଯାଇ ନ ଥିବା ରୋଗୀ ସଂପର୍କିୟ ପି ଏନ ଦାସ ପ୍ରକାଶ କରିଥିଲେ । ଡ୍ରେସିଂ କରିବାକୁ ଆସିଥିଲି କିନ୍ତୁ ମାଇନର ଓଟି ବନ୍ଦ ଥିବାରୁ ଅପେକ୍ଷା କରିଛି ବୋଲି ରୋଗୀ ପାମି କୁମାରୀ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.