Home ଓଡ଼ିଶା କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ତରକାରୀରେ ପୋକ ବାହାରିଥିବା ଅଭିଯୋଗ

କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ତରକାରୀରେ ପୋକ ବାହାରିଥିବା ଅଭିଯୋଗ

698

କୋରାପୁଟ ; ତା୧୨-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ସହାରଂଚଳ ସ୍କୁଲରେ ପିପିପି ମୋଡରେ ଜୟପୁରସ୍ଥିତ କେନ୍ଦ୍ରୀୟ ରୋଷେୟଶାଳାରୁ ମଧ୍ୟାହ୍ନ ଭୋଜନ ଦିଆଯାଇଥାଏ। କୋରାପୁଟ ପୈାରାଂଚଳର ୨୮ ଟିସ୍କୁଲର ୩୭୫୧ ପିଲାଙ୍କ ନିମନ୍ତେ ଉକ୍ତ ସଂସ୍ଥା ମଧ୍ୟାହ୍ନ ଭୋଜନ ପ୍ରଦାନ କରିଥାନ୍ତି।ଆଜି ଭାତ ଓ ସୋୟାବିନ ଦରକାରୀ ପ୍ରଦାନ କରାଯାଇଥିଲା।କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଲାମାନଙ୍କୁ ଖାଦ୍ୟ ପରିବେଷଣ କରିବା ପରେ ସୋୟାବିନ ବଡିରେ ପୋକ ଥିବା ପିଲାମାନେ ଅଭିଯୋଗ କରିଥିଲେ।ମଧ୍ୟାହ୍ନ ଭୋଜନ ନିମନ୍ତେ ରହିଥିବା ସଂସ୍କୃତ ଶିକ୍ଷକ ହୃଷିକେଶ ଅଚାର୍ଯ୍ୟ ସରକାରୀ କାର୍ଯ୍ୟରେ ଅନ୍ୟତ୍ର ଯାଇଥିବା ବେଳେ ଏ ସଂକ୍ରାନ୍ତରେ ଖେଳ ଶିକ୍ଷକ ସରୋଜ କୁମାର ମହନ୍ତ ପୋକ ବାହାରିଥିବା ବିଷୟ ଜଣେଇଥିଲେ ବୋଲି ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଥିଲେ। ଏହାପରେ ଉକ୍ତ ସଂସ୍ଥା ସହ ଶ୍ରୀ ଅଚାର୍ଯ୍ୟ ଫୋନ ଯୋଗେ କଥାବାର୍ତ୍ତା ହୋଇ ପୋକ ବାହାରିଥିବା ସୂଚନା ଦେଇଥିଲେ।କିନ୍ତୁ ଏପରି ହୋଇ ନ ଥିବ ବୋଲି ସଂସ୍ଥାର ଅଧିକାରୀ କହିବା ସହ ଯଦି ଭୂଲ ହୋଇଥିବ ତେବେ ବିସ୍କୁଟ କ୍ରୟକରି ଦିଅନ୍ତୁ ବୋଲି କହିଥିଲେ।କିନ୍ତୁ ସମୟ ୩ ଘ. ହୋଇଥିବାରୁ ବିସ୍କୁଟ ଦିଆଯାଇ ପାରି ନ ଥିଲା ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଥିଲେ।ତେବେ ପୋକ ବାହାରିଥିବାରୁ ସରକାରୀ ବିଦ୍ୟାଳୟର ଆଜି ୨୧୦ ଜଣ ପିଲା ମଧ୍ୟାହ୍ନଭୋଜନ ଖାଇପାରି ନ ଥିଲେ।କୋରାପୁଟ ସହରରେ ଥିବା ୨୮ ଟି ସ୍କୁଲରେ ଉକ୍ତ ସଂସ୍ଥା ମଧ୍ୟାହ୍ନ ଭୋଜନ ଦେଉଥିବା ବେଳେ ଗୋଟିଏ ସ୍କୁଲରେ ପୋକ ବାହାରିଥିବା ପିଲାମାନେ ନଜରକୁ ଆଣିଥିବା ବେଳେ ବାକି ସ୍କୁଲର ପିଲାମାନେ ମଧ୍ୟାହ୍ନ ଭୋଜନ ସୋୟାବିନ ଦରକାରୀ ଖାାଇଥିବେ। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମସୟରେ ଜିଲ୍ଲା ପ୍ରଶାସନର କୈାଣସି ଅଧିକାରୀ ତଦାରଖ କରୁଛନ୍ତି କି ! ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି।ତୁରନ୍ତ ଜିଲ୍ଲା ପ୍ରଶାସନର ଏ ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଟାନ ନେବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.