Home ଓଡ଼ିଶା କାର ଧକ୍କାରେ ବୃଦ୍ଧ ମୃତ; ଉତ୍ୟକ୍ତ ଲୋକମାନେ ଫାଣ୍ଡି ଘେରାଉ କରିବା ସହିତ ଅଧିକାରୀଙ୍କୁ ଆକ୍ରମଣ...

କାର ଧକ୍କାରେ ବୃଦ୍ଧ ମୃତ; ଉତ୍ୟକ୍ତ ଲୋକମାନେ ଫାଣ୍ଡି ଘେରାଉ କରିବା ସହିତ ଅଧିକାରୀଙ୍କୁ ଆକ୍ରମଣ କଲେ

407

କୋରାପୁଟ ୧୨-୦୨ (ଓଡିଆ ପୁଅ /ରଂଜନ କୁମାର ଦାସ) କାର୍ ଧକ୍କାରେ ଜଣେ ବ୍ୟକ୍ତି ଓ ଏକ ବଳଦର ମୃତ୍ୟୁକୁ ନେଇ କ୍ଷତି ପୂରଣ ଦାବିରେ ଗ୍ରାମବାସୀ ରାସ୍ତା ଅବରୋଦ୍ଧ କରିବା ସହ ଲମତାପୁଟ ଫାଣ୍ଡିରେ ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତି ଉତେଜନା ପୂର୍ଣ ରହିଥିବାରୁ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ସେଠାରେ ପୁଲିସ୍ ମୂତୟନ କରାଯାଇଛି। ସୂଚନାଯୋଗ୍ୟ, ସୋମବାର ରାତିରେ ଲମତାପୁଟ ଥାନା ମାଲେଗାଁର ଗୌରାଙ୍ଗ ଖୀଲ ନାମକ ଜଣେ ବୃଦ୍ଧ ଦୁଇଟି ବଳଦ ନେଇ ଗାଁକୁ ଯାଉଥିଲେ। ବଡପୋଡା ଗ୍ରାମ ନିକଟରେ ଦୁଇଟି କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ସେଥିରୁ ଏକ କାର୍ ଗୌରାଙ୍ଗ ଖୀଲ ଓ ଗୋଟିଏ ବଳଦକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଗୌରାଙ୍ଗ ଖୀଲ ଓ ବଳଦର ମୃତ୍ୟୁ ହୋଇଥିଲା। ମୃତକଙ୍କ ପୁଅ ସକାଳେ ଆସି ଫାଣ୍ଡି ଅଧିକାରୀଙ୍କୁ ପଚାରିଥିଲେ କିନ୍ତୁ ଫାଣ୍ଡି ଅଧିକାରୀ କିଛି ଜାଣି ନାହିଁ ବୋଲି କହିଥିଲେ।ଏହାପରେ ସେ ଆଶାକିରଣ ହସପିଟାଲ ଓ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ।ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତଦେହ ଥିବା ଅଧିକାରୀ ପ୍ରକାଶ କରିଥିଲେ ଓ ପୋଲିସ ସହିତ କଥାବାର୍ତ୍ତା ହେବାକୁ ପରାମର୍ଶ ଦେଇଥିଲେ।ସ୍ୱାସ୍ଥ୍ୟ କେନ୍ଦ୍ରରୁ ଫାଣ୍ଡିକୁ ଆସି ସେ ପଚାରିବାପରେ ଫାଣ୍ଡି ଅଧିକାରୀ ବେଶୀ କହିଲେ ଫାଣ୍ଡିରେ ଭର୍ତି କରିଦେବେ ବୋଲି ଧମକ ଦେବାପରେ ଗ୍ରାମବାସୀମାନେ ଲମତାପୁଟରେ ପହଁଞ୍ଚିଯାଇ ରାସ୍ତାକୁ ଅବରୋଧ କରିଥିଲେ ଓ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଗ୍ରାମବାସୀ ଆଜି ସକାଳେ ଲମତାପୁଟ-ସଗର ରାସ୍ତା ଅବରୋଦ୍ଧ କରିଥିଲେ। ପରିସ୍ଥିତି ଅଣାୟତ ହେବାରୁ କୋରାପୁଟରୁ ପୋଲିସ ପହଁଞ୍ଚିଥିଲେ। ସଂଧ୍ୟା ସମୟରେ ରାସ୍ତା ରୋକ ହଟିଥିଲା କିନ୍ତୁ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ସମ୍ବାଦ ଲେଖାହେଳା ବେଳକୁ ଫାଣ୍ଡିରେ ଥିବା ଜଣାପଡିଛି।ଲମତାପୁଟ ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଷଡଙ୍ଗିଙ୍କୁ ଗ୍ରାମବାସୀମାନେ ଆକ୍ରମଣ କରିଥିଲେ ବୋଲି ଜଣାପଡିଛି। ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତଦେହ ଥିବା ବେଳେ ଫାଣ୍ଡି ଅଧିକାରୀ କାହିଁକି ଏ ଭଳି ମନୋଭାବ ପୋଷଣ କଲେ ଯଦ୍ୱାରା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ତାହା ତଦନ୍ତ ସାପେକ୍ଷ ଅଟେ ବୋଲି ଆଲୋଚ୍ୟର ବିଷୟ ହୋଇପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.