Home କୋରାପୁଟ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ

କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ

109

କୋରାପୁଟ ; ତା୨୭-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ସଭାପତି ରଞନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆସନ୍ତା ୧୨ ତାରିଖ ଦିନ ନିର୍ବାଚନ କରାଯିବାକୁ ନିଷ୍ପତି ନିଆଯାଇଥିଲା ।ବରିଷ୍ଠ ସଦସ୍ୟ ସୁବାସ ଦାସଙ୍କୁ ନିର୍ବାଚନ ଅଧିକାରୀ ଭାବେ ମନୋନୀତ କରାଯାଇଥିଲା ।ଓୟୁଜେର ନିଦେ୍ର୍ଦଶକ୍ରମେ ସଭ୍ୟ ଚାନ୍ଦା ୩୦୦ ଟଙ୍କା ଆଦାୟ କରିବାକୁ ନିଷ୍ପତି ହୋଇଥିବା ବେଳେ ସଭ୍ୟ ତଦାରଖ ନିମନ୍ତେ ଏକ ୨ ଜଣିଆ କମିଟି ଗଠନ କରାଯାଇଥିଲା ।ଏହି କମିଟି ନିମନ୍ତେ ବରିଷ୍ଠ ସଦସ୍ୟ ପରିକ୍ଷିତ ବିଶ୍ୱାଲ ଓ ଓମ ପ୍ରକାଶ ସିହ୍ନାଙ୍କ ନାମ ମନୋନୀତ କରାଯାଇଥିଲା ।ଏହି ବୈଠକରେ ବରିଷ୍ଠ ସଦସ୍ୟ ଅଜୟ ସାହୁ ,ସୁବାସ ଦାସ , ପରିକ୍ଷିତ ବିଶ୍ୱାଲ , ଓମ ପ୍ରକାଶ ସିହ୍ନା , ବାବୁଲ ସିଂ ,ଶରତ ନାୟକ , ପରମେଶ୍ୱର ସାହୁ ,ମନୋଜ ପଟନାୟକ ,ପ୍ରମୋଦ ଖରା , ଶୈଳେଶ ଖଡିଆର ପ୍ରମୁଖ ଯୋଗଦେଇଥିଲେ ।ଶେଷରେ ସଂପାଦକ ସର୍ବେଶ୍ୱର ବରାଡ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.