Home କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ “ସଂସ୍କୃତ ;ଆଜି ଓ କାଲି “ଶୀର୍ଷକ ଆଲୋଚନା ଚକ୍ର

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ “ସଂସ୍କୃତ ;ଆଜି ଓ କାଲି “ଶୀର୍ଷକ ଆଲୋଚନା ଚକ୍ର

85

କୋରାପୁଟ ୨୫-୦୯ (ଓଡିଆ ପୁଅ/ରଂଜନ କୁମାର ଦାସ)କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ନାତକୋତର ସଂସ୍ୃତ ବିଭାଗ ଆନୁକୁଲ୍ୟରେ“ସଂସ୍କୃତ ;ଆଜି ଓ କାଲି “ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠି ହୋଇଯାଇଛି।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରତ କୁମାର ପଳିତା ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସଂସ୍କୃତ ଭାଷାର ଏ୍ୟତିହାସିକ ଗରିମା ଏବଂ ପ୍ରାଚୀନତା ସଂପର୍କରେ ସେ ଉଲ୍ଲେଖ କରିବା ସହ ଏହାର ପ୍ରାସଙ୍ଗିକତା ସଂପର୍କରେ ଆଲୋକପାତ କରିଥିଲେ।ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଗୋପାଳକୃଷ୍ଣ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂସ୍କୃତକୁ ଏକ ଭାଷା ଅପେକ୍ଷା ଏକ ବିସାଳ ସଂସ୍କୃତିର ବାହାକ ଭାବେ ବିଚାର କରି ଏହାକୁ ବିଶ୍ୱର ସଂଯୋଗକାରୀ ଭାଷା ଭାବେ ଗ୍ରହଣ କରାଯାଇପାରେ ବୋଲି ମତ ପ୍ରକାଶ କରିଥିଲେ। ସଂସ୍କୃତି ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡ.ଆଲୋକ ବରାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ଡ. ବିରେନ୍ଦ୍ର କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।୨ୟ ବର୍ଷର ଛାତ୍ର ପ୍ରାଣବନ୍ଧୁ ପ୍ରଧାନ ଓ ଛାତ୍ରୀ ପୂଜା ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.