Home କୋରାପୁଟ ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ-୨୦୧୯ ପ୍ରସ୍ତୁତି ବୈଠକ ; ଅକ୍ଟୋବର ମାସ ୨୦ ରେ ଡୁଡୁମାରେ...

ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ-୨୦୧୯ ପ୍ରସ୍ତୁତି ବୈଠକ ; ଅକ୍ଟୋବର ମାସ ୨୦ ରେ ଡୁଡୁମାରେ ପରବର ଶୁଭାରମ୍ଭ

101

କୋରାପୁଟ ; ୨୫-୦୯ (ଓଡିଆ ପୁଅ /ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ-୨୦୧୯ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ସସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଯୋଗଦେଇ ଗତବର୍ଷ ପରବ ଉତ୍ସବ ନିମନ୍ତେ ୯୯ ଲକ୍ଷ ୫୨ ହଜାର ୯୬୪ ଟଙ୍କା ଆଦାୟ ହୋଇଥିବା ବେଳେ ୫୨ ଲକ୍ଷ ୫୨ ହଜାର ୧୩୦ ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ଦେଇଥିଲେ।ଜିଲ୍ଲାର ପର୍ଯ୍ୟଟକସ୍ଥଳୀ ଡୁଡୁମାଠାରୁ ପରବର ଶୁଭାରମ୍ଭ କରିବାକୁ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ପ୍ରସ୍ତାବ ଦେଇଥିବା ବେଳେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁରାମ ପଡାଲ,  ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରମୁଖଙ୍କ ସହ ଉପସ୍ଥିତ ସମସ୍ତ ସଭ୍ୟ /ସଭ୍ୟା ଏହାକୁ ସମର୍ଥନ କରିଥିଲେ।ଆସନ୍ତା ଅକ୍ଟୋବର ମାସ ୨୦ ତାରିଖରେ ଡୁଡୁମାରେ ପରବର ଶୁଭାରମ୍ଭ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା।ପରବର ମୁଖ୍ୟ ଉତ୍ସବ କୋରାପୁଟଠାରେ ଆସନ୍ତା ନଭେମ୍ଭର ମାସ ୧୬ . ୧୭ ଓ ୧୮ ତାରିଖ ୩ ଦିନ ପର୍ଯ୍ୟନ୍ତ ଆୟୋଜନ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଥିବା ବେଳେ କେଉଁଠି କରାଯିବ ତାହା ନିଷ୍ପତି ନିଆଯାଇ ପାରି ନ ଥିଲା।ଉମରି ରାସ୍ତା ନିକଟରେ ୨୦ ଏକର ଜମକୁ କୋରାପୁଟ ଜିଲ୍ଲାପ୍ରଶାସନ ପରବ ପଡିଆ ଚିହ୍ନଟ କରିବା ସହ ସେତେବେଳର ପର୍ଯ୍ୟଟନ ମନ୍ତ୍ରୀ,  ବିଭାଗୀୟ ସଚିବ ଓ କୋରାପୁଟ ଜିଲ୍ଲାର ସମସ୍ତ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ରହି ଆଡମ୍ବର ସହକାରରେ ଭୂମି ପୂଜା କରାଯାଇଥିଲା।କିନ୍ତୁ ଭୂମୁପୂଜାର ପରଦିନ କୋରାପୁଟ ବନାଞଳ ଅଧିକାରୀ ଏହା ପ୍ରସ୍ତାବିତ ସଂରକ୍ଷଣ ଜଙ୍ଗଳ ଅଟେ ବୋଲି ଦାବି କରିବା ପରେ ଜମି କାହାର ବୋଲି ବିବାଦୀୟ ହୋଇ ପଡିଥିଲା।କିନ୍ତୁ ଏହାର ସମାଧାନ ସେତେବେଳର ଜିଲ୍ଲାପାଳଙ୍କ ସମୟରେ ନ ହେବାରୁ ପରବ-୨୦୧୮ ମୁଖ୍ୟ ଉତ୍ସବ କୋରାପୁଟ ସରକାରୀ କଲେଜ ପରିସରରେ କରାଯାଇଥିଲା।ଜାତୀୟ ରାଜପଥ କଡରେ ସରକାରୀ କଲେଜ ରହିଥିବାରୁ ପରବ ଉତ୍ସବରେ ଟ୍ରାଫିକ ସମସ୍ୟା ଉପୁଜିଥିଲା ଏପରିକି ଆମ୍ବୁଲାନ୍ସ ଅନେକ ସମୟ ପର୍ଯ୍ୟନ୍ତ ଅଟକି ରହିଥିବାରୁ ଉକ୍ତ ସ୍ଥାନରେ ପରବ ନ କରି ଜିଲ୍ଲା ପ୍ରଶାସନ ଦ୍ୱାରା ଚିହ୍ନଟ ପରବ ପଡିଆରେ ମୁଖ୍ୟ ଉତ୍ସବ ପାଳନ କରିବାକୁ ଜୟପୁର ବିଧାୟକ ଶ୍ରୀ ବାହିନିପତି ପ୍ରସ୍ତାବ ଦେଇଥିଲେ।ଉକ୍ତ ଜମିର କିସମ ତଦାରଖ କରିବା ପରେ ପରବ ପଡିଆରେ ଉତ୍ସବ ପାଳନ କରିବା ନେଇ ଚିନ୍ତା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଥିଲେ।କୋରାପୁଟ ଜିଲ୍ଲାର ସଂସ୍ୃତି ଓ ପରମ୍ପରାକୁ ଚଳିତ ପରବ ଉତ୍ସବରେ ପ୍ରାଧାନ୍ୟ ଦେବାକୁ ଜୟପୁର ବିଧାୟକ ଶ୍ରୀ ବାହିନିପତି ଗୁରୁତ୍ୱାରୋପ କରିଥିଲେ।ଚଳିତବର୍ଷ ଜିଲ୍ଲାର ପ୍ରତ୍ୟେକ ପଂଚାୟତ ଓ ବ୍ଲକସ୍ତରରେ ପରବ ଉତ୍ସବ ପାଳନ କରିବା ନେଇ ବୈଠକରେ ସ୍ଥିର କରାଯାଇଥିଲା।ପରବର ପ୍ରସାର ଓ ପ୍ରଚାର କରୁଥିବା ଗଣମାଧ୍ୟମକୁ ବିଜ୍ଞାପନ ଦେବାକୁ ଉପସ୍ଥିତ ସାମ୍ବାଦିକମାନେ ପ୍ରସ୍ତାବ ଦେଇଥିଲେ ଓ ଏକ କମିଟି ଗଠନ କରାଯାଇ ବିଜ୍ଞାପନ ଦିଆ୍ଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ। ଏହି ବୈଠକରେ କୋଟପାଡ ବିଧାୟକ ତଥା ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମନୀ ଦିଆନ,  ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି,  ପଟ୍ଟାଙ୍ଗୀ ବିଦାୟକ ପୀତମ ପାଢୀ, ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି ଓ ଉପାଧ୍ୟକ୍ଷ ନାରସୁଲ କାମୁଡି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପନିର୍ଦ୍ଦେଶକ ଲକ୍ଷ୍ମିଧର ବିଶ୍ୱାଲ,  କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍ଗୁ କୁମାରୀ,  ଭାରପ୍ରାପ୍ତ ସିଡିଏମଓ ଡାକ୍ତର ଅରୁଣ କୁମାର ପାଢୀ, ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ କିଶୋର କୁମାର ନନ୍ଦ, ଜିଲ୍ଲାକ୍ରୀଡା ଅଧିକାରୀ ରାଜକିଶୋର ଜେନା,  କୃଷି ଉପନିର୍ଦ୍ଦେଶକ ପ୍ରଦୀପ ମହାନ୍ତି,  ଉଦ୍ୟାନ ଉପନିର୍ଦ୍ଦେଶକ ଶଙ୍କର୍ଷଣ ରାଉତ,  ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସିମାଞଳ ମହାପାତ୍ର,  ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ, କୋରାପୁଟ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ,  ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ,  କୋରାପୁଟ ବିଡିଓ ନରେନ୍ଦ୍ର ନାୟକ,  କବି ଜଳନ୍ଧର ସ୍ୱାଇଁ ଓ ରବି ଶତପଥି,  କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର, କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.