Home ଜିଲ୍ଲା ପରିକ୍ରମା କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଭଦ୍ରକ ଜିଲ୍ଲା ଗସ୍ତ ଓ କାର୍ଯ୍ୟ ନୀରିକ୍ଷଣ

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଭଦ୍ରକ ଜିଲ୍ଲା ଗସ୍ତ ଓ କାର୍ଯ୍ୟ ନୀରିକ୍ଷଣ

45

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଆଜି ଭଦ୍ରକ ଜିଲ୍ଳା ଗସ୍ତ କରିବା ସହିତ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର କାର୍ଯ୍ୟ ନୀରିକ୍ଷଣ କରିଥିଲେ । ଜିଲ୍ଳାର ରାଜସ୍ୱ ସମ୍ପର୍କୀତ ତଥ୍ୟ, ବକେୟା ମାମଲା ଗୁଡ଼ିକୁ ଅନୁଧ୍ୟାନ କରିବା ସହ ଏଗୁଡ଼ିକର ତୁରନ୍ତ ଫଏସଲା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଳାର ରାଜସ୍ୱ ଆଦାୟକୁ ତ୍ୱରାନ୍ୱିତ କରାଯିବା ସହିତ ଧାର୍ଯ୍ୟଲକ୍ଷ୍ୟ ହାସଲ ଶତ ପ୍ରତିଶତ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଳାସ୍ତରୀୟ ଅଧିକାରୀମାନେ ବିଭିନ୍ନ ବ୍ଳକ, ତହସିଲ, ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଗୁଡ଼ିକୁ ନିୟମିତ ବ୍ୟବଧାନରେ ଗସ୍ତ କରି ସମୀକ୍ଷା କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ଅନ୍ୟପକ୍ଷରେ ସଠିକ୍ ଭାବେ ଅଡିଟ୍‌ର ପାରା ଗୁଡ଼ିକୁ ଅନୁଧ୍ୟାନ କରି ପଦକ୍ଷେପ ନେବା, ନିୟମିତ ପଦୋନ୍ନତି କମିଟି ବସାଇ କର୍ମଚାରୀଙ୍କୁ ପଦୋନ୍ନତି ଦେବା, ବିଭିନ୍ନ କର୍ମଚାରୀମାନଙ୍କ ନାମରେ ଥିବା ମାମଲା ଗୁଡ଼ିକର ଶୀଘ୍ର ଫଏସଲା କରିବାକୁ ଶ୍ରୀ ସାମଲ ପରାମର୍ଶ ଦେଇଥିଲେ । ଏହା ସହିତ ରାଜସ୍ୱ, ସାମାଜିକ ସୁରକ୍ଷା, ସମାଜ କଲ୍ୟାଣ, ସମାଜ ମଙ୍ଗଳ ଆଦି ବିଭିନ୍ନ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ । ସରକାରଙ୍କ ବିଭିନ୍ନ ଯୋଜନାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ସହିତ ହିତାଧିକାରୀ ଯେପରି ଉପକୃତ ହେବେ ସେ ଦିଗରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ଇ-ଅଭିଯୋଗ ଗୁଡିକୁ ପ୍ରାଧାନ୍ୟ ଦେଇ ଠିକ୍ ସମୟରେ ସେ ଗୁଡିକର ଫଇସଲା କରି ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ଦେଖି ଶ୍ରୀ ସାମଲ ସନ୍ତୋଷ ପ୍ରକଟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଓ ଅରୁଣ କୁମାର ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ସମେତ ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.