Home Coronavirus Outbreak କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ କାରଣରୁ ନେପାଳରେ ଥିବା ପ୍ରବାସୀ ଓଡିଆଙ୍କ ସମସ୍ୟାର ସମାଧାନ

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ କାରଣରୁ ନେପାଳରେ ଥିବା ପ୍ରବାସୀ ଓଡିଆଙ୍କ ସମସ୍ୟାର ସମାଧାନ

245

ଭୁବନେଶ୍ୱର, ତା.୨୨/୦୪: ଭାରତ ସମେତ ସମଗ୍ର ବିଶ୍ୱ ଆଜି ମହାମାରୀ କରୋନା ଭୂତାଣୂ କବଳରେ। ଚାକିରୀ ଏବଂ ବୃତି ପାଇଁ ଆଜି ଲକ୍ଷ ଲକ୍ଷ ଓଡିଆ ରାଜ୍ୟ ତଥା ଦେଶ ବାହାରେ ବସବାସ କରୁଛନ୍ତି। ଲକ୍‌ଡାଉନ କାରଣରୁ ସମସ୍ତେ ଆଜି ନିଜ ନିଜ ଘରେ ଆବଦ୍ଧ। ଘରୁ ବାହରକୁ ଆସିନପାରି ପରିବାର ସମେତ ପ୍ରବାସୀ ଓଡିଆ ଆଜି ଖାଦ୍ୟାଭାବର ଶିକାର ହୋଇ ବିଭିନ୍ନ ହଇରାଣର ସମ୍ମୁଖୀନ ହେଉଛନ୍ତି। ବାହାର ସ୍ଥାନରେ ଏମାନଙ୍କ ଦୁଃଖ କିଏ ବା ଶୁଣିବ ? ଏହିଭଳି ଚିନ୍ତାରେ ଥିବା ନେପାଳ ରାଜଧାନୀ କାଠମାଣ୍ଡୁରେ ବାସ କରୁଥିବା ୬ଟି ଓଡିଆ ପରିବାର ତରଫରୁ ୨ ପ୍ରବାସୀ ଓଡିଆ ବାଲେଶ୍ୱର ଜିଲ୍ଲା ଖଇରା ନିବାସୀ ଶ୍ରୀ ମିଥୁନ କୁମାର ପାତ୍ର ଏବଂ ଶ୍ରୀ ରମାକାନ୍ତ ନାୟକ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ ସ୍ଥାପନ କରି ସମସ୍ୟା ସଂପର୍କରେ ଅବଗତ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ କାର୍ଯ୍ୟାଳୟ ସେମାନଙ୍କ ସହ ଯୋଗାଯୋଗ କରି ସମସ୍ୟାର ସମାଧାନ କରିଥିଲେ। ମାତ୍ର ୨୪ ଘଂଟା ମ଼ଧ୍ୟରେ ସମସ୍ୟାର ସମାଧାନ ହେବା ସହ ଅସୁବିଧାରେ ଥିବା ପ୍ରବାସୀ ଓଡିଆ ପରିବାରକୁ ସ୍ଥାନୀୟ ପ୍ରଶାସନ ଖାଦ୍ୟ ଓ ରାସନ ସାମଗ୍ରୀ ପହଂଚାଇ ଦେଇଥିଲେ। “ବାହାର ଦେଶରେ ଥିବା ସତ୍ୱେ ଆମ ସରକାର ଆମ ସହିତ ଅଛନ୍ତି” ବୋଲି କହି ପ୍ରବାସୀ ଓଡିଆ ଶ୍ରୀ ପାତ୍ର ଏବଂ ଶ୍ରୀ ନାୟକ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ତତ୍ପରତା ଏବଂ ଆନ୍ତରିକତା ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.