Home Coronavirus Outbreak କରୋନା ଯୋଦ୍ଧା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା

କରୋନା ଯୋଦ୍ଧା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା

589

ଭୁବନେଶ୍ୱର, ତା.୨୨/୦୪ (ଓଡ଼ିଆ ପୁଅ) : ଭାରତ ସମେତ ସମଗ୍ର ବିଶ୍ୱ ଆଜି ମହାମାରୀ କରୋନା ଭୂତାଣୂ କବଳରେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଅଘୋଷିତ ଯୁଦ୍ଧର ଭାରତବର୍ଷରେ ନେତୃତ୍ୱ ନେଉଛନ୍ତି। ତାଙ୍କର ବଳିଷ୍ଠ ଓ ଦୃଢ ନିଷ୍ପତି ଏବଂ ପଦକ୍ଷେପକୁ ଜାତିସଂଘ ସମେତ ସମଗ୍ର ବିଶ୍ୱ ଭୂୟସୀ ପ୍ରଶଂସା କରିବା ସହ ଅନୁସରଣ କରୁଛନ୍ତି। ଏହି ଯୁଦ୍ଧରେ ପ୍ରଥମ ଧାଡିରେ ରହି ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ ଓ ଆଶାକର୍ମୀମାନେ ଚିକିତ୍ସା ଯୋଗାଉଛନ୍ତି। ମାତ୍ର ଦୁର୍ଭାଗ୍ୟବଶତଃ କିଛି ଅନୁଶାସନ ଭଙ୍ଗକାରୀମାନେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆଶାଳୀନ ବ୍ୟବହାର ପ୍ରଦର୍ଶନ କରାଯିବା ସହ ଆକ୍ରମଣ କରିବା ଏବଂ ତାଙ୍କ ଗାଡି ଉପରେ ଆକ୍ରମଣ କରିବା ଦ୍ୱାରା ଏହି ବୀର ଯୋଦ୍ଧାମାନେ ଭୟଭୀତ ହେବା ସହ ହତୋତ୍ସାହ ହୋଇ ପଡୁଛନ୍ତି। ଏପରିକି ସାଧାରଣ ଦେଶବାସୀ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। ଏଭଳି ହୀନ ଘଟଣାକୁ ଆଉ ବରଦାସ୍ତ କରାନଯାଇ ଅତ୍ୟନ୍ତ ଗମ୍ଭୀରତାର ସହ ବିଚାରକୁ ନେଇ କେନ୍ଦ୍ର ସରକାର କରୋନା ଯୋଦ୍ଧା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଆଜି ବଡ ଘୋଷଣା କରିଛନ୍ତି। ଆଜି ସକାଳେ କେନ୍ଦ୍ର ଗୃହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଭାରତୀୟ ଡାକ୍ତର ସଂଘ ସହ ଆଲୋଚନା କରି ସୁରକ୍ଷା ଯୋଗାଇ ଦେବାର ନିର୍ଭର ପ୍ରତିଶୃତି ଦେଇଥିଲେ। ଏହାପରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ପ୍ରସଙ୍ଗରେ ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୧୨୩ ବର୍ଷ ପୁରୁଣା ମହାମାରୀ ରୋଗ ଅଧିନିୟମ, ୧୮୯୭ରେ ପରିବର୍ତ୍ତନ ଅଣାଯାଇ ଲାଗୁ କରାଯାଉଥିବା ଏହି ନୂତନ ଅଧ୍ୟାଦେଶ କାରଣରୁ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀମାନେ ନିଜକୁ ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ମଣିବେ ଏବଂ ସେମାନେ ନିଜ ଦାୟୀତ୍ୱକୁ ଅଧିକ ସୁଚାରୁ ରୂପେ ପାଳନ କରିବାରେ ଏହି ନୂତନ ଅଧ୍ୟାଦେଶ ନିଶ୍ଚିତ ସହାୟକ ହୋଇପାରିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦୃଢ ଆଶା ବ୍ୟକ୍ତ କରିଛନ୍ତି। ଏହି ନୂତନ ଅଧ୍ୟାଦେଶ ପ୍ରଣୟନ କରିଥିବାରୁ ରାଜ୍ୟ ସଭାପତି ଶୀ ମହାନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।

ନୂତନ ଆଇନ ବଳରେ ଦୋଷୀମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘଟଣାର ୩୦ ଦିନ ମଧ୍ୟରେ ଅନୁସନ୍ଧାନ କରାଯାଇ ଅଭିଯୁକ୍ତଙ୍କୁ ଜାମିନବିହୀନ ୩ ମାସରୁ ୭ ବର୍ଷ ଯାଏଁ ଜେଲ ଦଣ୍ଡ ସହିତ ୧ ଲକ୍ଷରୁ ୫ ଲକ୍ଷ ଟଙ୍କାର ଅର୍ଥ ଦଣ୍ଡର ବ୍ୟବସ୍ଥା ରହିଛି। ସ୍ୱାସ୍ତ୍ୟସେବା କର୍ମଚାରୀଙ୍କ ଗାଡି କିମ୍ବା କ୍ଲିନିକରେ କ୍ଷତି ହେଲେ, ଅଭିଯୁକ୍ତଙ୍କଠାରୁ କ୍ଷତିଗ୍ରସ୍ତ ସଂପତିର ବଜାର ମୂଲ୍ୟର ୨ଗୁଣ କ୍ଷତିପୁରଣ ଆଦାୟ କରାଯିବ। ଏହି ନୂତନ ଅଧ୍ୟାଦେଶ ଲାଗୁ ହେବା ଫଳରେ ଏଭଳି ହୀନ ଘଟଣା ଉପରେ ରୋକ ଲଗା ଯାଇପାରିବ ବୋଲି ଶ୍ରୀ ମହାନ୍ତି ଦୃଢ ଆଶା ବ୍ୟକ୍ତ କରିଛନ୍ତି।

ଏଥିସହ ଆଜି କେନ୍ଦ୍ର କ୍ୟାବିନେଟ ନିଷ୍ପତି ଅନୁଯାୟୀ, ଦେଶରେ କୋଭିଡ ଚିକିତ୍ସାକୁ ତ୍ୱରାନ୍ୱିତ କରିବା ସକାଶେ ଆବଶ୍ୟକୀୟ ଚିକିତ୍ସା ସୁବିଧାସୁଯୋଗ, ଔଷଧ, ଯନ୍ତ୍ରପାତି, ଭବିଷ୍ୟତରେ ଏହି ସଂକ୍ରାମଣକୁ ପ୍ରତିହିତ କରିବା, ଜାତୀୟ ଓ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟସେବା, ରୋଗ ନିରୁପଣ କେନ୍ଦ୍ର, ମହାମାରୀ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ୪ଟି ପର୍ଯ୍ୟାୟରେ ୧୫ ହଜାର କୋଟି ଟଙ୍କାର ‘କୋଭିଡ-୧୯ ଏମରଜେନ୍ସି ରେସପଂଡ ଆଣ୍ଡ ହେଲ୍‌ଥ ସିଷ୍ଟମ ପ୍ରିପାର୍ଡନେସ’ ପ୍ୟାକେଜର ଘୋଷଣା କରିଛନ୍ତି। ଆଗାମୀ ଦିନରେ ଏହି ସଂକ୍ରମଣକୁ ରୋକିବା ପାଇଁ ଏହି ଅର୍ଥ ପ୍ୟାକେଜ ନିଶ୍ଚିତ ଭାବେ ସହାୟକ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.