Home କଳାହାଣ୍ଡି କଳାହାଣ୍ଡି ଜୁନାଗଡ-ଉତ୍ସବ ୨୦୧୯ ପାଇଁ ପ୍ରସ୍ତୃତି ବୈଠକ ଅନୁଷ୍ଠିତ

କଳାହାଣ୍ଡି ଜୁନାଗଡ-ଉତ୍ସବ ୨୦୧୯ ପାଇଁ ପ୍ରସ୍ତୃତି ବୈଠକ ଅନୁଷ୍ଠିତ

224

କଳାହାଣ୍ଡି – ୨୪/୧୨/୨୦୧୮ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ସ୍ତରୀୟ ଉତ୍ସବ ଭାବେ କଲାହାଣ୍ଡି ଉତ୍ସବ ଘୁମୁରା କୁ ଲୋକ ଉତ୍ସବ ଭାବେ ପାଳନ କରିବାକୁ ପ୍ରତ୍ୟେକ ସ୍ତରରେ ଉଦ୍ୟମ ଆବଶ୍ୟକ ଥିବା ବେଳେ ଜୁନାଗଡ ଠାରେ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ୨୦୧୯ ପାଳନ କରିବାକୁ ପ୍ରସ୍ତୃତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୁନାଗଡ ବିଡିଓ ପରଂବ୍ରହ୍ମ ଯୋଷୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ଜୁନାଗଡ ତହସିଲଦାର, ଜୁନାଗଡ ଆଇଆଇସି, ଜୁନାଗଡ ଏନଏସିର ନିର୍ବାହୀ ଅଧିକାରୀ, ପୂର୍ବତନ ଏନଏସି ଅଧ୍ୟକ୍ଷା, ବ୍ଲକ କଳା ସାଂସ୍କୃତିକ ସଂଘର ଉପାଧ୍ୟକ୍ଷ ତଥା ବ୍ଲକ ସ୍ତରୀୟ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଏବଂ ସହରର ଅନେକ ବୁଦ୍ଧିଜୀବି ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବରେ ଜୁନାଗଡ ବ୍ଲକ ଅଂଚଳର କୌଣସି ବ୍ୟକ୍ତି ବିଶେଷଙ୍କୁ ସାମିଲ କରାଯାଉନଥିବା ସହିତ ଜୁନାଗଡ ଠାରେ ଅନୁଷ୍ଠିତ ହେଉଥିବା କଳାହାଣ୍ଡି ଉତ୍ସବ ପାଇଁ ଜିଲ୍ଲା ସ୍ତରର କୌଣସି ପାଣ୍ଠି ସହ÷÷ଯାଗ ଦିଆଯାଉନଥିବା ହେତୁ ଏହି ଉତ୍ସବକୁ କଳାହାଣ୍ଡି ଉତ୍ସବ ପରିବର୍ତେ ଜୁନାଗଡ ଉତ୍ସବ ଭାବେ ପାଳନ କରାଯିବାକୁ ମତ ପ୍ରକାଶ ପାଇଥିଲା । ପୁରାତନ,ଐତିହ୍ୟ ସଂପନ୍ନ ଜୁନାଗଡ ସହର ଠାରେ ଏହି ଉତ୍ସବ ପାଳନର ଯଥେଷ୍ଟ ଗୁରୁତ୍ୱ ବହନ କରୁଥିବା ହେତୁ ଏହି ଉତ୍ସବକୁ ଉଚ୍ଚ କୋଟୀର କରି ପାଳନ କରିବାକୁ ବିଡିଓ ଆହ୍ୱାନ ଜଣାଇଥିଲେ । ପୂର୍ବ ବର୍ଷ ଭଲି ଚଳିତ ବର୍ଷ ମଧ୍ୟ ସେହି ପରି ଭାବେ ଉତ୍ସବ ପାଳନ କରିବାକୁ ନିଷ୍ପତି ହୋଇଥିଲା । ଭବାନୀପାଟଣା ଓ ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ପାଳନ ସଂପର୍କରେ ଗଣମାଧ୍ୟମରେ ନିୟମିତ ଭାବେ ପ୍ରକାଶ ପାଉଥିବା ବେଳେ ଜୁନାଗଡ ଉତ୍ସବ ସଂପର୍କରେ ସେହିଭଲି ଭାବେ କଭରେଜ କରିବାକୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅନୁରୋଧ କରାଯାଇଥିଲା । ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ପାଳନ କରିବାରେ ଗଣମାଧ୍ୟମ ପ୍ରତିନିଧିମାନେ ମୂଖ୍ୟ ଭୂମିକା ନିର୍ବାହ କରୁଥିବା ବେଳେ ଜୁନାଗଡ ଠାରେ ବିଗତ ବର୍ଷ ମାନଙ୍କରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉପେକ୍ଷା କରାଯାଉଥିବା ହେତୁ ଗଣମାଧ୍ୟମ ପ୍ରତିନିଧିମାନେ କ୍ଷୋଭ ପ୍ରକାଶ କରିଥିଲେ । ଏପରିକି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଅନେକ ପ୍ରତିଭା ବାନ ବ୍ୟକ୍ତିତ୍ୱ ଥିଲେହେଁ ସେମାନଙ୍କୁ ଉପେକ୍ଷା କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇବା ପରେ ଆଗାମୀ ଦିନରେ ସମସ୍ତଙ୍କୁ ନେଇ ଉତ୍ସବ ପାଳନ କରାଯିବ ବୋଲି ନିଷ୍ପତି ହୋଇଥିଲା । ଆଗାମୀ ଜାନୁଆରି ୨୦୧୯ ଆଠ ତାରିଖ ଠାରୁ ତିନି ଦିନ ବ୍ୟାପି ଏହି ଉତ୍ସବ ପାଳନ କରାଯିବା ଅବସରରେ ଏହି ଅଂଚଲର କଳାକାର ଓ ସାଂସ୍କୃତିକ ଦଳ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଅଂଚଲର ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ମତ ପ୍ରକାଶ ପାଇଥିଲା । ମୀନାବଜାର,ଫୁଡବଜାର, ବିଭିନ୍ନସାମଗ୍ରୀ ବିକ୍ରୀ ପାଇଁ ଷ୍ଟଲ ଇତ୍ୟାଦି ସ୍ଥାପନ କରାଯିବାକୁ ନିଷ୍ପତି ହୋଇଥିଲା । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଆଇଆଇସି ପ୍ରତିଶୃତି ଦେଇଥିଲେ । ଶେଷରେ ଏହି ଉତ୍ସବକୁ ସାର୍ବଜନୀନ କରାଯାଇ ସାଫଲ୍ୟ ମଣ୍ଡିତ କରିବାକୁ ସମସ୍ତଙ୍କୁ ନିବେଦନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.