Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାପୁଲିସର ସଫଳତା,ଆନ୍ତରାଜ୍ୟ ଗଜେଂଇ ମାଫିଆ ନବରଙ୍ଗପୁର ରୁ ଗିରଫ

ମାଲକାନଗିରି ଜିଲ୍ଲାପୁଲିସର ସଫଳତା,ଆନ୍ତରାଜ୍ୟ ଗଜେଂଇ ମାଫିଆ ନବରଙ୍ଗପୁର ରୁ ଗିରଫ

404

ମାଲକାନଗିରି,୨୪ା୧୨ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାପୁଲିସକୁ ଆଜି ଏକ ବଡ ଧରଣ ସଫଳତା ମିଳିଛି । ଜଣେ ଆନ୍ତରାଜ୍ୟ ଚୋରା ଗଜେଂଇ ମାଫିଆଙ୍କୁ ଗିରଫ କରିବାସହ ତାଙ୍କ ନିକଟରୁ ଆନ୍ତରାଜ୍ୟ ଗଜେଂଇ ଚୋରା କାରବାର ସଂପର୍କରେ ଅନେକ ତଥ୍ୟମିଳିଛି । ଆଜି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଜଗମୋହନ ମୀନା ଏହି ଗଜେଂଇ ମାଫିଆ ମୁବାରକ ଖାନ ଙ୍କୁ ପ୍ରଦର୍ଶନ କରି ତାଙ୍କର ଚୋରା ଗଜେଂଇ ବେପାର ସଂପର୍କରେ ସୁଚନା ଦେଇଛନ୍ତି । ମାଲକାନଗିରି ଜିଲ୍ଲା ଓରେକେଲ ଥାନା ପୁଲିସ ଦ୍ୱାରା ଗତ୮ତାରିଖରେ ଦୁଇଟି ଗାଡିସହ ୧୦୮କେଜି୭୫୦ ଗ୍ରାମ ଗଜେଂଇ ଜବତ କରି ଏହି ଚୋରା କାରବାରରେ ସଂପୃକ୍ତ ୭ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରେ ମୁଖ୍ୟ ଆସାମି ଚୋରାଗଜେଂଇ କାରବାରର କିଙ୍ଗ ପିନ ଧରା ପଡିନଥିଲେ । ମାଲକାନଗିରି ଜିଲ୍ଲାପୁଲିସ ସ୍ୱତନ୍ତ୍ର ସ୍କାର୍ଡ ଗଠନକରି ବିଭିନ୍ନ ସ୍ଥାନରେ ତଲାସି କରି ଆଜି ତାଙ୍କୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଆନ୍ତରାଜ୍ୟ ଗଜେଂଇ ମାଫିଆ ମୁବାରକ ଖାନ ଓରଫ ମୁକଓ୍ୟା(୩୫)ତାଙ୍କ ନିଜ ଘର ହରିଆନା ପୁନ୍ନା ଠାରେ ସେ ଗତ କିଛି ମାସହେଲା ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଘରଭଡାନେଇ ରହି ଛୋଟବଢ ଗଜେଂଇ ବେପାରିଙ୍କୁ ଅର୍ଥ ଯୋଗାଇ ହରିଆନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର ବିଭିନ୍ନ ରାଜ୍ୟକୁ ଚୋରାରେ ଗଜେଂଇ ଚାଲାଣ କରିଥାନ୍ତି । ସେ ଜଣେ ଆନ୍ତରାଜ୍ୟ ସ୍ତରୀୟ ଚୋରା ଗଜେଂଇ ବେପାରି, ସେ ବିଭିନ୍ନ ଆଦିବାସୀ ଗ୍ରାମରେ ନିରିହ ଆଦିବାସୀ ଲୋକଙ୍କୁ ଅର୍ଥଦେଇ ପ୍ରଲୋଭନ ଦେଖାଇ ଜଙ୍ଗଲଜମରି ଗଜେଂଇ ଚାଷକରି ସେହି ଗଜେଂଇ ଗୁଡିକୁ ସେମାନଙ୍କ ଠାରୁ ଅଳ୍ପ ଦାମରେ କିଣି ନେଇ ରାଜ୍ୟବାହରକୁ ଚାଲାଣ କରି ବେସ ଲାଭବାନ ହୋଇଥାନ୍ତି । ତାଙ୍କ ନାମରେ ଆଗରୁ ଓରକେଲ ଥାନାରେ  କେସ ରହିଥିଲା । ତାଙ୍କୁ ଧରିବା ପାଇଁ  ଏସଡିପିଓ ମାନସ ରଜଂନ ବାରିକ,ଡିଏସପି ଦିଲୀପ ଦାଶଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ସ୍କାର୍ଡ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଖାନତଲାସି ଚାଲିଥିଲା । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନାସ୍ଥ କେରିପଦର ଗ୍ରାମରେ ଗଜେଂଇ ମାଫିଆ ମୁବାରକ  ଥିବା ଖବର ପାଇ ଏହି ସ୍କାର୍ଡ ଟିମ ସେଠାରେ ପହଁଚି ଚଡାଉକରି ତାଙ୍କୁ ଆଜି ସକାଳେ ଗିରଫ କରି ମାଲକାନଗିରି କୁ ଆଣିଥିଲେ । ସେ  ଜଣେ ଆନ୍ତରାଜ୍ୟ ଚୋରା ଗଜେଂଇ ମାଫିଆ ଡନ ଭାବେ ପରିଚିତ, ତାଙ୍କୁ ପୁଲିସ ଅନେକ ଦିନରୁ ଗିରଫକରିବା ପାଇଁ ଜାଲ ବିଛାଇଥିଲେ । ଆଜି ସେ ପୁଲିସର ଜାଲରେ ପଡି ଯାଇଛନ୍ତି । ମାଲକାନଗିରି ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଚଡାଉ କରାଯାଇ ଇତି ମଧ୍ୟରେ ୧୭୧୧୮ କେଜି ଗଜେଂଇ,୮୩ଟି ଗାଡି ଜବତ କରାଯାଇ ୧୮୦ ଜଣଙ୍କୁ ଚୋରା ଗଜେଂଇ ଚାଲାଣ ଅଭି ଯୋଗରେ ଗିରଫ କରାଯାଇଛି ,୬୦୦ ଏକର ଜମିରୁ ଗଜେଂଇ ଚାଷ ପୋଡି ନଷ୍ଟ କରାଯାଇଛି  ବୋଲି ଏସପି ଶ୍ରୀ ମୀନା ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ମାନସ ରଜଂନ ବାରିକ,ଡିଏସପି ଦିଲୀପ ଦାଶ, ରିଜର୍ଭପୁଲିସ ଇନିସପେକ୍ଟର ସ୍ୟାମସୁନ୍ଧର ସୋରେନ. ମାଲକାନଗିରି ଥନା ଅଧିକାରୀ ସୌମେନ୍ଦୁ ତ୍ରୀପାଠୀ ଙ୍କ ସହିତ ଅନ୍ୟାନ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.