Home ଜିଲ୍ଲା ପରିକ୍ରମା କଂଚନବିଲିରେ ଅଖଣ୍ଡ ସାଇ ଭଜନ ଅନୁଷ୍ଠିତ

କଂଚନବିଲିରେ ଅଖଣ୍ଡ ସାଇ ଭଜନ ଅନୁଷ୍ଠିତ

124

ନୟାଗଡ଼, ୧୨-୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ୍ବ୍ଳକ କ୍ରିଦାଶପୁର ପଂଚାୟତ କଂଚନବିଲି ସାଇ ମନ୍ଦିର ପରିସରରେ ଅଖଣ୍ଡ ସାଇ ଭଜନ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ପଦ୍ମାବତୀ ନାୟକ. ପ୍ରମିଳା ପ୍ରଧାନ ଓ ସ୍ନର୍ଣ୍ଣଲତା ସାହୁଙ୍କ ତତ୍ତ୍ୱାବଧାନରେ ସାଇ ପରିବାର ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦିବାରାତ୍ର ଦୁଇଦିନ ଧରି ସାଇଭକ୍ତମାନେ ସାଇ ଭଜନ ପରିବେଷଣ କରିଥିଲେ।। ଏଥିରେ ବିଶ୍ୱର ମଙ୍ଗଳ ତଥା ଧର୍ମ ଭାବନା ଜାଗ୍ରତ କରିବା ସହ ବିଭୁକୃପା ଲାଭ କରିବା ହିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଇବାବାଙ୍କ ଅଭୟ ବାଣୀ, ସାଇ ଚିନ୍ତନ, ସାଇ କୃପା ଓ ସାଇ ବାବାଙ୍କ ନୀତି ଆଦର୍ଶ ଉପରେ ଅନୁପ୍ରାଣୀତ ହେବା ଉପରେ ଏହି ଅଖଣ୍ଡ ସାଇ ଭଜନର ଲକ୍ଷ୍ୟ ରହିଥିଲା। ବର୍ଷା ପ୍ରିୟଦର୍ଶିନୀ ମୁଦୁଲି, ଶାସ୍ୱତୀ ସ୍ମାରିକା ନାୟକ, ମାମାଲି ସାହୁ, ପ୍ରିତୀସୂଧା ପ୍ରଧାନ, ବବି ପ୍ରଧାନ, ସୁଷମା ଖଟେଇ ଓ ରିଙ୍କି ପାତ୍ରଙ୍କ ଭଜନ ପରିବେଷଣ ବେଶ୍ ଉଚ୍ଚକୋଟିର ହୋଇଥିଲା। ଦିବାରାତ୍ର ଚାଲିଥିବା ଅଖଣ୍ଡ ସାଇ ଭଜନରେ ବହୁସଂଖ୍ୟାରେ ଭକ୍ତ ଯୋଗଦେଇ ବିଭୁକୃପା ଲାଭ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.