Home ଓଡ଼ିଶା ଚିତ୍ରକୋଣ୍ଡା ବ୍ଲକ ତ୍ରୀସ୍ତରୀୟ ପଚାଂୟତ ନିର୍ବାଚନ ସହ ୪ଦଫା ଦାବିନେଇ ରାଜ୍ୟପାଳଙ୍କୁ ଭେଟିଲେ ପୂର୍ବତନ ବାଚସ୍ପତି...

ଚିତ୍ରକୋଣ୍ଡା ବ୍ଲକ ତ୍ରୀସ୍ତରୀୟ ପଚାଂୟତ ନିର୍ବାଚନ ସହ ୪ଦଫା ଦାବିନେଇ ରାଜ୍ୟପାଳଙ୍କୁ ଭେଟିଲେ ପୂର୍ବତନ ବାଚସ୍ପତି ଓ ଭାଜପା ନେତା

108

ମାଲକାନଗିରି, ୧୨ା୧୧ (ଓଡିଆ ପୁଅ ) ଚିତ୍ରକୋଣ୍ଡା ବ୍ଲକର ତ୍ରୀସ୍ତରୀୟ ପଚାଂୟତ ନିର୍ବାଚନ ତୁରନ୍ତ କରିବା ସହ ଅନ୍ୟାନ ୪ଦଫା ଦାବିନେଇ ପୁର୍ବତନ ବାଚସ୍ପତି ତଥା ଭାଜପା ବରିଷ୍ଟନେତା ପ୍ରହ୍ଲାଦ ଦୋରା ଆଜି ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲ ଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି। ଗତ ତ୍ରୀସ୍ତରୀୟ ନିର୍ବାଚନ ମାଲାକନଗିରି ଜିଲ୍ଲାର ୬ଟି ଯାକ ବ୍ଲକରେ ହୋଇ ସାରିଥିବାବେଳେ ନୂତନ ଭାବେ ପ୍ରତିଷ୍ଟିତ ମାଓପ୍ରବଣ ଚିତ୍ରକୋଣ୍ଡା ବ୍ଲକରେ ମାଓବାଦୀଙ୍କ ଭୟ ଓ ଧମକରେ ନିର୍ବାଚନ ହୋଇପାରି ନଥିଲା, ଉକ୍ତବ୍ଲକର ଚେୟାରମେନ, ପଚାଂୟତର ସରପଂଚ, ସମତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟ, ଓ୍ୟାର୍ଡମେମ୍ବର ଲୋକ ପ୍ରତିନିଧିମାନେ ଏପର୍ଯ୍ୟନ୍ତ ନିର୍ବାଚିତ ହୋଇପାରି ନଥିବାରୁ ଏହି ବ୍ଲକରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟରେ ବାଧାସୃଷ୍ଟି ହେଉଛି। ଏହି ସବୁ ଅସୁବିଧାକୁ ଲକ୍ଷକରି ତୁରନ୍ତ ଚିତ୍ରକୋଣ୍ଡା ବ୍ଲକରେ ତ୍ରୀସ୍ତରୀୟ ପଚାଂୟତ ନିର୍ବାଚନ କରିବା, ପେସା ନିୟମ ୧୯୯୬ ଧାରା୪(ଙ) କୁ ମୁଖ୍ୟମନ୍ତ୍ରୀ ଉଲଂଘନକରି ବିଭିନ୍ନ ପଚାଂୟତରେ ଅନୁଦାନ ଘୋଷଣାକରି ନିଜ ଦଳୀୟ ବିଧାୟକ ମାନଙ୍କ ଦ୍ବାରା ମନଇଛା କାମ ବାଟୁଂଛନ୍ତି। ପ୍ରତି ପଚାଂୟତରେ ଧାନ ମଣ୍ଡିଖୋଲା ଯାଉ, ଚିତ୍ରକୋଣ୍ଡା ଓ ମାଥିଲି ବ୍ଲକରେ ଥିବା ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରକୁ ସବଡିଭିଜନ ସ୍ତରୀୟ ହସପିଟାଲ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଠାରେ ଆବଶ୍ୟକୀୟ ପରିମାଣର ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ନିଯୁକ୍ତି ଦିଆ ଯାଇନାହିଁ ବୋଲି ପୁର୍ବତନ ବାଚସ୍ପତି ଶ୍ରୀ ଦୋରା ତାଙ୍କ ଦାବିରେ ଉପସ୍ଥାପନା କରିଛନ୍ତି। ଆଜି ମାଲକାନଗିରି ଜିଲ୍ଲାଗସ୍ତରେ ଆସିଥିବା ନୂତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଙ୍କୁ ସ୍ଥାନୀୟ ସର୍କିଚହାଉସ ଠାରେ ଓଡିଶା ବିଧାନ ସଭାର ପୁର୍ବତନ ବାଚସ୍ପତି ପ୍ରହ୍ଲାଦଦୋରା ଙ୍କ ନେତୃତ୍ୱରେ ଭାଜପା ଦଳର ଜିଲ୍ଲା ସଭାପତି ଅଶୋକକୁମାର ପରିଡା, ପୁର୍ବତନ ଭାଜପା ଜିଲ୍ଲା ସଭାପତି ଆଦିତ୍ୟ ମାଢି, ସଂପାଦକ ସଜଂୟ ସରକାର, ସାମଲ ସୁନାନୀ, ମାଣିକଲାଲ ଚକ୍ରବର୍ତି, ନିମାଇ ପାଲ ପ୍ରମୁଖ ଭାଜପା ନେତା ଓ କର୍ମୀ ମାନେ ଉପସ୍ଥିତ ରହି ରାଜ୍ୟପାଳ ଶ୍ରୀ ଲାଲଙ୍କୁ ପୁସ୍ପମାଲ୍ୟାର୍ପଣ ସହ ସମ୍ବୋର୍ଦ୍ଦନା ଜ୍ଞାପନ କରିଥିଲେ, ଚିତ୍ରକୋଣ୍ଡା ବ୍ଲକ ରେ ତୁରନ୍ତ ତ୍ରୀସ୍ତରୀୟ ପଚାଂଯତ ନିର୍ବାଚନ କରିବା ଓ ୪ଦଫା ଦାବି ସହ ଜିଲ୍ଲାର ଉନ୍ନୟନ ମୁଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.