Home ଜିଲ୍ଲା ପରିକ୍ରମା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଶ୍ୱେତା ପାଣିଗ୍ରାହୀଙ୍କ ସଫଳତା

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଶ୍ୱେତା ପାଣିଗ୍ରାହୀଙ୍କ ସଫଳତା

67

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଗ୍ରାମର ସ୍ୱର୍ଗତ ବନମାଳୀ ପାଣିଗ୍ରାହୀଙ୍କ ନାତୁଣୀ ତଥା ନରେନ୍ଦ୍ର ଓ ଚିନ୍ମୟୀ ପାଣିଗ୍ରାହୀଙ୍କ କନ୍ୟା ଶ୍ୱେତା ପାଣିଗ୍ରାହୀ(୨୫) ୨୦୨୧ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ସେ ଆଗରପଡା କଲେଜର କର୍ମଚାରୀ ରାଜେନ୍ଦ୍ର ପାଣିଗ୍ରାହୀଙ୍କ ଝିଆରୀ ଅଟନ୍ତି । ସେ ଭୁବନେଶ୍ୱରସ୍ଥିତ ଭୀମଭୋଇ ଭିନ୍ନକ୍ଷମ ବିଦ୍ୟାଳୟରେ ମାଟ୍ରିକ୍‌, ରମାଦେବୀ ଜୁନିୟର କଲେଜରେ ଯୁକ୍ତ ଦୁଇ, ରମାଦେବୀ ବିଶ୍ୱ ବିଦ୍ୟାଳୟରେ ଯୁକ୍ତ ତିନି ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜି ସମାପ୍ତି ପରେ ବର୍ତ୍ତମାନ ରମାଦେବୀ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଲିଙ୍ଗଗତ ସମାନତା ଉପରେ ଗବେଷଣା କରୁଛନ୍ତି । କଠିନ ପରିଶ୍ରମ ଓ ଦୃଢ ମନୋବଳ ଯୋଗୁ ସେ ଏହି ସଫଳତା ପାଇଥିବା ବେଳେ ସମାଜରେ ଗରିବ ଓ ନିଷ୍ପେଷିତ ଲୋକଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସମଗ୍ର ବନ୍ତ ବ୍ଲକ ଆଜି ଗୌରବାନ୍ୱିତ ହୋଇପାରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.