Home ଜିଲ୍ଲା ପରିକ୍ରମା ଆଲୁରକୋଟା ଏନକାଉଟଂର ର ୫ ନିହତ ମାଓବାଦୀଙ୍କ ପରିଚୟ ମିଳିଲା,ପରିବାରଙ୍କୁ ଶବ ହସ୍ତାନ୍ତର କଲେ ପୁଲିସ

ଆଲୁରକୋଟା ଏନକାଉଟଂର ର ୫ ନିହତ ମାଓବାଦୀଙ୍କ ପରିଚୟ ମିଳିଲା,ପରିବାରଙ୍କୁ ଶବ ହସ୍ତାନ୍ତର କଲେ ପୁଲିସ

109

ମାଲକାନଗିରି,୬ା୧୧ (ଓଡିଆ ପୁଅ )  ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ କୁର୍ମାନୁର ପଚାୟଂତ ଆଲୁରକୋଟା, ସିନ୍ଦୁରପାଲି ଜଙ୍ଗଲରେ ଗତ କାଲି ପୁଲିସ ମାଓବାଦୀ ଗୁଳିବିନିୟୟରେ ମୃତ୫ ମାଓବାଦୀଙ୍କ ପରିଚୟ ଇତି ମଧ୍ୟରେ ମିଳି ଯାଇଛି । ସେମାନେ ହେଲେ କାଲିମେଳା ଥାନା କୁର୍ମାନୁର ପଚାଂୟତ ସିନ୍ଦୁରପାଲି ଗ୍ରାମର ପଦ୍ମନାଭ ହନ୍ତାଳ(୨୬),ସୁନ୍ଦର ରାୟ ହନ୍ତାଳ(୩୨),କାଲିମେଳା ଥାନାସ୍ଥ ରାଜଲକୋଣ୍ଡା ଗ୍ରାମର ଉଙ୍ଗାସୋଡି ଓରଫ କିର୍ତୀ,କାଲିମେଳା ଥାନାସ୍ଥ ସୁଧାକୋଣ୍ଡା ଗ୍ରାମର ମାସେ ମାଢି ଓରଫ ସୁନିତା,ଅନ୍ୟଜଣେ ହେଲେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଚଂଳର  ସୀମା କେଡ୍ରାକା ଓରଫ ଶୁଶିଳା ଏମାନେ  ମାଲକାନଗିରି ମାଓବାଦୀ ଡିଭିଜନ କାଲିମେଳା ମାଓବାଦୀ ଦଳମ ପାଇଁ କାମକରୁଥିବାର ପୁଲିସ କହିଛନ୍ତି   । ଆଜି କୁର୍ମାନୁର,ପପୁଲୁର, ପଚାଂୟତ ଗ୍ରାମମୁଖିଆ ଙ୍କ ସହିତ ସିନ୍ଦୁରପାଲି ଗ୍ରାମର ମୁଖିଆ ଓ ମୃତପରିବାର ସଦସ୍ୟ ଓ ରାଜଲକୋଣ୍ଡା,ସୁଧାକୋଣ୍ଡା ଗ୍ରମବାସୀ ମୃତପରିବାରଙ୍କ ସଦସ୍ୟ ମାନେ  ମାଲକାନଗିରି ଜିଲ୍ଲାପୁଲିସ କାର୍ଯ୍ୟଳୟ କୁ ଆସି ମୃତ ମାନଙ୍କ ଭୋଟପରିଚୟ ପତ୍ର ଆଧାର କାର୍ଡ ପ୍ରମାଣ ପତ୍ର ଦେଖାଇ ବା ପରେ ମାଲକାନଗିରି ପୁଲିସ ମୃତ ମାନଙ୍କ  ସଠିକ ପରିଚୟ ପ୍ରମାଣ ପତ୍ର ପାଇବା ପରେ ସେମାନଙ୍କ ପରିବାରଙ୍କୁ ଶବ ହସ୍ତାନ୍ତର କରିଛନ୍ତି । ଗତକାଲି ମାଲକାନଗିରି ଜିଲ୍ଲା କାଲିମେଳା ଥାନାସ୍ଥ ପପୁଲୁର, କୁର୍ମାନୁର ପଚାୟଂତ ନିକଟବର୍ତି ଆଲୁରକୋଟା, ସନ୍ୟାସିଗୁଡା ଜଙ୍ଗଲରେ ପୁଲିସ ମାଓବାଦୀ ଗୁଳିବିନମୟ ଘଟି ୫ଜଣ କ୍ୟାର୍ଡର ମାଓବାଦୀଙ୍କର ମୃତ୍ୟୁ ହେବାସହ ବନ୍ଧୁକ ଗୋଳାବାରୁଦ ଜବତ ହୋଇଥିଲା  । ମାଓଗଡ ଭାବେ ଚିରପରିଚିତ ଦୁର୍ଗମ ବିଛିନ୍ନାଚଳଂ ପପୁଲୁର,ଆଲୁରକୋଟା,ସନ୍ୟାସିଗୁଡା ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବାର ଖବର ପାଇ ରବିବାର ଠାରୁ  ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନେତୃତ୍ୱରେ ଜିଲ୍ଲାପୁଲିସ ଏସଓଜି ଜବାନ ମାନେ ସେଠାକୁ କଂମ୍ବିଅପରେସନରେ ଯାଇଥିଲେ ।

ସୋମବାର ଦିନ ସେଠାରୁ ଫେରୁଥିବା ସମୟରେ ଆଲୁରକୋଟା ସୁନ୍ଦୁରପାଲି ଜଙ୍ଗଲ ରେ ମାଓବାଦୀ ମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇଥିଲେ ତାର ପାଲଟା ଜବାବରେ ଯବାନ ମାନେ ମଧ୍ୟ ଗୁଳି ଚାଳନା କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ୪ଘଟାଂଧରି ଗୁଳିବିନମୟ ହୋଇଥିଲା । ଯବାନ ମାନଙ୍କୁ ମୁକାବିଲା କରିନପାରି କାଲିମେଳା ମାଓବାଦୀ ଦଳମର ଲିଡର ରଣଦେବ,ଜଣେ ମହିଳା ମାଓନେତ୍ରୀ ଙ୍କ ସହ ଅନ୍ୟମାଓବାଦୀ ମାନେ ଘଚଂ ଜଙ୍ଗଲରେ ଛତ୍ରଭଙ୍ଗଦେଇ ଲୁଚିପଳାଇଥିଲେ । ପରେ ଯବାନ ମାନେ ଜଙ୍ଗଲରେ ସର୍ଚଅପରେସନ କରିବାରୁ ସେହି ଜଙ୍ଗଲରେ ବିଭିନ୍ନ ସ୍ଥାନରେ ରକ୍ତଛିଟା, ଶବ ଘୋଷରା ଦାଗ ଦେଖିବାକୁ ପାଇଥିଲେ ଓ ୫ଜଣ ମାଓବାଦୀଙ୍କ ର ମୃତଶରୀରର ମିଳିବା ସହ  ମାଓକ୍ୟାମ୍ପରୁ ୨ଟି ଇନସାସ’ବନ୍ଧୁକ,ଗୋଟିଏ ଏସଏଲଆର ,ରାଇଫଲ, ଗ୍ରେନଡ,ଗୋଳବାରୁଦ ବହୁପରିମାଣର ମାଓସାମଗ୍ରୀ ମିଳଥିଲା । ଆନ୍ଦ୍ର ଓଡିଶା ପୁଲିସ ପକ୍ଷରୁ ସୀମାନ୍ତ ଅଚଂଳକୁ ସିଲକରା ଯାଇ ଉଭୟ ପଟରୁ ସଣ୍ଢୁଆସି ଆକ୍ରମଣ ଚାଲିଥିବାରୁ ଖିସପଳାଇଥିବା ମାଓନେତା ରଣଦେବ ଓ ଅନ୍ୟ ମାଓବାଦୀ ମାନେ ଏବେ ବି କୁର୍ମାନୁର ପାହଡ ଘଚଂ ଜଙ୍ଗଲରେ ଆତ୍ମଗୋପନ କରିବାଥିବାର ପୁଲିସ ସନ୍ଦେହ କରି ଆଜି ମଧ୍ୟ ପପୁପୁଲୁର କୁର୍ମାନୁର ଜଙ୍ଗଲରେ ଡିଭିଏଫ ପୁଲିସ, ଏସଓଜି,ବିଏସଏଫ ଯବାନ ମାନଙ୍କ ପକ୍ଷରୁ ସର୍ଚଅପରେସନ ଯୋରଦାର ଚାଲିଥିବାର ମାଲକାନଗିରି ଏସପି ଜଗମୋହନ ମୀନା କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.