Home ଜିଲ୍ଲା ପରିକ୍ରମା ଆଦିବାସୀ କଳା, ସଂସ୍କୃତି, ପରମ୍ପରାକୁ ଉତ୍ସାହିତ ନିମନ୍ତେ ଜନଜାତି ସମ୍ମିଳନୀ

ଆଦିବାସୀ କଳା, ସଂସ୍କୃତି, ପରମ୍ପରାକୁ ଉତ୍ସାହିତ ନିମନ୍ତେ ଜନଜାତି ସମ୍ମିଳନୀ

316

ମାଲକାନଗିରି, ୧୩।୨ (ଓଡିଆ ପୁଅ ) ସମଗ୍ର ଦେଶରେ ୬୨ପ୍ରକାର ଜନତାତିଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରେ ବଣ୍ଡା, କୋୟା, ପରଜା, ହାଲବା, ଦୁରୁଆ, ଦିଦାୟୀ, ଭୁମିୟା, କୋଟିଆ, କନ୍ଧ.ଗାଦବା ପ୍ରାୟ୧୪ଟି ରୁ ଉର୍ଦ୍ଦ ଜନଜାତି ସଂପ୍ରଦାୟ ବସବାସକରନ୍ତି। ସେମାନଙ୍କ ଭାଷା, କଳା, ସଂସ୍କୃତି ପରମ୍ପରାକୁ ଉତ୍ସାହିତ କରିବା ନିମନ୍ତେ ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ପକ୍ଷରୁ ପାରମ୍ପାରିକ ବାଦ୍ୟ ଯନ୍ତ୍ର ଓ ବେଶଭୂଷା ବିତରଣ ମେଳା ତଥା ଜନଜାତି ସମ୍ମିଳନୀର ଆୟୋଜନ କରାଯାଇଛି। ଆଜି ସକାଳେ ସ୍ଥାନୀୟ ଦଣ୍ଡକାରଣ୍ୟ ମଇଦାନ ଠାରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବାଙ୍କ ପୌରହିତରେ ଅନୁଷ୍ଟିତ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ମାନସ ମାଡକାମି, ସମ୍ମାନିତ ଅତିଥି ଭାବେ ପିଡି ଡିଆରଡିଏ ଲିଙ୍ଗରାଜପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଲକ୍ଷ୍ମିପ୍ରୀୟା ନାୟକ, ସମନ୍ୱୀତ ଆଦିବାସୀ ଉନ୍ନୟନସଂସ୍ଥା ପ୍ରକଳ୍ପ ପ୍ରଶାସକ ରାମକ୍ରୀଷ୍ଣାଗଣ୍ଡ, ଜିଲ୍ଲାମଙ୍ଗଳ ଅଧିକାରୀ ପ୍ରଦିପ୍ତକୁମାର ପଣ୍ଡା, ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର, ଯୋଗଦେଇ ଆତ୍ୟାଧୁନିକ ଇଟଂରନେଟ ଯୁଗରେ ଧିରେ ଧିରେ ଶିକ୍ଷିତ ଯୁବପିଡି ମାନେ ନିଜ ଭାଷା, ସଂସ୍କୃତି, ପରମ୍ପରାକୁ ଭୁଲି ଯାଉଥିବା ବେଳେ ଜନଜାତିଙ୍କ କଳାସଂସ୍କୃତି ପରମ୍ପାରକୁ ରାଜ୍ୟସରକାର ବିଶ୍ୱଦରବାରରେ ପ୍ରଚାର ପ୍ରସାର କରିବା ଉଦେଶ୍ୟରେ ଗାଁ ଗାଁରେ ନାଟଦଳ, କ୍ଲବ ଗଠନ କରି ସେମାନଙ୍କୁ ପାରମ୍ପାରିକ ବାଦ୍ୟ ଯନ୍ତ୍ର, ପୋଷାକ ଓ ଖେଳସାମଗ୍ରୀ ଦେବାର ବ୍ୟବସ୍ଥା କରିଛନ୍ତି ବୋଲି କହିଥିଲେ।

ଏହି ଅବସରରେ ବିଭିନ୍ନ ଅଚଂଳରୁ ଆସିଥିବା ଜନଜାତୀ ନାଟ୍ୟଦଳ ସେମାନଙ୍କ ନୃତ୍ୟ ସଂଗୀତ ପରିବେଷଣ କରି ଆଦିବାସୀ କବିମାନେ ନିଜ ନିଜର କବିତା ପାଠକରିଥିଲେ। ଏହି ଅବସରରେ ଜିଲ୍ଲାରେ ଥିବା ୧୧୧ଟି ଆଦିବାସୀ ନାଟଦଳଙ୍କୁ ଅତିଥି ମାନେ ବିଭିନ୍ନ ପାରମ୍ପାରିକ ବାଦ୍ୟ ଯନ୍ତ୍ର ପୋଷାକ ଓ ପ୍ରମାଣ ପତ୍ର ପ୍ରଦାନକରିଥିଲେ। ବିଶେଷ କରି ମାଥିଲି ବ୍ଲକସ୍ଥ ମହୁପଦର ଗ୍ରାମର ଦୁରୁଆ ଆଦିବାସୀ ସଂପ୍ରଦାୟର ଯୁବକ ଓ ଯୁବତୀ ମାନେ ଚିତାକର୍ଷକ ଦୁରୁଆ କାଠି ନୃତ୍ୟ ପରିବେଷଣ କରିଥିଲେ। ଏହି ସମ୍ମିଳନୀରେ ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକ ସଭାପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର କାଲିମେଳା, ପଡିଆ, ମାଲକାନଗିରି, ମାଥିଲି, ଚିତ୍ରକୋଣ୍ଡା, ଖଇରପୁଟ, କୋରକୁଣ୍ଡା, ସାତଟି ଯାକ ବ୍ଲକରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ମହିଳା ପୁରଷ ମାନେ ଯୋଗଦେଇଥିଲେ। ଏହି ସମ୍ମିଳନୀରେ ବିନାଶକୁମାର ମିଶ୍ର ଉଦଘୋଷକ ଭାବେ ରହି ସାଂସ୍କୃତିକ ମଚଂ ପରିଚାଳନା କରିଥଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.