ଜିଲ୍ଲା ପରିକ୍ରମା

ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ ପକ୍ଷରୁ ଅମାବାସ୍ୟା ଆସର

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ ପକ୍ଷରୁ ଭଦ୍ରକ ନୂଆବଜାର ସ୍ଥିତ ନିଳଲୋହିତ ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅମାବାସ୍ୟା ଆସରର ଦୁଇଟି ଅଧିବେଶନରେ କବିତା ପାଠୋତ୍ସବ ଓ ‘ଚିତାଲାଗି ଅମାବାସ୍ୟାର ମହତ୍ତ୍ୱ’ ଆଲୋଚନା ଅନୁଷ୍ଠିତ ହୋଇ ଯାଇଛି । ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ ପକ୍ଷରୁ ଅପରାହ୍ନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନରେ ପ୍ରଫେସର ଡ. ରାଧାରାଣୀ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ଦ୍ୱିତୀୟ ଅଧିବେଶନରେ ନାଟ୍ୟକାର ଲଲାଟେନ୍ଦୁ ମହାନ୍ତି ସଭାପତିତ୍ୱ କରିଥିଲେ । ଦୁଇଟି ଯାକ ଅଧିବେଶନରେ ପ୍ରଫେସର ଅଟଳ ବିହାରୀ ନାୟକ ସଯୋଜନା କରିଥିଲେ । ମୁଖ୍ୟଅତିଥି ଭାବରେ ଡକ୍ଟର ମନୀନ୍ଦ୍ର ମହାନ୍ତି, ମୁଖ୍ୟବକ୍ତା ଭାବେ ଡ. କ୍ଷୀରୋଦ କୁମାର ସାମଲ, ସମ୍ମାନିତ ବକ୍ତା ଭାବେ ଦାମୋଦର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର କୃପାସିନ୍ଧୁ ନାୟକ ଏବଂ ସମ୍ମାନିତ ଅତିଥି ଭାବେ ପ୍ରଗତିଶୀଳ ସାହିତ୍ୟ ପରିଷଦର ଭଦ୍ରକ ଜିଲ୍ଲା ଅଧ୍ୟକ୍ଷ ଆଡଭୋକେଟ ଗିରିଧାରୀ ନାଥ ଯୋଗ ଦେଇଥିଲେ । ଡ. ନିତ୍ୟାନନ୍ଦ ମିଶ୍ର, କବି ବିପ୍ଳବ ହୋତା, ଅରୂପାନନ୍ଦ ନାୟକ, ଗୀତାରାଣୀ ବାରିକ, ପୁଷ୍ପାରାଣୀ ଲେଙ୍କା, ଅଧ୍ୟାପିକା ଉଷାରାଣୀ ଜେନା, ରମାକାନ୍ତ ପାଳ, ଲକ୍ଷ୍ମୀକାନ୍ତ ବାରିକ, ପ୍ରତାପ କୁମାର ପାଢୀ, ପ୍ରଫେସର କୈଳାସ ଚନ୍ଦ୍ର ଜେନା, ଡ. ରବିନାରାୟଣ ମହାପାତ୍ର, ବିଜୁ ସ୍ମୃତି କମିଟିର ଅଧ୍ୟକ୍ଷା ଅମୀତାବାଳା ଆଚାର୍ଯ୍ୟ, ଇଂ ତୁଷାର ରଂଜନ ମହାନ୍ତ, ଇଂ କୁନମୁନ ମହାନ୍ତ, ହିମାଂଶୁ ଶେଖର ବେହେରା, ବାସୁଦେବ ସ, ବାଦଲ ବଳ, ସାମ୍ବାଦିକ ବଂଶୀଧର ଦାସ,ସାମ୍ବାଦିକ ଡ. ହରିହର ନାୟକ, ମନ୍ଦିର ପ୍ରତିଷ୍ଠାତା ଦେବେନ୍ଦ୍ର କୁମାର ବେହେରା, ଅବସରପ୍ରାପ୍ତ ପ୍ରଶାସନ ବିଦ୍ୟାଧର ପଲାଇ, ଲକ୍ଷ୍ମୀଧର ବେହେରା, ରତିକାନ୍ତ ମହାନ୍ତି, ଅକ୍ଷୟ କୁମାର ଜେନା, ଦୀନବନ୍ଧୁ ବାରିକ, ମୁକ୍ତିକାନ୍ତ ବଳ, ଶୋଭନା ସେଠ, ମହେନ୍ଦ୍ର ପ୍ରସାଦ ମିଶ୍ର, ମାଧବୀଲତା ନାୟକ, ୟୁ.ଡି ଗୃପ୍ ଅଧ୍ୟକ୍ଷ ଅତୁଳକୃଷ୍ଣ ନାୟକ,ସଞ୍ଜୟ ଚକ୍ରବର୍ତ୍ତୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ମନ୍ଦିର କମିଟିର କର୍ମକର୍ତ୍ତା ଅମ୍ବିକା ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top