ଓଡ଼ିଶା

ସଡକ ଦୁର୍ଘଟଣାରେ ୩ ଆହତ

ରାୟଗଡା, ୨୦।୫(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ରାୟଗଡା ଉପକଣ୍ଠ ଚାନ୍ଦିଲି ଥାନା ଅନ୍ତର୍ଗତ ଭାକୁରଗୁଡ଼ା ନିକଟ, ସଡକ ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଡିଆରଡିଏ କାର୍ଯ୍ୟାଳୟରେ ନିୟେଜିତ ଗୋଟିଏ ବୋଲେରୋର ପଛପଟୁ ଟ୍ରକ ଧକ୍କା ଦେଇଛି। ବୋଲେରୋଟି ନିୟନ୍ତ୍ରଣ ହରାଇ ମଟରସାଇକଲକୁ ଧକ୍କା ଦେବାପରେ ରାସ୍ତାପାଶ୍ୱ ଡ୍ରେନ ଉପରକୁ ଚଢ଼ିଯାଇଥିବା ଦେଖିବାକୁ ମିଳିଛି। ଆହତ ୩ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଖବରନେବାରେ ଜଣାପଡିଛିଯେ, ରାୟଗଡ଼ା ଡିଆରଡିଏ କାର୍ଯ୍ୟାଳୟରେ ନିୟେଜିତ ଓଆର୧୮ ସି-୦୦୦୯ ନମ୍ବର ବିଶିଷ୍ଟ ବୋଲେରୋ ବିଶମକଟକ ଅଭିମୁଖେ ଯାଉଥିଲା। ପଛପଟୁ ଏପି୦୫ଟିଟି-୦୧୯୯ନମ୍ବର ଧାରୀ ଟ୍ରକଟି ଧକ୍କାଦେଇଥିଲା। ନିୟନ୍ତ୍ରଣ ହାରାଇ ଏପି୩୭ବିଏଚ-୦୪୧୭ନମ୍ବର ବିଶିଷ୍ଟ ମଟରସାଇକଲରେ ବସି ଯାଇଥିବା ୨ଜଣଙ୍କୁ ଧକ୍କା ଦେବାପରେ ବୋଲେରୋଟି ନିୟନ୍ତ୍ରଣ ହରାଇ ରାସ୍ତାପାଖ ଗୋଟିଏ କଲର୍ଭଟର କାନ୍ଥ ଉପରକୁ ଚଢ଼ିଯାଇଥିଲା। ଫଳରେ ମଟରସାଇକଲରେ ଯାଉଥିବା ବସନ୍ତ ସାହୁ ଓ ଅମିତ କୁମାର ଗୁପ୍ତାଙ୍କ ସହ ବୋଲେରୋ ଡ୍ରାଇଭର ପୂର୍ଣ୍ଣ ଚୌଧୁରୀ ଆହତ ହୋଇଛନ୍ତି। ଯାତାୟତ କରୁଥିବା ଲୋକେ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଦାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାବେଳେ ସେଠୋର ଚିକିତ୍ସା ଚାଲିଥିବା ଜଣାପଡିଛି। ନିଶାଶକ୍ତ ଅବସ୍ଥାରେ ଡ୍ରାଇଭର ଟ୍ରକ ଚଲାଉଥିବା ଯୋଗୁଁ ଏହିଭଳି ଘଟଣା ଘଟିଲା ବୋଲି ଜଣାପଡିଛି। ସୂଚନାପାଇ ଚାନ୍ଦିଲି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ସହ ବୋଲେରୋକୁ ଜବତ କରିଥିବାବେଳେ ଆହତ ୩ଜଣଙ୍କ ଅବସ୍ଥା ନିୟନ୍ତ୍ରଣ ରହିଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top