ଜଗତସିଂହପୁର

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ଉତ୍ସବ

ତିର୍ତ୍ତୋଲ୦୯.୦୧(ଓଡ଼ିଆ ପୁଅ/ଟୁକନ ସେଠୀ) –ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ପଞ୍ଚାୟତ ଇଛାପୁର ଠାରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶ୍ରୀ ଅରବିନ୍ଦ ଦେହାଶଂ ପ୍ରତିଷ୍ଠାର ୮ମ ବାର୍ଷିକ୍ ଓ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ସଂଗଠନର ସମ୍ପାଦକ ଶରତ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସଂଗଠକ କାଳନ୍ଦି ଚରଣ ସେନାପତି ଓ କୈବଲ୍ୟ ଚରଣ ଜେନା ମୁଖ୍ୟ ବକ୍ତାଭାବେ ଯୋଗଦେଇଥିବାବେଳେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟ ଦର୍ଶିନୀ ବିଶ୍ୱାଳ ଓ ତିର୍ତ୍ତୋଲ ପଞ୍ଚାୟତ ସମିିତି ଅଧ୍ୟକ୍ଷା ସୁଜାତା ମହାନ୍ତି ଯୋଗଦେଇଥିଲେ। କଳପଡ଼ା ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବାରିକ୍, ପଙ୍କପାଳ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ମନୋଜ କିଶୋର ମନୋହାରି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସଂଗଠନର ସଭାପତି ବଳରାମ ମଲ୍ଲିକ, ଶରତ ଚନ୍ଦ୍ର ମାନସିଂହ, ଇଛାପୁର ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ମନୋଜ ସେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବାବେଳେ ରବିନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିକ୍ଷାକେନ୍ଦ୍ରର ଅପା ଓ ଭାଇମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top