Home ଅନୁଗୁଳ ଚାଇଁପାଳ ଓଭରବ୍ରିଜ ଉପରେ ଜମା ବାଲି ସଫା ସହିତ ଖାଲ ମରାମତି ନିମନ୍ତେ ଦାବିପତ୍ର ପ୍ରଦାନ

ଚାଇଁପାଳ ଓଭରବ୍ରିଜ ଉପରେ ଜମା ବାଲି ସଫା ସହିତ ଖାଲ ମରାମତି ନିମନ୍ତେ ଦାବିପତ୍ର ପ୍ରଦାନ

32

ତାଳଚେର, ୧୬/୮(ଓଡ଼ିଆ ପୁଅ/ଅଜିତ ବେହେରା): ଚାଇଁପାଳ ଓଭରବ୍ରିଜ ଉପରେ ଉଭୟ ପାଶ୍ୱର୍ରେ ଜମା ହୋଇ ରହିଥିବା ବାଲି ସଫା କରାଯିବା ସହ ବିଜ୍ର ଉପରେ ହୋଇଥିବା ଖାଲ ଓ ନନ୍ଦିରା ପୋଲରେ ଉପରେ ସୃଷ୍ଟି ଖାଲଖମାଗୁଡ଼ିକୁ ମରାମତି ଏବଂ ଗୁରୁଜାଙ୍ଗୁଲୀ ଛକକୁ ପରିଷ୍କାର ପରିଚ୍ଛନ୍ନ କରାଯିବା ନିମନ୍ତେ ଗୁରୁଜାଙ୍ଗୁଲୀ ପଂଚାୟତବାସୀଙ୍କ ପକ୍ଷରୁ ଆଜି ଏକ ଦାବିପତ୍ର ତାଳଚେର ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗୁଲୀ ଗ୍ରାମ ପଂଚାୟତ ଦେଇ ୧୪୯ ନମ୍ବର ଜାତୀୟ ରାଜପଥ ଯାଇଛି। ଗୁରୁଜାଙ୍ଗୁଲି ଛକ ଠାରୁ ଚାଇଁପାଳ ଗ୍ରାମ ଯାଏଁ ନିର୍ମିତ ହୋଇଥିବା ଓଭରବ୍ରିଜର ଦୁଇ ପାଶ୍ୱର୍ରେ ବହୁମାତ୍ରାରେ ବାଲି ଜମା ସହ ଖାଲ ମଧ୍ୟ ସୃଷ୍ଟି ହୋଇଛି। ଯଦ୍ୱାରା ଏହି ବାଟ ଦେଇ ଯାଆସ କରୁଥିବା ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ସେହିପରି ନନ୍ଦିରା ପୋଲ ଉପରେ ମଧ୍ୟ ସେହିଭଳି ଖାଲ ହେବାସହ ବାଲି ଜମା ହୋଇ ରହିଛି। ଏହି ସମସ୍ୟା ନେଇ ଏନଏଚ୍ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ ସେ କର୍ଣ୍ଣପାତ କରୁନାହାଁନ୍ତି। ଏଣୁ ଯଥାଶୀଘ୍ର ଏନଏଚ୍ ଅଧିକାରୀଙ୍କୁ ଡକାଇ ଜମା ହୋଇଥିବା ବାଲି ସଫା ଓ ଖାଲଗୁଡ଼ିକର ମରାମତି ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପାଇଁ ପଂଚାୟତବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି। ଏହି ପରିପ୍ରେକ୍ଷୀରେ ତାଳଚେରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଗୁରୁଜାଙ୍ଗୁଲୀ ପଂଚାୟତର ନାଏବ ସରପଂଚ ଭୁବନ ଚନ୍ଦ୍ର ବେହେରା, ପୂର୍ବତନ ସରପଂଚ ସନ୍ତୋଷ କୁମାର ମହାନ୍ତି, ଫକୀର ସାହୁ, ସନ୍ଥପଡ଼ା ସରପଂଚ ସହଦେବ ସାହୁ, ପ୍ରଦୀପ କୁମାର ସାମଲ, ଅଖିଳ କୁମାର ବେହେରା, ସୋମନାଥ ସାମଲ ପ୍ରମୁଖ ଏ ସମ୍ବନ୍ଧରେ ଏକ ଦାବିପତ୍ର ତାଳଚେର ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.