ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ଏଣିକି ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମରାମତି ଏବଂ ରକ୍ଷଣାବେକ୍ଷଣ ଦାୟିତ୍ବ ନେବେ ପଞ୍ଚାୟତିରାଜ ଏବଂ ନଗର ଉନ୍ନୟନ ବିଭାଗ

ଭୁବନେଶ୍ବର ୨.୬.୧୮ (ଓଡ଼ିଆ ପୁଅ) – ଏଣିକି ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରକ୍ଷଣାବେକ୍ଷଣ ତଥା ମରାମତି ଦାୟିତ୍ବ ରହିବ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ହାତରେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ନୂତନ ନିର୍ଦ୍ଦେଶ ଅନୁଯାୟୀ ଗ୍ରାମାଞ୍ଚଳର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ବ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ହାତରେ ରହିବାବେଳେ ସହରାଞ୍ଚଳରେ ଏହି ଦାୟିତ୍ବ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ହାତରେ ରହିବ। ଏହି ନିଷ୍ପତ୍ତି ଅନୁଯାୟୀ, ପଞ୍ଚାୟତିରାଜ ବିଭାଗ ଏହି ବିଦ୍ୟାଳୟ ଗୁଡିକର ରକ୍ଷଣାବେକ୍ଷଣ ଗ୍ରାମ ପଞ୍ଚାୟତ ଜରିଆରେ ଏବଂ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏହା ସଂପୃକ୍ତ ପୌର ପରିଷଦ ମାଧ୍ୟମରେ କରାଇବେ।

ପୌର ପରିଷଦ ନିକଟରେ ପାଣ୍ଠିର ଅଭାବ ହେଲେ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିପାରିବେ। ରାଜ୍ୟର ଅଧିକାଂଶ ମାଧ୍ୟମିକ ବିଦ୍ୟାଳୟ ଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ବ ବର୍ତ୍ତମାନ ଗ୍ରାମାଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ସହରାଂଚଳରେ ନଗର ଉନ୍ନୟନ ବିଭାଗ ନିକଟରେ ରହିଛି। ବାକି ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟ ଏବଂ ସମସ୍ତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ବ ଏଣିକି ଗ୍ରାମାଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସହରାଞ୍ଚଳରେ ପୂର୍ତ୍ତ ବିଭାଗକୁ ଦେବା ପାଇଁ ନିଷ୍ପତ୍ତି କରାଯାଇଛି। କୌଣସି ନୂଆ ସ୍କୁଲ ବିଲ୍ଡ଼ିଂ ନିର୍ମାଣ କାର୍ଯ୍ୟ ପାଇଁ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ କିମ୍ବା ଓପେପାରୁ ମିଳୁଥିବା ଅର୍ଥକୁ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ସଂପୃକ୍ତ ବିଭାଗକୁ ଦିଆଯିବ ବୋଲି ନିଷ୍ପତ୍ତି କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top