Home ଓଡ଼ିଶା ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କର ଶୋକ

ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କର ଶୋକ

59

ଭୁବନେଶ୍ୱର ୩୦-୧୨ (ଓଡ଼ିଆ ପୁଅ) ପୂର୍ବତନ ବାଚସ୍ପତି ତଥା ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକରେ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଶୋକ ପ୍ରକଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତିଯେ, ‘ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଆମ ଦଳର ଜଣେ ଦକ୍ଷ ନେତା ତଥା ଜନପ୍ରତିନିଧି ଭାବେ ତାଙ୍କ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।’

ସୂଚନାଯୋଗ୍ୟଯେ, ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକ ହୋଇଛି। କିଶୋର କୁମାର ମହାନ୍ତିଙ୍କର ଗୁରୁବାର ସନ୍ଧ୍ୟାରେ ୬୩ ବର୍ଷ ବୟସରେ ଦେହାନ୍ତ ହୋଇଛି।

ଶ୍ରୀ ମହାନ୍ତି ପ୍ରଥମେ ୧୯୯୫ ରେ ଜନତା ପାର୍ଟି ଟିକେଟରେ ଝାରସୁଗୁଡାରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ୨୦୦୦ ଏବଂ ୨୦୦୪ ମସିହାରେ ବିଜେଡି ଟିକେଟ୍ ରେ ସମାନ ନିର୍ବାଚନମଣ୍ଡଳୀରୁ ଦୁଇଥର ନିର୍ବାଚିତ ହୋଇଥିଲେ। ଅଗଷ୍ଟ ୨୦୦୮ ରୁ ମେ ୨୦୦୯ ମଧ୍ୟରେ ବିଧାନସଭାର ବାଚସ୍ପତି ଥିଲେ। ଶ୍ରୀ ମହାନ୍ତି ମଧ୍ୟ ସେ ରାଜ୍ୟସଭା ସଦସ୍ୟ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.