ମାଲକାନଗିରିରେ କାଳବୈଶାଖୀ, କୁଆପଥର ବର୍ଷା, ବ୍ୟାପକ କ୍ଷୟକ୍ଷତି

ମାଲକାନଗିରି, ୪ା୪ (ଓଡିଆ ପୁଅ ) ବର୍ଷା ଟୋପାଏ ପାଇଁ ବହୁଦନିର ଅପେକ୍ଷାପରେ ଆଜି ଅପରାହ୍ନରେ ମାଲକାନଗିରି ଜିଲ୍ଲାରେ କୁଆପଥର ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ହେବାରୁ ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାର ଜଣାପଡିଛି। କାଳବୈଶାଖୀ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାର ଜଣାପଡିଛି। ଗତଦୁଇଦିନ ହେଲା ମାଲକାନଗିରି ଜିଲ୍ଲାରେ ଅପରାହ୍ନରେ ଘଡଘଡି ବିଜୁଳି ମାରି ପ୍ରବଳ ବେଗରେ ଝଡ ତୋଫାନ ଆରମ୍ଭ ହୋଇଯାଉଛି। ଆଜି ଅପରାହ୍ନରେ ମାଲକାନଗିରି ସହରରେ କୁଆ ପଥର ମାଡ ସାଙ୍ଗକୁ ପ୍ରବଳ ଝଡ ତୋଫାନରେ ଅନେକ ଲୋକଙ୍କ ଘର ଦ୍ୱାର ଉଡାଇ ନେବା ସହିତ ରାସ୍ତାରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି। ବିଶେଷ କରି, ମାଲକାନଗିରି, ୧୧୯ କଲୋନି, ପଦ୍ମଗରି, ଝରାପାଲି, ସତିଗୁଡା, ତେନ୍ତୁଲି ଗୁଡାରେ ଚାଳଘର ଉଡାଇ ନେବା ସହିତ ଗଛ ପଡିରାସ୍ତା ଅବୋରୋଧ ହୋଇଥିଲା। ଠିକ ସେହିପରି କାଲିମେଳା, ଚିତ୍ରକୋଣ୍ଡା, କୋରକୁଣ୍ଡା, ଏମଭି୧୧, ରେ ମଧ୍ୟ ବହୁତ କ୍ଷତି ଘଟିଥିବାର ଜଣାପଡିଛି। ଝଡତୋପାନରେ ଏମଭି ୧୦ ଓ ଏମଭି ୧୧ଗ୍ରାମରେ ବହୁତ କଦଳିଗଛ ଭାଙ୍ଗି ପଡିବା ସହିତ, ଆମ୍ବଗଛରୁ କଷି ଆମ୍ବ ଝଡିପଡିଛି। ପ୍ରତ୍ୟହ ଅପରାହ୍ନ ୩ଟା ଠାରୁ ଆରମ୍ଭ ହୋଇ ଜାଉଛି ଝଡତୋଫାନ, ବର୍ଷା କେବଳ ଝିପି ଝିପି ହେଉଥିବାବେଳେ ପ୍ରବଳ ବେଗରେ ପବନ ସାଙ୍ଗକୁ ଘଡଘଡି ମାରୁଛି। ଏହି ବର୍ଷା ଓ ପବନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଲୋକଙ୍କ ଘରଦ୍ୱାର ଉଡାଇ ନେବାସହିତ ରାସ୍ତାରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି। ଜିଲ୍ଲା ସଦର ମହକୁମାଠାରେ ବିଦ୍ୟୁତ, ଟେଲିଫୋନ, ଇଣ୍ଟରନେଟ ସେବା କିଛି ଘଣ୍ଟା ସମୟ ଧରି ବନ୍ଦରହିଥିଲା।

Leave a Reply

Your email address will not be published. Required fields are marked *