Home ଜିଲ୍ଲା ପରିକ୍ରମା ନିର୍ବାଚନରେ ପ୍ରଥମ ଥରକିର ମହିଳା କର୍ମଚାରି ମାନଙ୍କ ପାଇଁ ମଡେଲ୍ ପିଙ୍କ୍ ଭୋଟକେନ୍ଦ୍ର

ନିର୍ବାଚନରେ ପ୍ରଥମ ଥରକିର ମହିଳା କର୍ମଚାରି ମାନଙ୍କ ପାଇଁ ମଡେଲ୍ ପିଙ୍କ୍ ଭୋଟକେନ୍ଦ୍ର

714

ମାଲକାନଗିରି,୧୦ା୪ (ଓଡିଆ ପୁଅ ) ଚଳିତ ସାଧାରଣ ନିର୍ବାଚନରେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ମହିଳାପୁଲିଂ ପାର୍ଟି ଓ ମହିଳା ଭୋଟରଙ୍କ ମତଦାନ ର ଆଗ୍ରହ ସୃଷ୍ଟି ପାଇଁ ସ୍ୱତନ୍ତ୍ରଭାବେ ଦୁଇଟି ପିଙ୍କ୍ ଭୋଟକେନ୍ଦ୍ର ଖୋଲା ଯାଇଛି । ସବୁ କ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆ ଯାଉଥିବାବେଳେ ନିର୍ବାଚନ ସମୟରେ ମଧ୍ୟ ସେମାନଙ୍କୁ ସେଥିରେ ସାମିଲକରି ମହିଳା ମାନେ ମଧ୍ୟ କେଉଁ କ୍ଷେତ୍ରରେ କମ ନୁହଁନ୍ତି ବୋଲି ଜିଲ୍ଲାପ୍ରଶାସନ ପ୍ରମାଣିତ କରି ଦେଖାଇ ଦେଇଛନ୍ତି । ମାଲକାନଗିରି ବିଧାନସଭା ଆସନପାଇଁ ଜିଲ୍ଲାସଦର ମହକୁମାସ୍ଥ ବୁଟିଗୁଡା ନୋଡାଲ ବିଦ୍ୟାଳୟ ରେ ଗୋଟିଏ ପିଙ୍କ୍ ବୁଥ ଓ ଚିତ୍ରକୋଣ୍ଡା ବିଧାନସଭା ଆସନପାଇଁ ବାଲିମେଳା ଠାରେ ଗୋଟିଏ ପିଙ୍କ୍ ବୁଥ ଖୋଲାଯାଇଛି । ଏହି ଦୁଇଟି ଯାକ ବୁଥରେ ୬ଜଣ ଲେଖା ମୋଟ୧୨ଜଣ ମହିଳା ପୁଲିଂପାର୍ଟି ଙ୍କ ସହିତ ମହିଳା ପୁଲିସ ଓ ବିଭିନ୍ନ ରାଜନୈତିକ ଦଳର ମହିଳା ଏଜେଟଂ ମାନେ ରହିବେ, ରିଜର୍ଭରେ ଆଉ ଅଧିକ ଦୁଇଜଣ ମହିଳା ପୁଲିଂକର୍ମଚାରିଙ୍କୁ ନିୟୋଜିତ କରାଯାଇଛି, ପୁରୁଷଙ୍କ ସହିତ ଲମ୍ବାଧାଡିରେ ଠିଆ ହୋଇ ଲଜ୍ୟା ଓ ଭୟରେ ଭୋଟ ଦେବାକୁ ଆସୁନଥିବା ମହିଳା ମାନେ ଆଗ୍ରହ ସହକାରେ  ପିଙ୍କ୍ ବୁଥ (ଗୋଲାପି) ଭୋଟକେନ୍ଦ୍ରରେ ଆସି ନିଜ ନିଜ ମତଦାନ କରିବେ, ଏହି ମଡେଲ ପିଙ୍କ୍ ବୁଥ ଦ୍ୱାରା ମହିଳାମାନଙ୍କ ଶତପ୍ରତିଶତ ମତଦାନ ହୋଇପାରିବ ବୋଲି ଉପଜିଲ୍ଲାପାଳ ତଥା ରିଟର୍ନିଂ ଅଫିସର ରାମେଶ୍ୱର ପ୍ରଧାନ ସୁଚନାଦେଇଛନ୍ତି । ଆଜି ସକାଳେ ଏହି ଦୁଇଟି ପିଙ୍କ ବୁଥର ମହିଳା ପୁଲିଂପାର୍ଟି ନିଜ ନିଜର ଇଭିଏମ,ଭିଭିପାଟ ମେସନ ସହିତ ନିର୍ବାଚନ ସଂପର୍କିୟ କାଗଜପତ୍ର ଧରି ନିଜ ନିଜ ବୁଥ ରେ ପହଁଚି ଯାଇଛନ୍ତି ,

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.