ଜିଲ୍ଲା ପରିକ୍ରମା

ମାଲକାନଗିରି ଜିଲ୍ଲା ପରିଷଦ ବୈଠକ, କୃଷି, ସ୍ବାସ୍ଥ୍ୟ, ରାସ୍ତା ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଗରୁତ୍ବ

ମାଲକାନଗିରି, ୧୧ା୭ (ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲା ପରିଷଦର ବୈଠକ ସ୍ଥାନିୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଏହି ବୈଠକରେ ପୁର୍ବ ବୈଠକର ବିବରଣୀ ଅନୁମୋଦନ କରାଯାଇ ଜିଲ୍ଲାରେ ଚାଷିମାନଙ୍କ ପାଇଁ କୃଷି ବିଭାଗ ପକ୍ଷରୁ ଠିକ ସମୟରେ ଧାନବିହନ, ସାର ଯୋଗାଇ ଦିଆ ଯାଉନଥିବାରୁ ଚାଷିମାନେ ଠିକ ଭାବେ ଚାଷକାର୍ଯ୍ୟ ଆରମ୍ଭ କରିପାରି ନାହାଁନ୍ତି। ଜିଲ୍ଲାକୁ ୪ହଜାର କୁଇଁଟାଲ ଧାନବିହନର ଆବଶ୍ୟକଥିବା ସ୍ଥଳରେ ମାତ୍ର ୧ହଜାର କୁଇଁଟାଲ ଚାଷୀଙ୍କୁ ଦିଆ ଯାଇଛି। ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ, ଜିଲ୍ଲା କୃଷି ବିଭାଗର ଅପାରଗତା ପାଇଁ ମାଲକାନଗିରି ଜିଲ୍ଲାର ଚାଷୀମାନେ ଠିକ ସମୟରେ ବିହନ ଓ ସାର ପାଇପାରୁ ନାହାଁନ୍ତି ଓ ଜିଲ୍ଲାରେ ଚାଲିଥିବା କୃଷି ବିଭାଗର ଆତ୍ମା ସଂସ୍ଥା କଣ ଏହାର କାମକଣ, କେତେ ଜଣ ଚାଷୀ ଉପକୃତ ହୋଇଛନ୍ତି, ଏହା ଦ୍ୱାରା ଜିଲ୍ଲାବାସୀଙ୍କର କଣ ଲାଭ ହେଉଛି ବୋଲି ଜିଲ୍ଲାପରିଷଦ ସଭ୍ୟ ମାନେ ଅଭିଯୋଗ ସହ ବୈଠକରେ ହଟଗୋଳ କରିଥିଲେ। ତୁରନ୍ତ ଚାଷୀମାନଙ୍କୁ ଉପଯୁକ୍ତ ପରିମାଣରେ ସାର ଓ ବିହନ ଯୋଗାଇଦେବା ପାଇଁ କୃଷି ଉପନିର୍ଦ୍ଦେଶକଙ୍କୁ ବିଧାୟକ ଓ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

ଅନୁରୂପ ଉଦ୍ୟାନ ବିଭାଗର ଖାମଖିଆଲି ନୀତି ଯୋଗୁଁ ଗ୍ରାମବାସୀମାନେ ଠିକ ଭାବେ ଆମ୍ବ, ନଡିଆ, ଲେମ୍ବୁ, ଅମୃତଭଣ୍ଡା ଚାରା ପାଇପାରୁନଥିବାର ଅଭିଯୋଗ ହୋଇଥିଲା। ଏହାବ୍ୟତୀତ ମାଲକାନଗିରି ଜିଲ୍ଲାକୁ କେବେ ରେଳଲାଇନ ହେବ, ସେଥିରେ ସ୍ଥାନୀୟ ବେକାରୀ ଯୁବକ ମାନଙ୍କୁ ନିଯୁକ୍ତି ଦେବା, ଆଦିବାସୀ ହରିଜନ ସଂସ୍ଥା ଦ୍ୱାରା ପରିଚାଳିତ ବିଦ୍ୟାଳୟ ଗୁଡିକ ସମସ୍ୟା, ଶିଶୁ ବିକାଶ ଶିଶୁ ସୁରକ୍ଷା, ମତ୍ସ୍ୟ, ପଶୁସମ୍ପଦ, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବା ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ମାଲକାନଗିରି ବିଧାୟକ ମାନସ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସା, ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ, ପିଡି ଡିଆରଡିଏ ପରାଗ ହର୍ଷଦ ଗଭାଲି, ଏପିଡି ମାନସ ମିଶ୍ର ଙ୍କ ସହିତ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଲତା ମଣ୍ଡଳ ମଚାଂସିନ ରହି ଜିଲ୍ଲାପରିଷଦ ସଭ୍ୟ ସଭ୍ୟାଙ୍କ ବିଭିନ୍ନ ପ୍ରଶ୍ନର ଉତରଦେଇଥିଲେ। ଅନ୍ୟାନ ମାନଙ୍କ ମଧ୍ୟରେ ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ, ଜିଲ୍ଲାମୁଖ୍ୟଚିକିତ୍ସା ଅଧିକାରୀ ଡା.ଅଜିତକୁମାର ମହାନ୍ତି, ଡା. ଅମରେନ୍ଦ୍ର କୁମାର ମହାନ୍ତି, ପୁର୍ତଗୁହନିର୍ମାଣ ନିର୍ବାହି ଯନ୍ତ୍ରୀ ଅରୁଣକୁମାର ସାହୁ, ଜିଲ୍ଲାମଙ୍ଗଳ ଅଧିକାରୀ ପିତାମ୍ବର ନାୟକ, ଉପକୃଷିନିର୍ଦ୍ଦେଶକ ପ୍ରଦୀପ ଦେଓ, ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ, ଜିଲ୍ଲାପରିଷଦ ସଭ୍ୟ, ସଭ୍ୟା, ବ୍ଲକ ଚେୟାର ମେନ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଭାଗନେଇଥିଲେ। ପ୍ରତି ଜିଲ୍ଲାପରିଷଦ ବୈଠକରେ ନିଷ୍ପତି ନିଆଯାଉଥିବା ଉନ୍ନୟନମୁଳକ କାର୍ଯ୍ୟଠିକ ଭାବେ ହେଉନାହିଁ, ଲୋକପ୍ରତିନିଧା ମାନଙ୍କୁ ଗୁରୁତ୍ୱ ଦିଆ ଯାଉନାହିଁ, ଇତ୍ୟାଦି ଉପରେ ବିଭିନ୍ନ ଯୋଜନା ଉପରେ ଜିଲ୍ଲାପରିଷଦ ସଦସ୍ୟ ଓ ସଦସ୍ୟା ମାନେ ଅଭିଯୋଗ କରିବାସହିତ ନିଜ ନିଜ ଅଚଂଳର ବିଭିନ୍ନ ସମସ୍ୟା ସଂପର୍କରେ ସୂଚନା ଦେଇଥିଲେ। ଜିଲ୍ଲାର ୧୩ଟି ଆସନରେ ଜିଲ୍ଲାପରିଷଦ ନିର୍ବାଚନ ହୋଇଥିବା ବେଳେ ମାଓବାଦୀ ଙ୍କ ଭୟରେ ନୁତନ ଚିତ୍ରକୋଣ୍ଡା ବ୍ଲକର ଦୁଇଟି ଜିଲ୍ଲାପରିଷଦ ଆସନ ଓ ୧୮ଟି ପଚାଂୟତ ରେ ନିର୍ବାଚନ ହୋଇ ପାରିନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top