Home ଜିଲ୍ଲା ପରିକ୍ରମା ଉତ୍କଳ ଦିବସ ପୂର୍ବରୁ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକରେ ଓଡ଼ିଆ ଭାଷାରେ ନାମ ଫଳକ...

ଉତ୍କଳ ଦିବସ ପୂର୍ବରୁ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକରେ ଓଡ଼ିଆ ଭାଷାରେ ନାମ ଫଳକ ଲଗାଇବା ପାଇଁ ନିଷ୍ପତି

69

ମାଲକାନଗିରି, ୧୩/୩ (ଓଡ଼ିଆ ପୁଅ) ଆନ୍ଧ୍ର ଛତିଶଗଡ଼ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଓଡ଼ିଆ ଭାଷା ସସ୍କୃତି ଧୀରେ ଧୀରେ ଲୋପ ପାଇବାକୁ ଯାଉଛି। ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ଗୁରତ୍ୱ ଦେବା ଉଚିତ। ଜିଲ୍ଲାର ସବୁ ସ୍ଥାନରେ ସରକାରୀ ବେସରକାରୀ, ଘରୋଇ ଅନୁଷ୍ଠାନ ଓ ବ୍ୟବସାୟୀ ଅନୁଷ୍ଠାନ ଗୁଡିକରେ ଓଡ଼ିଆ ଭାଷାରେ ନାମଫଳକ ଲେଖା ଯିବା ସହିତ ଓଡ଼ିଆରେ ଚିଠିପତ୍ର ଆଦାନ ପ୍ରଦାନ କରାଯିବ। ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଗ୍ରାମ ଗୁଡିକରେ ଓଡ଼ିଆ ବର୍ଣ୍ଣବୋଧ ବଣ୍ଟନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଆୟୋଜିତ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ ଅବରରେ ମଞ୍ଚାସୀନ ଅତିଥିମାନେ କହିଥିଲେ। ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିବା ଶାସ୍ତ୍ରୀୟ ଓଡିଆଭାଷା ଦିବସ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ, ଅଧ୍ୟାପକ ତପନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ ଯୋଗଦେଇ ମା’ ମାତୃଭୂମି ଓ ମାତୃଭାଷାକୁ ସବୁ ସମୟରେ ସମ୍ମାନ ଦେଇ ତାର ଟେକ ରଖିବା ଦରକାର, ଭାଷା ବଞ୍ଚିଲେ ଜାତି ବଞ୍ଚିବ ଓ ଦେଶର ଉନ୍ନତି ଘଟିବ ବୋଲି ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ.ରଂଜନ କୁମାର ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଗୋକୁଳା ନନ୍ଦ ପାତ୍ର, ଶୁସାନ୍ତ ମାଝୀ, ଅଧ୍ୟାପିକା ଲଷ୍ମୀ କୁଜୁର, ଋତୁ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ଭାଷାର ବିସ୍ତାର ସୁରକ୍ଷା, ଓ ବିକାଶ ପ୍ରତି ଗୁରତ୍ୱ ଦେବଉଚିତ ବୋଲି କହିଥିଲେ। ଏହି ଅବସରେ ଶତାଧିକ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.