ଓଡ଼ିଶା

ମାଲକାନଗିରି ଜିଲ୍ଲାସ୍ତରୀୟ କର୍ମବୀର ଗୌରୀଶଙ୍କର ରାୟ ଜୟନ୍ତୀ

ମାଲକାନଗିରି, ୧୩ା ୭ (ଓଡିଆ ପୁଅ ) ଆନ୍ଦ୍ର ଓଡିଶା ସିମାନ୍ତ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ଆଡମ୍ବର ସହକାରେ ହୋଇଯାଇଛି । ଓଡିଆ ଭାଷା କଳାସଂସ୍କୃତି ଜାଗରଣ ଅଭିଯାନ ଉତ୍କଳ ଓ ଓଡିଶା ସାହିତ୍ୟ ଏକାଡେମୀ ମାଲକାନଗିରି ଜିଲ୍ଲାଶାଖା ର ମିଳିତ ଆନୁକୁଲ୍ୟରେ ଘଡାଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମହାବିଦ୍ୟାଳୟ ର ପରିଚାଳନା ନିର୍ଦ୍ଦେଶକ ସୁରେଶଚନ୍ଦ୍ର ଘଡାଇଙ୍କ ଅଧ୍ୟକ୍ଷତାରେ କର୍ମବୀର ଗୌରୀଶଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥିଭାବେ ଅଧ୍ୟାପକ ଡଃ ରଜଂନକୁମାର ସ୍ୱାଇଁ ,ମୁଖ୍ୟବକ୍ତାଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ, ସମ୍ମାନିତ ଅତିଥିଭାବେ ଓଡିଆ ଭାଷା କଳାସଂସ୍କୃତି ଜାଗରଣ ଅଭିଯାନର ରାଜ୍ୟ ଆବହକ ସୁଧାକର ଦାଶ, ସାମ୍ବାଦିକ ଅଶିମ ବିଶ୍ବାସ,ରବିନ୍ଦ୍ରନାଥ ଘଡାଇ ଯୋଗ ଦେଇ କର୍ମବୀର ଗୌରୀଶଙ୍କର ଙ୍କ ବହୁମୁଖି ପ୍ରତିଭା ସଂପର୍କରେ ଆଲୋଚନା କରିଥିଲେ । ଓଡିଆ ଜାତିର ଅନ୍ୟତମ ନିର୍ମାତା କର୍ମବୀର ଗୌରୀଶଙ୍କର କେବଳ ଜଣେ ସାମ୍ବାଦିକ ନଥିଲେ ଭାଷା,ସାହିତ୍ୟ,ସଂସ୍କୃତି,ଶିକ୍ଷା,ଓ ସମାଜ ସେବା କ୍ଷେତ୍ରରେ ବେସ ପାରଦର୍ଶିଥିଲେ । ସେ ନିଜକୁ କେବେ ହେଲେ ଅନ୍ୟ ପ୍ରଦେଶର କିମ୍ବା ଅନ୍ୟ ଭାଷାଭାଷୀ ଲୋକ ବୋଲି ଭାବୁନଥିଲେ । ସେ ଓଡିଆ ଭାଷାର ସୁରକ୍ଷା,ଓଡିଆ ଲିପିର ବିକାଶ ପାଇଁ ପ୍ରଥମେ ଉଦ୍ୟମକରି ଉତ୍କଳଦିପୀକା ନାମରେ ଓଡିଆ ସମ୍ବାଦପତ୍ର ପ୍ରକାଶ କରିଥିଲେ । ଯେ ଯେଉଁ ସଂପ୍ରଦାୟ ବା ଭାଷାଭାଷୀ ହୁଅନ୍ତୁ ନା କାହିଁକି ପ୍ରତ୍ୟେକ ଓଡିଶା ବାସୀଙ୍କର ଓଡିଆଭାଷା ଓ ସଂସ୍କୃତି ପ୍ରତି ମମତା ରହିବା ଦରକାର, ସେ ଥିଲେ ଓଡିଆ ଜନଜୀବନର ଅଗ୍ରଦୂତ ଓ ମାର୍ଗଦର୍ଶକ, ଆଧୁନିକ ଓଡିଶାର ବିକାଶ ଦିଗରେ ଗୌରୀଶଙ୍କର ଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିଛି, ତାଙ୍କ ଆଦର୍ଶରେ ଯୁବପିଢି ଅନୁପ୍ରାଣିତ ହେବା ଆବଶ୍ୟକତା ରହିଛି ବୋଲି ମଚାଂଶିନ ଅତିଥିମାନେ କହିଥିଲେ । ସଭାପ୍ରାରମ୍ଭରେ କର୍ମବୀର ଗୌରୀଶଙ୍କର ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରାଯିବାପରେ ମହାବିଦ୍ୟାଳୟର ଛାତ୍ରୀ ମାନେ ବନ୍ଦେଉତ୍କଳଜନନୀ ସଂଗୀତ ଗାନକରିଥିଲେ । ଏହି ଅବସରରେ ଅନ୍ୟାନ ମାନଙ୍କ ମଧ୍ୟରେ ଘଡାଇ କନିଷ୍ଟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡାନିଏଲ ସରକାର, ଅଧ୍ୟାପିକା ପି.ତ୍ରୀବେଣୀ,ଅଧ୍ୟାପକ ରାମଚନ୍ଦ୍ରକ୍ରିସାନୀ,ସନ୍ତୋଷ ମହାପାତ୍ର,ଲିଙ୍ଗରାଜ ଭୂୟାଁ,ରବିନ ଚାଟାର୍ଜି ପ୍ରମୁଖ ଯୋଗଦେଇ କର୍ମବୀର ଗୌରୀଶଙ୍କର ବହୁମୁଖି ପ୍ରତିଭା ସଂପର୍କରେ କହିଥିଲେ । ଘଡାଇ ଡିଗ୍ରୀକଲେଜର ଅଧ୍ୟକ୍ଷ ସୁଧାକର ପଟନାୟକ ଓ ଅଧ୍ୟାପିକା ମଧୁସ୍ମିତା ଜେନା ମଚଂପରିଚାଳନା କରିଥିବା ବେଳେ ଅଧ୍ୟାପିକା ପ୍ରୟଙ୍କା ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରେ ଘଡାଇ ଆବାସିକ ମହାବିଦ୍ୟାଳୟର ଶାତଧିକ ଛାତ୍ର ଓ ଛାତ୍ରୀ ଉପସ୍ଥିତ ରହି କର୍ମବୀର ଗୌରୀଶଙ୍କର ଙ୍କ ମହୁମୁଖିପ୍ରତିଭା ସଂପର୍କରେ ସ୍ମୃତିଚାରଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top