ବେଆଇନ ଟୋଲପ୍ଲାଜା ଉଚ୍ଛେଦ ଦାବିରେ ହଜାର ହଜାର ଲୋକଙ୍କର ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ

କେନ୍ଦୁଝର ୧୧-୧୨ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରରେ ବେଆଇନ ଟୋଲ ପ୍ଲାଜା ଉଚ୍ଛେଦ ଦାବିରେ ହଜାର ହଜାର ଲୋକଙ୍କର ୨୦ ନମ୍ବର ଜାତୀୟ ରାଜପଥର ବନାଯୋଡି ସ୍ଥିତ ଟୋଲ ପ୍ଲାଜା ସମ୍ମୁଖରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ନିୟମ ଅନୁଯାୟୀ ୨ଟି ଟୋଲପ୍ଲାଜା ମଧରେ ଅନୁନ୍ୟ ୬୦ କି.ମି ବ୍ୟବଧାନ ଏବଂ ମ୍ୟୁନିସପାଲିଟି ଅଂଚଳରୁ ୧୦ କି.ମି ଦୂରରେ ସ୍ଥାପନ ହେବାର ବିଧି ରହିଛି। କିନ୍ତୁ କେନ୍ଦୁଝରରେ ଏହି ନିୟମର ଖୋଲା ଉଲ୍ଲଘଂନ କରାଯାଇ ଟୋଲପ୍ଲାଜା ସ୍ଥାପନ କରାଯାଇଥିବା ଅଭିଯୋଗ ହୋଇଛି। ତେଣୁ ଏପରି ବେଆଇନ ଟୋଲପ୍ଲାଜା ଉଠାଇବା ଦାବିରେ ଆଜି ସହସ୍ରାଧିକ ପୁରୁଷ ଓ ମହିଳା ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏବଂ ଏପଟେ ଶେଷରେ ଧରା ପଡିଛି କେନ୍ଦୁଝର ଜିଲ୍ଲା ପ୍ରଶାସନର ସହମତିରେ ଭେଣ୍ଡର ସହାୟତାରେ ସାଧାରଣ ଲୋକଙ୍କଠାରୁ ଟୋଲ ନାଁରେ ଚାଲିଥିବା ଶୋଷଣର କଳା କାରନାମା। କେନ୍ଦୁଝର ରିମୁଳିରୁ ପାଣିକୋଇଲି ୧୬୦ କି.ମି. ୨୦ନଂ ଜାତୀୟ ରାଜପଥ ମଧ୍ୟରେ ରହିଛି ୩ଟି ଟୋଲପ୍ଲାଜା। କେନ୍ଦୁଝର ସଦରବ୍ଲକ ବନାଯୋଡି ନିକଟରେ ଏକ ଟୋଲପ୍ଲାଜା ରହିଥିବା ବେଳେ ମାତ୍ର ୪୩ କି.ମି ଦୂରତ୍ୱ ରେ ଘଟଗାଁ ବ୍ଲକ ଢେଙ୍କିକୋଟରେ ରହିଛି ଆଉ ଏକ ଟୋଲପ୍ଲାଜା। ଏହାଛଡା ବନାଯୋଡିସ୍ଥିତ ଟୋଲପ୍ଲାଜା କେନ୍ଦୁଝରଗଡ଼ ମୁନିସିପାଲଟିଠାରୁ ମାତ୍ର ୬କି.ମି ବ୍ୟବଧାନରେ ରହିଛି। ତେଣୁ ଏହା ଜାତୀୟ ରାଜପଥ ନିୟମକୁ ସିଧା ସଳଖ ଉଲ୍ଲଘଂନ କରାଯାଉଥିବା ଅଭିଯୋଗ ହୋଇଛି। ବନାଯୋଡିସ୍ଥିତ ଟୋଲପ୍ଲାଜାକୁ ତୁରନ୍ତ ହଟାଯିବା ଦାବିରେ ଆଜି ସ୍ଥାନୀୟ ଅଂଚଳର ହଜାର ହଜାର ମହିଳା ଓ ପୁରୁଷ ଓ ନିର୍ବାଚିତ ଲୋକପ୍ରତିନିଧି ଟୋଲପ୍ଲାଜା ନିକଟସ୍ଥ ୨୦ନଂ ଜାତୀୟରାଜପଥ ଅବରୋଧକରି ବସିଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ମେଡିକାଲ, ସ୍କୁଲ, କଲେଜ, ବଜାର ସଉଦାପତ୍ର ସବୁଥିରେ କେନ୍ଦୁଝର ସହର ଉପରେ ନିର୍ଭର କରିଚଳୁଥିବାବେଳେ ଉକ୍ତ ରାସ୍ତାରେ ବାରମ୍ଭାର ଯିବାଆସିବା କରିଥାନ୍ତି। ପ୍ରତ୍ୟେକ କାମରେ ଟୋଲପ୍ଲାଜାରେ ଟୋଲ ଦେଇ ସାଧାରଣ ଗରୀବ ଲୋକଟିକୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଏପରିକି ମେଡିକାଲ କାମରେ ଜଣେ ଗରୀବ ବ୍ୟକ୍ତିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦିନରେ ୭ ଥର ଯାଇ ଗୋଟିଏ ଗେଟରେ ୫୦୦ ଟଙ୍କା ଦେବାକୁ ପଡିଛି। ତେଣୁ ଏନେଇ ସ୍ଥାନୀୟ ଅଂଚଳରେ ଦିନକୁଦିନ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଆଗକୁ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବବୋଲି ଚେତାବନୀ ଦିଆଯାଇଛି। ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ଡା, ପୂର୍ବତନ ବ୍ଳକ ଚେୟାରମ୍ୟାନ କିରଣବାଳା ନାଏକ, ସଦରବ୍ଳକ ଚେୟାରମ୍ୟାନ ଲତିକା ଚୌଧୁରୀ, ଦିଲୀପ ପଣ୍ଡା ପମୁଖ ବିକାଶ ମଞ୍ଚ ସହ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଆନ୍ଦୋଳନସ୍ଥଳରେ ଶାନ୍ତିଶୃଙ୍ଖଳା ରକ୍ଷାକରିବାକୁ ବ୍ୟାପକ ପୋଲିସ ମୃତୟନ ହୋଇଛନ୍ତି। ଏହାସହ ପ୍ରଶାସନ ପକ୍ଷରୁ ମୃତୟନ ହୋଇଥିବା ମାଜିଷ୍ଟେଟ ମାନ ଓ ଦଣ୍ଡପାଟ, ଏହି ନିୟମ ଉଲଙ୍ଘନ କଥା ପ୍ରଶାସନ ଜାଣିଛି ଏବଂ ଜାତୀୟ ରାଜପଥ ପ୍ରାଧିକରଣ, ଟୋଲ ପ୍ଲାଜାର ଭେଣ୍ଡର ଓ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରୀ ରହିଛି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *