ବିଶ୍ୱ ମହିଳା ଦିବସ ପାଳିତ

ଭଦ୍ରକ,୮ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଜିଲ୍ଲ୍ା ପ୍ରଶାସନ ଓ ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସିଆନା ଫେଲୋସିପ ନୁହାସ, ମହିଳା ଗଣତାନ୍ତ୍ରିକ ସମିତି, ଇନରହ୍ୱିଇଲ କ୍ଲବ ,ଶିକ୍ଷା ଓ ଜଳ ପରିମଳ ମିଶନ ବିଭାଗ ମିଳିତ ଆନୁକୂଲ୍ୟରେ  ସ୍ଥାନୀୟ ସଂସ୍କୃତି ଭବନ ଠାରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସ୍ଥାନୀୟ ଶହୀଦ ସ୍ମୃତି ଭବନରୁ ଏକ ଶୋଭାଯାତ୍ରାକୁ  ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଉଦଘାଟନ କରିଥିଲେ । ଶୋଭାଯାତ୍ରାରେ ଶତାଧିକ ମହିଳା ସହର ପରିକ୍ରମା କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଆଶାଲତା ମହାନ୍ତି ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ଜିଲ୍ଲାପରିଷଦ ଉପାଧକ୍ଷ୍ୟ  ଜ୍ୟୋସ୍ନାରାଣୀ ମହାନ୍ତି  ଆନୁଷ୍ଠାନିକ ଭାବେ  ଉଦଘାଟନ କରିଥିଲେ । ଏହି ଉସôବରେ ଜିଲ୍ଲାପାଳ ଜ୍ଞାନ ଦାସ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆର୍ନ୍ତଜାତିକ ମହିଳା ଦିବସର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂର୍ପକରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଜିର ଦିନରେ ମହିଳାମାନେ ପୁରୁଷଙ୍କ ଠାରୁ କୌଣସିକ୍ଷେତ୍ରରେ କମ୍ ନୁହନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ । । ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ ଡ଼େପୁଟି କଲେକ୍ଟର ଜୟଶ୍ରୀ ସେନାପତି,ଜଳ ଓ ପରତମଳ ମିଶନର କାର୍ଯ୍ୟନିବାହୀଅଧିକାରୀ ଅନ୍ତର୍ଯ୍ୟାମୀ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପଦ୍ମନ କୁମାର ରାୟ,ଜିଲ୍ଲା ଶିଶୁମଙ୍ଗଳ ଅଧକ୍ଷ କମଳାକାନ୍ତ ସ୍ୱାଇଁ ଓ ନାରୀନେତ୍ରୀ ସୁରଜିତା ନାୟକ ପ୍ରମୁଖ ବିଶ୍ୱ ମହିଳାଦିବସ ସଂର୍ପକରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଘରୋଇ ହିଂସା ବିରୋଦ୍ଧ ସୁରକ୍ଷା ଅଧିକାରୀ ପ୍ରମିଳା ଦେଇ ସ୍ୱାଗତଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଫୋରମର ସଭାପତି ଚାରୁଲତା ମହାପାତ୍ର,ଆସିଆନାର ସଂପାଦିକା ସୋଫିଆ ସେକ୍,ଫେଲୋସିପ୍ ନିଦେ୍ର୍ଦଶକ ଲାଲାଟେନ୍ଦୁ ମହାନ୍ତି,ସର୍ବଶିକ୍ଷା ଅଭିଯାନର ବାଳିକା ସଂଯୋଜି୍କା ଇପ୍ସିତା ଜେନାଙ୍କ ତତ୍ତାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଭଳ କାମ କରିଥିବା ଦୋଳସାହୀ ସରପଞ୍ଚ ମନତୀଲତା ଦାସ,ସରପଞ୍ଚ  ଓଲଙ୍ଗ ଦେବୀଦତ୍ତା ମହାନ୍ତି, ସରପଞ୍ଚ ବାଲିପୋଖରୀ ରଞ୍ଜୁଳତା ସେଠୀ, ସରପଞ୍ଚ ଖଡିପଦା ଗୁଣ୍ଡିଚାରାଣୀ ନନ୍ଦ, ଅଙ୍ଗନବାଡିପମୀ ଅନୁସୟା ସ୍ୱାଇଁ,ଜଞ୍ଜାଳୀ ମିଶ୍ର,. ଅନିମା ସେଣ୍ଡ,ଗାମପ୍ରବର୍ତ୍ତିକା ସୁଭଦ୍ରା ପାତ୍ର,ମନୋରମା ବେହେରା,ଜୟନ୍ତି ରାଉତ, ପି୍ରୟଦର୍ଶନୀ ସାହୁ,ବ୍ଲକ ସଂଯୋଜିକା ସସ୍ମିତା ନାୟ୍କ,ଟ୍୍ରଷ୍ଟର ସଂଯୋଜିକା ପ୍ରିୟଙ୍କା ପ୍ରିୟଦର୍ଶିନି ଭୂଇାଁ,ଦୁର୍ଗାବତୀ ମଲ୍ଲିକଙ୍କ ପ୍ରମୁଖଙ୍କୁ ସ୍ୱଛଭାରତମିଶନ ଗ୍ରାମଣୀ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ଶେଷରେ କସ୍ତୁରବା ଗାନ୍ଧିବାଳିକା ବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୁତିକ କାର୍ଯ୍ୟପ୍ରମ ପରିବେଷଣ କରାଯାଇଥିଲା ଜଳ ଓ ପରିମଳ ମିଶନର ସଂଯୋଜକ ବଜ୍ରେଶ ସେନାପତି ,ଆସିଆନାର ସଂଯୋଜକ ରିଆଜ ଅହମ୍ମଦ ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟଳୟ ଓ ସୋସାଇଟି ଉଇକରର  କର୍ମକର୍ତ୍ତା ଉସôବକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *